Friday 3 November 2017

ଡଙ୍ଗା ଭସା


କେଉଁଠି ଗୋଟେ କୋଳାହଳ ହେଉଥିଲା ପରି ଶୁଭୁଥାଏଘଷରା ଶବ୍ଦ ମେଞ୍ଚେ କୁଆଡୁ ଆସି କାନ ଭିତରେ ପଶି ଯାଉଥାଏଲାଇନ୍ ଡିମ୍ ଥିଲାବେଳେ ଟେପ ରେକର୍ଡରରୁ ଯେମିତି ଘଷରା ମସରା ଶବ୍ଦ ଆସେ, ଠିକ ସେମିତି ଥିଲା ସେ ଶବ୍ଦ ଗୁଡାକ ମୋ ଆଖି ଫିଟୁ ନଥାଏଅନ୍ଧାର ଭିତରେ ସେ ଶବ୍ଦ ଗୁଡାକ ଧୀରେ ଧୀରେ ଅଧିକ ସ୍ପଷ୍ଟ ହେଲା ଅଧିକ ଜୋରରେ ଶୁଣା ହେଲା । 

"ଆଉ କଣ ଖରା ଆସି ଦିନ ହେଲେ ଡଙ୍ଗା ଭସେଇବାକୁ ଯିବ ! ଜଲଦି ଆସ ନହେଲେ ମୁଁ ଚାଲିଲି ଏକା ଏକା ।" 

ଇଏବୁଢ଼ୀ ମାଉସୀର ସ୍ୱରଚମକିଲା ପରି ଉଠି ପଡିଲିଏକାବେଳେ ନିଦ କୁଆଡେ ଉଭାନଦେହରେ ଯେମିତି ହଠାତ ଶକ୍ତି ଚାଲି ଆସିଲା କୁଆଡୁଏକାଥରକେ ରେଜେଇ ଫୋଫାଡ଼ି ଖଟ ଉପରୁ ମୁଁ  ଡିଆଁ ମାରିଲି ତଳକୁଅରୁ, କୁନୁ, ନମୀଦେଈ, ବୁଢ଼ୀ ମାଉସୀ ସମସ୍ତେ ଆସି ବସିଥାନ୍ତି ଆମ ଘର ଭିତରେବୋଉ ପୁରୁଣା ଧୋତିକୁ ଚିରି, ତାକୁ ଅଳ୍ପ ଜଡ଼ା ତେଲରେ ବୁଡେଇ, ବଳିକି ସଳିତା କରୁଥାଏବୁଢ଼ୀ ମାଉସୀ ହାତରେ ଥାଏ ଲଣ୍ଠନଗୋଡ଼ ପାଖକୁ ଥୁଆ ହୋଇଥାଏ ଧଳା ଶାଢ଼ୀ କଦଳୀ ପଟୁଆ ଡଙ୍ଗାଟିଏ । ଅରୁ, କୁନୁ, ନମୀଦେଈ ସମସ୍ତେ ଧରିଥାନ୍ତି ଗୋଟେ ଗୋଟେ ରଙ୍ଗୀନ କାଗଜରେ ତିଆରି ସୋଲ ଡଙ୍ଗା

ବୁଢ଼ୀ ମାଉସୀ ଆମ ପଡୋଶୀବିଚାରୀର କେହି ନାହାନ୍ତିବାଳୁତ ବେଳୁ ବିଧବା ସିଏକିନ୍ତୁ ଆମ ସମସ୍ତଙ୍କର ଥିଲା ସିଏ ସବୁଠୁ ପ୍ରିୟଯେତେ ଶୀତ ପଡୁ ପଛେ, ବୁଢ଼ୀ ମାଉସୀ ଭୋରରୁ ଉଠି ଫୁଲ ତୋଳେ, ଘର ବାଡ଼ି ଖରିକା ଖରିକି କରେ ଓ ତା'ପରେ ନଈକି ଗାଧୋଇ ବାହାରେଆମେ ବେଳେ ବେଳେ କହୁ,ମାଉସୀ, ତମକୁ କଣ ଶୀତ କରୁନି ଜମା?” ମାଉସୀ ତା ପାକୁଆ ପାଟିରେ ଫେଁ କିନା ହସଟିଏ ଛାଡି କହେ, “ଯେତେ କାପଡ଼ା କୋ ସେତେ ଶୀତ, ନାଇଁ କାପଡ଼ା କୋ ନାଇଁ ଶୀତ”କହି ସାରି ପୁଣିଥରେ ହସିଦିଏ ସେ ଫେଁ କିନା ଆମେ ବି ହସି ପକାଉ ତା' କଥା ଶୁଣି ଆଉ ଘୋଷିଲା ପରି ଗାଇ ପକାଉ, ଯେତେ କାପଡ଼ା କୋ ସେତେ ଶୀତ, ନାଇଁ କାପଡ଼ା କୋ ନାଇଁ ଶୀତ”ଅରୁ, କୁନୁ, ନମୀଦେଈ ଏମାନେ ବି ଆମ ପଡୋଶୀଆମେ ସବୁ ପାଖାପାଖି ବୟସର

