Saturday 6 January 2018

କଳାକାର (The Artist)

ବଦଳିବା ହେଉଛି ସଂସାରର ନିୟମ ଏହି ବଦଳୁଥିବା ଦୁନିଆରେ ନିଜକୁ ଖାପଖୁଆଇ ନେବା ହିଁ ବିଜେତାର ଲକ୍ଷଣ ଯିଏ ବଦଳିନପାରି ପୁରୁଣାକୁ ଆବୋରି ଧରି ବସିଲା, ସେ ନିଶ୍ଚିହ୍ନ ହୋଇଯିବାଟା ସ୍ୱାଭାବିକ



1927 ସାଲର କଥା Silent ବା ନିର୍ବାକ ଚଳଚ୍ଚିତ୍ରର ସମୟ ଇଏ ଫିଲ୍ମ ଆରମ୍ଭ ହୋଇଛି ଗୋଟେ torture ଦୃଶ୍ୟରୁ ଗୁପ୍ତଚର ଜଣେ ଧରା ପଡିଛି ଶତ୍ରୁ ଶିବିରରେ ଚେୟାରରେ ବସାଇ ତାକୁ ଦିଆଯାଉଛି ଇଲେକ୍ଟ୍ରିକ କରେଣ୍ଟ  ଆଉ ବାଧ୍ୟ କରାଯାଉଛି ମୁହଁ ଖୋଲିବା ପାଇଁ ଗୁପ୍ତଚରର ସେଇ ଗୋଟାଏ କଥା - ମୁଁ କିଛି କହିବି ନାହିଁ । ବଢ଼ା ହେଉଛି ବିଦ୍ୟୁତର ତୀବ୍ରତା ଲୋକଟି ଶେଷରେ ବେହୋସ ହୋଇଯାଉଛି ତାକୁ ନେଇ ନିକ୍ଷେପ କରାହେଉଛି କାରାଗାରରେ ପରବର୍ତ୍ତୀ ସମୟରେ ସେ ସେଠାରୁ ଖସି ଯାଉଛି ବନ୍ଦୀ ହୋଇ ପଡିଥିବା ନାୟିକାକୁ ଉଦ୍ଧାର କରୁଛି ଗୁଳିଗୋଳାକୁ ଭୃକ୍ଷେପ ନକରି ଉଡ଼ାଜାହାଜ ଧରି ଉଡି ଚାଲିଆସୁଛି ନିଜ ଦେଶକୁ ଶେଷ ହେଉଛି ଫିଲ୍ମ - Long Live Free Georgia. କରତାଳିରେ ଫାଟି ପଡୁଛି ଥିଏଟର ଗୃହପରଦା ପଛରୁ ଦର୍ଶକଙ୍କ ଅଭିବାଦନ ନେବା ପାଇଁ ଆଗକୁ ଆସୁଛନ୍ତି ଫିଲ୍ମର ହିରୋ - ଜର୍ଜ ଭାଲେଣ୍ଟିନ । 

ଜର୍ଜ ଭାଲେଣ୍ଟିନହଲିଉଡ଼ର ଜଣେ ଆଗ ଧାଡ଼ିର କଳାକାର ପତଳା ନିଶ, ତେଲ ମଖାଯାଇ ପାରିକି କୁଣ୍ଡା ହୋଇଥିବା କେଶସ୍ମିତ ହସ ଶୋଭା ପାଉଥାଏ ମୁହଁରେ ସବୁବେଳେତାଙ୍କ ନାଁ ରେ ଫିଲ୍ମ ଚାଲେକାଇନୋଗ୍ରାଫ (Kinograph) ବୋଲି ଗୋଟେ ଫିଲ୍ମ ନିର୍ମାଣକାରୀ ସଂସ୍ଥା ସହ କାମ କରନ୍ତି ସେ

