ଛତା ଧରି ଧୀରେ ବାଟୋଇ
ଯାଏ ହାଟକୁ ଚାଲି,
ମଉସୁମୀ ବର୍ଷା ଢାଳିକି
ରାସ୍ତା ଖସଡ଼ା ଖାଲି ।
ଯାଏ ହାଟକୁ ଚାଲି,
ମଉସୁମୀ ବର୍ଷା ଢାଳିକି
ରାସ୍ତା ଖସଡ଼ା ଖାଲି ।
ତରତର ହୋଇ ଧାଇଁଛି
ପଥେ ବାଟୋଇ ବୁଢା,
ଗୋଡ଼ ଖସିଗଲା ହଠାତ
ଖାଇଲା ସେ କଚଡ଼ା ।
ପଥେ ବାଟୋଇ ବୁଢା,
ଗୋଡ଼ ଖସିଗଲା ହଠାତ
ଖାଇଲା ସେ କଚଡ଼ା ।
ଧୋତି ହୋଇଗଲା କାଦୁଅ
ପିଚା ମାଡି ପଇଲା,
ଯେତେ ଧୋଇଲେ ବି ନଯାଏ
ଦାଗ ଭାରି ଜିଦିଆ ।
ପିଚା ମାଡି ପଇଲା,
ଯେତେ ଧୋଇଲେ ବି ନଯାଏ
ଦାଗ ଭାରି ଜିଦିଆ ।
ଘରକୁ ଗଲେ ତ ଆଜି ରେ
ବୁଢ଼ୀ କରିବ ଗାଳି,
ଭାବିଚିନ୍ତି ବୁଢା କିଣିଲା
ପୁଳେ ମିଠା ପିଜୁଳି ।
ବୁଢ଼ୀ କରିବ ଗାଳି,
ଭାବିଚିନ୍ତି ବୁଢା କିଣିଲା
ପୁଳେ ମିଠା ପିଜୁଳି ।
ଦୁଇ ଟଙ୍କା ଦେଇ ଆଣିଲା
କିଛି ସରଫ ଗୁଣ୍ଡ,
ଘରେ ଯାଇ ସଫା କରିଲା
ଧୋତି ଗାମୁଛା ଯୋଡ ।
କିଛି ସରଫ ଗୁଣ୍ଡ,
ଘରେ ଯାଇ ସଫା କରିଲା
ଧୋତି ଗାମୁଛା ଯୋଡ ।
ପିଜୁଳି ଖାଇକି ବୁଢ଼ୀ ତ
ଗଲା ଖୁସିରେ ଡେଇଁ,
ହସି ହସି ବୁଢା କହଇ
ଦାଗ, ଅଚ୍ଛେ ହୈ ରେ ଭାଇ ।
ଗଲା ଖୁସିରେ ଡେଇଁ,
ହସି ହସି ବୁଢା କହଇ
ଦାଗ, ଅଚ୍ଛେ ହୈ ରେ ଭାଇ ।