ଆମ ଘରଠାରୁ ନଈଟା  ପ୍ରାୟ ପାଞ୍ଚଶହ ମିଟର ଦୂରରେଆମେ ସବୁ କୂଅ ପାଖରେ ଗାଧୁଆ ପାଧୁଆ କରୁନଈକୁ କେତେବେଳେ କେମିତି ଯାଉ ଚାରିଟା ବେଳେ ଖେଳିବା ପାଇଁ ନହେଲେ ଏମିତି ବୁଲିବା ପାଇଁ

ଆଜି କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗା ଭସାଦୁଇଦିନ ତଳୁ ଗାଁ ପାଖ ହାଟରୁ ସୋଲ ତିଆରି ଡଙ୍ଗା କିଣି ଆଣି ଆମେ ରଖିଛୁଗତକାଲି ସନ୍ଧ୍ୟାବେଳେ କଥା ହୋଇଥିଲା, ସମସ୍ତେ ମାଉସୀ ସହ ନଈକୁ ଯିବା ଡଙ୍ଗା ଭସେଇବାକୁ । ମାଉସୀ ସହ ଯିବା କଥା ହେଲେ ଘରଲୋକ ବି ରାଜି ହୋଇଯିବେ ଆମେ ଜାଣିଥିଲୁ । ସେଥିପାଇଁ ଆଜି ବଡି ଭୋରରୁ, ପ୍ରାୟ ଅନ୍ଧାରୁଆ ବେଳୁ ଉଠି ମାଉସୀ ସମସ୍ତଙ୍କୁ ଡକା ଡକି କରି ଶେଷରେ ଆସି ପହଞ୍ଚିଛି ଆମ ଘରେମୋତେ କାଳେ ଏହା ପୂର୍ବରୁ ତିନି ଚାରି ଥର ଡାକି ସାରିଛନ୍ତି ହେଲେ ମୋର ଗଧ ନିଦଭାଙ୍ଗୁଛି କୁଆଡୁ !

ଡଙ୍ଗା, ପାନ, ଗୁଆ, ସଳିତା ଓ ଦିଆସିଲି ସହ ଗାଧୋଇ ସାରି ପିନ୍ଧିବା ପାଇଁ ଅଲଗା ହଳେ ପ୍ୟାଣ୍ଟ ସାର୍ଟ ଓ ତଉଲିଆ ଧରି ଆମେ ବାହାରିଲୁ ମାଉସୀ ସହ, ଡଙ୍ଗା ଭସେଇବା ପାଇଁ ନଈକୁ । ବୁଢ଼ୀ ମାଉସୀ ଡାହାଣ ହାତରେ ଲଣ୍ଠନ ଧରି ଚାଲିଥାଏ ନଇଁ ନଇଁ । ଆର ହାତରେ ଧରିଥାଏ ତା ଧଳା ଶାଢ଼ୀ ଓ କଦଳୀ ପଟୁଆ ଡଙ୍ଗାଟି । ମାଉସୀ ଚାରିକଡେ ଆମେ ତାକୁ ଘେରିଲା ଭଳି ଚାଲିଥାଉ ବାନର ସେନା ପଞ୍ଝାକ । ମାଉସୀ କହୁଥାଏ, “ତମେ ମାନେ ଆଉରି ଶୀଘ୍ର ବାହାରିବା କଥା । ଏଇନା ସୂର୍ଯ୍ୟ ଉଠି ଆସିବ । ଡଙ୍ଗା ଆଉ କଣ ଖରା ପଡିଲେ ଭସେଇବ !” 
 