କୌଣସି ଏକ କାର୍ଯ୍ୟକ୍ରମରେ ଫ୍ୟାନ ସାମ୍ବାଦିକଙ୍କ ଗହଣରେ ଥିଲାବେଳେ ଜଣେ ଫ୍ୟାନ ଠେଲାପେଲା ଭିତରେ ଭିଡ଼ରୁ ବାହାରି ଆସି ଧକ୍କା ଖାଏ ଜର୍ଜଙ୍କ ଦେହରେଜର୍ଜ କିନ୍ତୁ ଝିଅଟି ଉପରେ ରାଗି ତାକୁ ନିଜ ସହ ଫୋଟୋ ଉଠେଇବାର ସୁଯୋଗ ଦିଅନ୍ତି, ବିଭିନ୍ନ ଭଙ୍ଗୀରେଝିଅଟି ମଧ୍ୟ ଫ୍ୟାନ ମୁମେଣ୍ଟକୁ ହାତଛଡା ନକରି ଜର୍ଜଙ୍କ ଗାଲରେ ଆଙ୍କିଦିଏ ଗୋଟେ ଚୁମ୍ବନସାମ୍ବାଦିକ ବନ୍ଧୁଏ ତୋଳି ନିଅନ୍ତି ଦୃଶ୍ୟକୁପରଦିନ ଖବରକାଗଜର ମୁଖ୍ୟ ପୃଷ୍ଠାରେ ବାହାରେ ଫୋଟୋ, ଶିରୋନାମା ସହ - କିଏ ଝିଅ?
ଜର୍ଜର କାମରେ ବିରକ୍ତ ହୁଅନ୍ତି ପ୍ରଡ୍ୟୁସର ମୁହଁ ଫୁଲାନ୍ତି ପତ୍ନୀପ୍ରଡ୍ୟୁସରଙ୍କୁ ସିନା ମନେଇ ହେବ କିନ୍ତୁ ପତ୍ନୀଙ୍କୁ ନୁହେଁ ହୀରା ହାରଟିଏ ଉପହାର ଦେଇ ପତ୍ନୀଙ୍କୁ ମନେଇବାକୁ ହୁଏ ଜର୍ଜଙ୍କୁ 

ଝିଅଟି ଫିଲ୍ମରେ extra artist ଭାବେ କାମ କରେଦିନେ ସୁଟିଂ ସେଟରେ ଭେଟନ୍ତି ଜର୍ଜପ୍ରଡ୍ୟୁସର ଝିଅଟିକୁ ଦେଖି ପୁରୁଣା କଥା ମନେ ପକାଇ ବିରକ୍ତ ହୁଅନ୍ତି କିନ୍ତୁ ଜର୍ଜ ବାଧ୍ୟ କରନ୍ତି ଝିଅଟି ଫିଲ୍ମରେ ରହୁ ବୋଲିଫିଲ୍ମରେ ଦୁଇ step ର dance ଦୃଶ୍ୟ ଅଛି ଝିଅଟିର ଜର୍ଜଙ୍କ ସହ ସେତିକି ହୁଏନି ଜର୍ଜ ବାରମ୍ବାର ନିଜ ଏକାଗ୍ରତା ହରାନ୍ତି ସୁଟିଂ ବେଳେ । 

ପରେ ଡ୍ରେସିଂରୁମରେ ଜର୍ଜଙ୍କୁ ଭେଟ କରିବାକୁ ଆସିଛି ଝିଅଟି ଜର୍ଜଙ୍କୁ ପାଇ mirror ରେ 'ଥ୍ୟାଙ୍କ ୟୁ' ଲେଖି ଦେଇଛି କାନ୍ଥରେ ଟଙ୍ଗା ହୋଇଥିବା କୋଟ ଭିତରେ ନିଜକୁ ପୁରାଇ ଆଲିଙ୍ଗନର ଅଭିନୟ କରିଛିଚମତ୍କାର ହୋଇଛି ଦୃଶ୍ୟଟି ଏହି ସମୟରେ ଜର୍ଜ ଦେଖି ଦେଇଛନ୍ତି ଝିଅଟିକୁ ତାକୁ ଉପଦେଶ ଦେଇଛନ୍ତି, ଫିଲ୍ମ ଲାଇନରେ ଅଭିନୟ କରି ସଫଳ ହେବାକୁ ହେଲେ ନିଜକୁ ଅନ୍ୟଠାରୁ ଅଲଗା ହେବାକୁ ପଡିବ ଝିଅଟିର ଚିବୁକରେ ଗୋଟେ କଳାଜାଇ ତିଆରି କରିଦେଇଛନ୍ତି 




ଝିଅଟିର ନାଁ ପେପି ମିଲରଧୀରେ ଧୀରେ ଝିଅଟି ଦୃଷ୍ଟି ଆକର୍ଷଣ କରିଛି ଚଢ଼ିଛି ସଫଳତାର ପାହାଚ ଗୋଟାକ ପରେ ଗୋଟେ ଏକ୍ସଟ୍ରା ଆର୍ଟିଷ୍ଟରୁ ଛୋଟ ଛୋଟ ରୋଲ ପାଇ ଶେଷରେ ସହ-ନାୟିକାର ରୋଲ ପାଇବାରେ ସକ୍ଷମ ହୋଇଛି

