Saturday 28 July 2018

Despicable Me (ଡେସ୍ପିକେବଲ ମି)


ଦିନକର କଥା  
ପିରାମିଡ଼ ଦେଖିବା ପାଇଁ ବସଟିଏ ଚାଲିଥାଏ ମିଶରର ଗାଜା ସହର ଅଭିମୁଖେ ମରୁଭୂମି ରାସ୍ତାରେ । 
ବସଟି ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା କ୍ଷଣି ବସ ଭିତରୁ ଖପଖାପ ହୋଇ ଓହ୍ଲେଇ ପଡିଲେ ଯାତ୍ରୀଗଣ ଧାଇଁଗଲେ ବିଶାଳ ପିରାମିଡ଼ ନିକଟକୁ ଏବଂ ଲାଗି ପଡିଲେ ପ୍ରଥମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବିଭିନ୍ନ ଅଙ୍ଗଭଙ୍ଗୀରେ ଉଠେଇ ଚାଲିଲେ ଫୋଟୁ ଫେସବୁକରେ ଛାଡି ଲାଇକ ମେଞ୍ଚେ ରୁଣ୍ଡେଇବାକୁ ପଡିବ ନହେଲେ ଏସବୁ ବୁଲାବୁଲିର ମାନେ କିଛି ନାହିଁ ଏଇ ସମୟରେ ଯାତ୍ରୀଙ୍କ ମଧ୍ୟରୁ ବାଳୁଙ୍ଗା ପିଲାଟିଏ ଛୋଟ ରକେଟ ଭଳିଆ ଚାଇନା ଖେଳଣା ଗୋଟେ ଧରି "ପ୍ରବେଶ ନିଷେଧ" ବାଲା ସିକ୍ୟୁରିଟି ଫିତା ତଳେ ଗଳି ସିଧା ଧାଇଁଗଲା ପିରାମିଡ଼ ନିକଟକୁ ସିକୁରିଟି ବାଲାଙ୍କ ଆଖିରେ ପଡିବାରୁ ହୁଇସିଲ ଫୁଙ୍କି ପିଲାଟାକୁ ଅଟକାଇବା ପାଇଁ ଦଉଡି ଗଲେ ପିଲାଟାର ପଛେ ପଛେ ବାଳୁଙ୍ଗା ବାଳକ ସିକୁରିଟି ବାଲାଙ୍କୁ ଦେଖି ଉଠିଗଲା ପାଖରେ ଥିବା କାଠରେ ଏକ ଅର୍ଦ୍ଧନିର୍ମିତ ଛାମୁଡ଼ିଆ ଉପରକୁ  


ନାଁ ନାଁ କହି ପିଲାଟାକୁ ଅଟକାଇବେ କଣ, ପିଲାଟା ଛାମୁଡ଼ିଆ ଉପରେ ବାଲାନ୍ସ ହରେଇ ଟଳମଳ ହୋଇ ଗଳି ପଡିଲା ପିରାମିଡ଼ ଉପରେ ଏତେ ଉଚ୍ଚାରୁ ପଡି ଗୋଡହାତ ଭାଙ୍ଗିବ କଣ ପିଲାଟା ବାଉନ୍ସ ଖାଇ ଉଠିଗଲା ତାଳଗଛ ଉଚ୍ଚା ଉପରକୁ ଛିଟିକି ଯାଇ ପଡିଲା ନିକଟରେ ଫେସବୁକ ପାଇଁ ଫୋଟୁ ତୋଳୁଥିବା ତା ମୋଟୁ ବାପାର ପେଟ ଉପରେ ଓଃ.. safe landing.. ଆଶ୍ୱସ୍ତ ହେଲେ ଏପଟେ ଭୁଷୁ ଭୁସୁ ପବନ ସହ ବିଶାଳ ପିରାମିଡ଼ଟା ଭୁଇଁରେ ଲୋଟିଗଲା ଗୋଟେ ବଡ଼ ପାଲ ପରି ସିକୁରିଟି ବାଲା ସାଇକେଲ ପମ୍ପ ଧରି ଦଉଡ଼ିଗଲେ ପମ୍ପ ମାରି ଯଥା ଶୀଘ୍ର ପବନ ପୁରେଇ ପିରାମିଡ଼କୁ ଠିଆ କରେଇବାକୁ ଚେଷ୍ଟା କଲେ ଏଡ଼େ ବିଶାଳ ପିରାମିଡ଼ କୋଉ ଫୁଙ୍କା ପବନରେ ତତକ୍ଷଣାତ ଠିଆ ହେବ ! ପବନ ବେଗରେ ଖେଳିଗଲା ଖବର ମିଶର ଦେଶର ବିଶାଳ ପିରାମିଡ଼ ଚୋରି ଟିଭିରେ ଆସିଲା ଘନ ଘନ ବ୍ରେକିଂ ନିଉଜ ବିଶ୍ୱ ସାରା ହୁଲସ୍ତୁଲ କିଏ ଚୋରି କଲା ପିରାମିଡ଼ !! କିଏ ସେ କୁଖ୍ୟାତ ଚୋର !!