ମାଉସୀ ଚାଲିବାର ବେଗ ବଢାଉଥାଏ । ଆଉ ଆମେ ଅଧା ଦଉଡ଼ିଲା ଭଳି ଚାଲିଥାଉ ତା ଚାରିପାଖେ ଘେରା କରି । ତା ଚାରିପଟେ ତାକୁ ଘେରିକି ଏମିତି ଯିବାର ପ୍ରଧାନ କାରଣ ହେଲା, ଅନ୍ଧାର ଓ ଭୁତ ଭୟ । ଟିକେ ପଛକୁ ରହିଗଲେ ଅବସ୍ଥା ବାରଣ୍ଡା ଦି'କଡା ହୋଇଯିବ ଯେ ।  କିଛି ସମୟ ମଧ୍ୟରେ ନଈ ବନ୍ଧ ଦେଖାଗଲା । ବୁଢ଼ୀ ମାଉସୀକୁ ପଛରେ ପକେଇ ବନ୍ଧ ଉପରକୁ ଦଉଡ଼ି ଦଉଡ଼ି ଉଠିଗଲୁ ଆମେ । ବନ୍ଧ ଠାରୁ ପ୍ରାୟ ଶହେ ମିଟର ଛାଡି ନଈ । ବନ୍ଧ ଉପରେ ଛିଡା ହୋଇ କଣ ଦେଖୁଛୁ ଆମେ !

ଅଦ୍ଭୁତ ! ଚମତ୍କାର ଥିଲା ସେ ଦୃଶ୍ୟ । 

ଟିକେ ଦୂରରେ ଅଙ୍କା ବଙ୍କା ହୋଇ ବହି ଯାଇଛି ଆମ ଗାଁ ନଈ । ଅନ୍ଧାର ଭିତରେ ତା ସାପ ଭଳି ଅଙ୍କା ବଙ୍କା ଦେହରେ କିଏ ଯେମିତି ଛାଡି ଦେଇଥିଲା ହଜାର ହଜାର ଜୁଳୁଜୁଳିଆ ପୋକ । ତା ପୁରା ଅବୟବ ଚିକମିକ କରୁଥିଲା କିଟିମିଟିଆ ଅନ୍ଧାର ଭିତରେ । ଶହ ଶହ କାଗଜ ଡଙ୍ଗାର ମିଞ୍ଜି ମିଞ୍ଜି ଆଲୋକରେ ଆମ ଗାଁ ନଈ ଝଟକୁଥିଲା ସୁନା ଗହଣାରେ ଲଦି ହୋଇଥିବା ନୂଆ ବୋହୂଟିଏ ପରି ।  ଉତ୍କଳର ହଜାର ହଜାର ବର୍ଷର ପରମ୍ପରା ଓ ଗୌରବମୟ ଐତିହ୍ୟକୁ ମନେ ପକେଇ ସେ ବି କମ ଫୁଲେଇ ହୋଇନଥିବ ସେତେବେଳେ । 
 
ପଛରୁ ବୁଢ଼ୀ ମାଉସୀ ଡାକ ପକେଇଲା, "ଆରେ ଚାଲ ତଳକୁ । ଏଇଠି ସବୁ ଛିଡା ହୋଇ କଣ ଦେଖୁଛ ! ଜଲଦି ଜଲଦି ଗାଧୋଇ ଡଙ୍ଗା ଭସେଇବ ଚାଲ  । ଏଇନା ଅନଉ ଅନଉ ଦିନ ହୋଇଯିବ ।" ଆମେ ଏକ ଅଜବ ଉତ୍ସାହରେ ଏବେ ମାଡି ଚାଲିଲୁ । ନଈ ବାଲିରେ ସାର୍ଟ, ପ୍ୟାଣ୍ଟ ଓ ଡଙ୍ଗା ରଖି ଚାଲିଲୁ ନଈ ଭିତରକୁ । ଅଣ୍ଟାଏ ପାଣିରେ ପଶି ବୁଡ଼ଟିଏ ମାରିଲା ବେଳକୁ ଶୀତରେ ହାଡ଼ ମଞ୍ଜ ଥରି ଯାଉଥାଏ । ଥରି ଥରି ଆସି ନୂଆ ସାର୍ଟ ପେଣ୍ଟ ପିନ୍ଧି, ପବନକୁ ଆଢୁଆଳ କରି ଦିଆସିଲି ଲଗେଇ, ଡଙ୍ଗା ଧରି ପୁଣିଥରେ ଚାଲିଲୁ ଆଣ୍ଠୁଏ ପାଣିକୁ ।