1929 ମସିହା ଟେକ୍ନୋଲୋଜିରେ ଆସିଛି ନୂଆ ପରିବର୍ତ୍ତନନିର୍ବାକ (silent) ସିନେମାରୁ କଥାକୁହା (talkies) ସିନେମା ହେବାର ସମୟକାଇନୋଗ୍ରାଫ ସ୍ଥିର କରିଛି, ସେମାନେ ଏଥର ତିଆରି କରିବେ କଥାକୁହା ଚଳଚ୍ଚିତ୍ରଜର୍ଜ ପରିବର୍ତ୍ତନକୁ ଗ୍ରହଣ କରି ପାରିନାହାନ୍ତିକଥାକୁହା ଚଳଚ୍ଚିତ୍ର ଚାଲିବନି ବୋଲି ତାଙ୍କର ମତକାଇନୋଗ୍ରାଫ ସଂସ୍ଥା ତାଙ୍କୁ ନ ନେଇ କାମ କରିବାକୁ ସ୍ଥିର କରିଛିନିଜକୁ ପ୍ରମାଣିତ କରିବା ପାଇଁ ଜର୍ଜ ନିଜେ ଫିଲ୍ମ ତିଆରି କରିବାର ନିଷ୍ପତ୍ତି ନେଇଛନ୍ତି ନିଜେ ହୋଇଛନ୍ତି ପ୍ରଡ୍ୟୁସରଦିନରାତି ଏକ କରିଛନ୍ତିପାଣି ପରି ଟଙ୍କା ବୁହାଇଛନ୍ତିକଠିନ ପରିଶ୍ରମ କରଛନ୍ତିଏହି ସମୟରେ ଦେଖା ଦେଇଛି ବିଶ୍ୱର ସର୍ବବୃହତ ମାନ୍ଦାବସ୍ଥା    “Stock market Crash”. ଅନେକ ସଂସ୍ଥା ହୋଇଛନ୍ତି ଦେବାଳିଆ ।

ଜର୍ଜଙ୍କ ସବୁ ଆଶା ଏବେ ନିଜ ଫିଲ୍ମ ଉପରେ । 

ଏକାଦିନେ ରିଲିଜ ହୋଇଛି ଦୁଇଟି ଫିଲ୍ମଜର୍ଜ ଭାଲେଣ୍ଟିନଙ୍କ ନିର୍ବାକ ଚଳଚ୍ଚିତ୍ର Tears of Love ପେପି ମିଲରଙ୍କ Beauty Spot. ମାଡ଼ ଖାଇଛି ଜର୍ଜଙ୍କ ଫିଲ୍ମସଫଳ ହୋଇଛି ପେପି ମିଲରଆରମ୍ଭ ହୋଇଛି କଥାକୁହା ଫିଲ୍ମର ଯୁଗ । 