ଆ କା ମା ବଇ,
ପାନ ଗୁଆ ଥୋଇ,
ମାସକ ଧରମ ତୋର,
ଦିନକ ଧରମ ମୋର

ଅରୁ, କୁନୁ, ନମୀଦେଈ ଆମେ ସମସ୍ତେ ମିଶି ଏକା ସଙ୍ଗେ ଗୀତ ଗାଇ ଆସ୍ତେ କିନା ପାଣିରେ ଭସେଇ ଦେଲୁ ନିଜ ନିଜ କାଗଜ ଡଙ୍ଗାକୁ । ଅନ୍ଧାରକୁ ଚିରି ଜଳୁଥାଏ କାଗଜ ଡଙ୍ଗାରେ ଆମ ସଳିତାର ଦୀପ । ନଈ କୁଳିଆ ପବନରେ ଚହଲି ଚହଲି ଚାଲୁଥାଏ ଆଗକୁ ଆମ ଡଙ୍ଗା । ଢେର ସମୟ ଧରି ଆମେ ଚାହିଁ ରହିଲୁ ସେ ଡଙ୍ଗାକୁ ଆଖିରୁ ସମ୍ପୂର୍ଣ୍ଣ ରୂପେ ଅଦୃଶ୍ୟ ନହେଲା ପର୍ଯ୍ୟନ୍ତ ।  

***  ****

ବୁଢ଼ୀ ମାଉସୀ ଚାଲି ଗଲାଣି ଅନେକ ଦିନରୁ । କର୍ମ ଜଞ୍ଜାଳରେ ଛନ୍ଦି ହୋଇ ଆମେ ଏବେ ରାଜ୍ୟ ବାହାରେ । ପ୍ରତିବର୍ଷ ଆସୁଛି ଡଙ୍ଗାଭସା କ୍ୟାଲେଣ୍ଡରରେ । ଆଉ ଚାଲି ଯାଉଛି ଚୁପ ଚାପ । 



Monday 30 October 2017

ଅଜାଙ୍କ ବସ୍ ଯାତ୍ରା



ଗାଁ ଛକ ମୁଣ୍ଡେ   ଠିଆ ହୋଇଥିଲେ
    ଯିବା ପାଇଁ ଅଜା କଟକ,  
ଦେଖିଦେଲେ ଦୂରୁ  ବଅସ ଆସୁଛି
   କହିଲେ, ବାବୁରେ ଅଟକ ।

ଉଣ୍ଡିକରି ଅଜା     ପଚାରନ୍ତି ବାବୁ
   ଅଛି କିରେ ସିଟ ଖାଲି,  
ଏତେ ଦୂର ବାଟ  ଠିଆ ହୋଇକରି
   ଯାଇ ପାରିବିନି ଚାଲି ।

ହେଲପର ଟୋକା   ଓହଳିକି ଅଧା
   କହେ ଅଛି ସିଟ ପ୍ରଚୁର,  
ଭିତରକୁ ଜଲଦି    ପଶି ଆସ ଅଜା
  ବେଳ ହୋଇଲାଣି ଉଛୁର ।

ଭିତରକୁ ଆସି   ଭିଡେ ହୋଇ ଠେସି 
   ଅଜା ରାଗି ହେଲେ ଗରଗର,  
ଆଗରୁ କହିଛି    ଯାଇ ପାରିବିନି
   ଗାଡି ରଖ ଆରେ ଡ୍ରାଇଭର 

କଣ୍ଡକ୍ଟର ଯାଇ     ବୁଝାଇଲା କହି
   ରୁହ ଅଜା ଟିକେ ଥୟ ଧର, 
ସିଟ ଅଛି ଖାଲି   ପଛ ଆଡେ ଦେଖ
  ମିଛୁଟାରେ ହୁଅ ଗର ଗର ।

ଭିତରକୁ ପଶି   ଦେଖିଲେ ଅଜା
  ଖାଲି ଅଛି ପଛ ସିଟ ପୁରା,  
ଝରକା ପାଖକୁ  ବସିଗଲେ ଯାଇ
 ମୁଣ୍ଡ ତାଙ୍କ ଟିକେ ଥଣ୍ଡା ହେଲା ।

ଦେଖୁଦେଖୁ ସବୁ   ସିଇଟି ପୁରିଲା 
  ବଅସ ଚାଲିଲା ଘୁଉଁ ଘୁଉଁ,    
ଝରକା ସେପଟୁ   ହାଉଆ ବହିଲା
  ଧୀରେ ଧୀରେ ବଢି ସୁଉ ସୁଉ ।

ଆଖିପତା ଟିକେ  ମାଡି ଆସୁଥିଲା
 କିଏ ଗୋଟେ ଆସି ପିଟି ହେଲା,  
ପାଖ ଯାତିରିଟି  ଢ଼ୋଳେଇ ଢ଼ୋଳେଇ
   ମୁଣ୍ଡଟାକୁ ଆଣି କୁଟି ଦେଲା ।

ଆସ୍ତେ କରି ତାକୁ   ହଲେଇ କହିଲେ
   ଭଲ କରି ଟିକେ ବସ ଭଲା, 
ମୁଣ୍ଡ ପିଟି ପିଟି   ଅଖଞ୍ଜ କରି କହ  
   ନିଅ କେଉଁ ଜନମର ବଦଲା ।

ପଖାଳ ଗଣ୍ଡିଏ   ଚଢେଇ ଦେଇଛି
   ମୁଣ୍ଡ ସ୍ୱତଃସ୍ପୃତ ଯାଏ ହଲି, 
ଏପଟକୁ ତମେ  ଚାଲିଆସ ଅଜା
  ସେପଟକୁ ମୁହିଁ ଯାଏ ଚାଲି

ଝରକାକୁ ଛାଡି   ଯିବିନିରେ ଭାଇ
  ଥଣ୍ଡା ହାଉଆକୁ ତ୍ୟାଗ କରି, 
ନ ଢ଼ୋଳେଇ ତମେ  ଆରାମେ ଶୁଅ ହେ
  ମୋ’ରି କାନ୍ଧରେ ମଥା ଡେରି । 

ସାଥି ପାସେଞ୍ଜର  ଶୋଇଗଲା ନିଦେ
   ଅଜାଙ୍କ କାନ୍ଧରେ ମୁଣ୍ଡ ଡେରି, 
କିଛି କ୍ଷଣ ମଧ୍ୟେ   ଅଜା ଶୋଇଗଲେ
   ଗହଳ ନିଦରେ ଥିରି ଥିରି

ଚାଉଁ କିନା ଅଜା   ଦେହକୁ ଲାଗିଲା
   ଥଣ୍ଡା ଥଣ୍ଡା କିଛି କୁଲ କୁଲ, 
ଆଖି ମଳି ଉଠି    ଅଜା ଦେଖୁଛନ୍ତି
  ଲୋକ ଗଡାଇଛି ବହେ ଲାଳ

ପାଟିରୁ ତାହାର   ଗରଳ ବୋହିକି
    ଅଜା ସାର୍ଟ ଅଧା ଭିଜେଇଛି, 
ଗୋଲାକାର ଏକ  ଚିହ୍ନ କରି ସେଠି
    ମାନଚିତ୍ର ଗୋଟେ ଆଙ୍କି ଅଛି

ରାଗେ ପାଚି ଅଜା   ଓଝାଳିଲେ ତାର
    ସପ୍ତ ପୁରୁଷକୁ ବସି ସେଠି, 
ଆଖି ମଳି ମଳି    ସବୁ ବୁଝିଗଲା
    ଲୋକଟି ଗଭୀର ନିଦୁ ଉଠି

କହିଲା ଅଜା ହେ   ଅଜାଣତେ ନିଦେ
    ପାଟିରୁ ବୋହିଲା ବୋଝେ ଲାଳ, 
ଜୀବନରେ କେବେ   ଯାତ୍ରା ନକରିବି
       ଆଉ କେବେ ଖାଇ ପଖାଳ

କାନ ମୋଡ଼ିକରି   ଖାଉଛି ଚାପୁଡ଼ା
  ଦୋଷ ମୋର ତମେ କ୍ଷମା କର, 
ଲାଳ ତକ ସବୁ   ପୋଛି ମୁଁ ଦେଉଛି 
    ବାହାର କରି ମୋ ରୁମାଲ ।