ଏପଟେ ନିଶ୍ଚିହ୍ନ ହୋଇଛି ନିର୍ବାକ କଳାକାରଘରବାଡ଼ି ନିଲାମ ହୋଇଛିସ୍ତ୍ରୀ, ଚାକର ବାକର ସବୁ କିଛି ଚାଲି ଯାଇଛନ୍ତିମାନସିକ ତଥା ଆର୍ଥିକ ଦୁରବସ୍ଥା ମଧ୍ୟରେ ଜର୍ଜ ନିଜ ସବୁ ପୁରୁଣା ଫିଲ୍ମର ରିଲକୁ ବାହାର କରି ନିଆଁ ଲଗେଇ ଦେଇଛନ୍ତିପୁଲିସ ଉଦ୍ଧାର କରିଛି ତାଙ୍କୁ ଡାକ୍ତରଖାନାରେ ଆଣି ଛାଡ଼ିଛି ଚିକିତ୍ସା ପାଇଁଖବରକାଗଜରୁ ଖବର ପଢିଛି ପେପିଜର୍ଜକୁ ନିଜ ଘରେ ନେଇ ରଖିଛି  ଦିନେ ଜର୍ଜ ଦେଖିଛନ୍ତି ନିଲାମ ହୋଇଥିବା ନିଜ ପୁରୁଣା ଜିନିଷ ସବୁକୁ ପେପିର ଘରେଏତେ ବଡ଼ କଳାକାରର ଆଜି କି ଅବସ୍ଥା ! ନିଜ ସ୍ୱାଭିମାନକୁ ପଡିଛି ଶକ୍ତ ଧକ୍କାଜର୍ଜ ଫେରି ଆସିଛନ୍ତି ଜାଳି ପୋଡି ନଷ୍ଟ ହୋଇ ଯାଇଥିବା ନିଜ ପୁରୁଣା ଘରକୁଆତ୍ମହତ୍ୟା କରିବାକୁ ସ୍ଥିର କରିଛନ୍ତିଠିକଣା ସମୟରେ ପେପି ଆସି ପହଞ୍ଚିଛି କହିଛି, କେମିତି ସେ ସମ୍ମାନ କରେ ଜର୍ଜଙ୍କୁ ଆଉ କେମିତି ତାଙ୍କୁ ପୁଣି ଥରେ ଦେଖିବାକୁ ଚାହୁଁଛି ସଫଳତାର ଶୀର୍ଷରେଜର୍ଜ ଶେଷରେ ରାଜି ହୋଇଛନ୍ତି

ଫିଲ୍ମର ଶେଷ ଦୃଶ୍ୟ ସୁଟିଂ ଚାଲିଛିଜର୍ଜ ପେପି ଯୁଗଳ ଡାନ୍ସ କରୁଛନ୍ତିନାଚ ଶେଷରେ ପ୍ରଡ୍ୟୁସର କହୁଛନ୍ତି - Perfect. ପ୍ରଥମ ଥର ପାଇଁ ନିର୍ବାକ ଚଳଚ୍ଚିତ୍ରରେ ଶୁଭିଛି କାହାର ଶବ୍ଦନିର୍ଦ୍ଦେଶକ ଆଉ ଥରେ ଦୃଶ୍ୟଟିକୁ ସୁଟିଂ କରିବାକୁ ଚାହିଁଛନ୍ତିଜର୍ଜ କହିଛନ୍ତି - “ନିଶ୍ଚୟ” । 

ଫିଲ୍ମ ସରିଛି । 

***

ଯୁଗ ବଦଳିବ, ସମୟ ବଦଳିବ ତା ସହ ବଦଳିବ ଟେକ୍ନୋଲୋଜି, ଚଳଣି ତଥା ରୁଚିବଦଳୁଥିବା ସମୟ ସହ ନିଜକୁ ଖାପଖୁଆଇ ଆଗକୁ ବଢିବା ହିଁ ନିୟମବୋଧେ ସେଇଥିପାଇଁ "ମାଗୁଣିର ଶଗଡ଼" ଟି ଏକ କରୁଣ କାହାଣୀ ହୋଇ ରହିଗଲା । ସେଥିପାଇଁ କାରଣ ଯାହାବି ହେଉ, ମୂଳକଥା ହେଲା ମାଗୁଣି ପରିବର୍ତ୍ତିତ ପରିସ୍ଥିତିରେ ନିଜକୁ ଠିଆ କରି ପାରିଲାନି ଏକ ଦୁଃଖଦ ଅନ୍ତ ହେଲା କାହାଣୀର । 

" ଆର୍ଟିଷ୍ଟ" ଫିଲ୍ମଟି 2011 ମସିହାରେ ରିଲିଜ ହୋଇଥିଲାକାହାଣୀଟି ଥିଲା ନିର୍ବାକ କଳାଧଳାପରବର୍ତ୍ତୀ ସମୟରେ ଅନେକ ପୁରସ୍କାର ଗୋଟେଇଥିଲା ଏ ଫିଲ୍ମଟି ଓସ୍କାର ସହଫିଲ୍ମକୁ ଯେତେ ପ୍ରଶଂସା କଲେ ମଧ୍ୟ କମ ପଡିବ ମୋତେ ଯଦି ମୋ ପସନ୍ଦର ସର୍ବଶ୍ରେଷ୍ଠ ଦଶଟି ଫିଲ୍ମର ଲିଷ୍ଟ କରିବାକୁ ହୁଏ, ମୁଁ ନିଶ୍ଚୟ ଫିଲ୍ମକୁ ସେଥିରେ ସ୍ଥାନ ଦେବି
                     --0--