ସବୁଆଡେ ପିରାମିଡ଼ ଚୋରି ହେବାର ଚର୍ଚ୍ଚା ଚୋରକୁ ନେଇ ନାନା କଳ୍ପନା ଜଳ୍ପନା ଗବର ସିଂହ (ଶୋଲେ), କୁରୁ ସିଂହ (ଚନ୍ଦ୍ରକାନ୍ତା) ପରେ ଚୋର ସାରା ପୃଥିବୀରେ ଏବେ ମୁଖ୍ୟ ଖଳନାୟକ ଖବର ଯାଇ ବାଜିଲା Gru କାନରେ ତା ସ୍ୱାଭିମାନକୁ ହେଲା ଧକ୍କା କିଛି ଗୋଟେ ତୁରନ୍ତ କରିବାକୁ ପଡିବ ମଇତ୍ର ଡାକ୍ତର ନେଫାରିଓ ସହ ଭିଡିଓ ଚାଟ ଟିଏ କରି Gru ଦଉଡିଲା ନିଜ ଗୁପ୍ତ ଚାମ୍ବରକୁ ଯୋଉଠି ଥିଲେ ତାର ହଜାର ହଜାର ମିନିୟନ ସେନା ଟ୍ୱିଟରରେ ରାଜନୈତିକ ଦଳଙ୍କ ବଟସେନା ଟ୍ରେଣ୍ଡ କରିବା ଖବର ଶୁଣି ଧାଇଁ ଆସିଲା ପରି, ନିଜ କାମଧନ୍ଦା ଅଧାରୁ ରଖି ଧାଇଁ ଆସିଲେ ମିନିୟନ ସେନା ଖବର ଶୁଣୁ ଶୁଣୁ  ସଭା ମଞ୍ଚ ତଳେ ଆସି ଏକାଠି ହେଲେ ସମସ୍ତେ Gru କଲା ବଡ଼ ଘୋଷଣା ନୂଆ ଚୋରକୁ ବାଜିମାତ ଦେଇ ଆମକୁ ରହିବାକୁ ହେବ ଖବରର ଶୀର୍ଷରେ ଆମେ ଚୋରି କରିବା ସବୁଠାରୁ ବଡ଼ ଚୋରି.. ଜହ୍ନ ଓରଫ Moon. 


Gru ଜଣେ ଖ୍ୟାତନାମା ଭିଲିୟାନ ଲମ୍ବା ନାକ, ପତଳା ଗୋଡ଼, ଚନ୍ଦା ମୁଣ୍ଡ, ଢିମା ଆଖି ଘମ ପରି ଉଦର ବୁଦ୍ଧି ଜ୍ଞାନ କୌଶଳରେ ବେଶ ପାରଙ୍ଗମ Gru ଡାହାଣ ହାତ ତା ସାଙ୍ଗ ଡାକ୍ତର ନେଫାରିଓ ଜହ୍ନ ଚୋରି ଅଭିଯାନ ପାଇଁ ଆରମ୍ଭ ହେଲା ପ୍ଲାନ ଗୋଟେ "ସଙ୍କୁଚିତ ଯନ୍ତ୍ର" ସାହାଯ୍ୟରେ ଜହ୍ନକୁ ପ୍ରଥମେ ସଙ୍କୁଚିତ କରି ଛୋଟ କରାଯିବ ତାପରେ ଟେନିସ ଖେଳାଳି ହାଫ ପେଣ୍ଟ ପାକିଟିରେ ଟେନିସ ବଲ ଦୁଇ ଚାରିଟା ରଖିଲା ପରି ଜହ୍ନକୁ ପାକିଟିରେ ପୁରେଇ ଘରକୁ ନେଇ ଆସିହେବ ହେଲେ ଜହ୍ନ ପାଖକୁ ଯିବା ପାଇଁ ରକେଟ ତିଆରି ପାଇଁ ଆବଶ୍ୟକ ଅନେକ ଗୁଡ଼ାଏ ଅର୍ଥ "ଚୋର ମାନଙ୍କ ବ୍ୟାଙ୍କ" ମ୍ୟାନେଜର ବିନା ପ୍ରମାଣପତ୍ରରେ ଟଙ୍କା ଦେବାକୁ ସଫା ସଫା ମନା କରିଦେଲା ଆଜି "ସଂକୁଚିତ ଯନ୍ତ୍ର" ଦେଖାଅ, ତା ପରେ ମିଳିବ ଟଙ୍କା

ସଙ୍କୁଚିତ ଯନ୍ତ୍ରଟି ଥାଏ ପିରାମିଡ଼ ଚୋର ଭିକ୍ଟରର ଘରେ ଭିକ୍ଟର ବି ଚୋର ବୁଦ୍ଧି ଜ୍ଞାନ କୌଶଳରେ କିଛି କମ ନୁହେଁ Gru ଶତ ଚେଷ୍ଟା କରି ମଧ୍ୟ ଭିକ୍ଟରର ସିକ୍ୟୁରିଟି ଭେଦ କରି ତା ଘରୁ ଯନ୍ତ୍ରଟି ଚୋରି କରି ଆଣି ପାରିଲା ନାହିଁ ବାରମ୍ବାର ଚେଷ୍ଟା କରି ଫେଲ ମାରିଲା ପରେ ଦିନେ Gru ଦେଖିଲା, ତିନୋଟି କୁନି ଝିଅ ବିସ୍କୁଟ ବିକିବା ପାଇଁ ଭିକ୍ଟର ଘରକୁ ଯାଉଛନ୍ତି Gru ସ୍ଥିର କଲା ଏଇ କୁନି ଝିଅ ମାନଙ୍କୁ ହାତବାରିସୀ କରିବାକୁ ହେବ ଠିକଣା ନେଇ ବୁଝିଲା ଯେ ଝିଅ ତିନୋଟି ଗୋଟେ ଅନାଥ ଆଶ୍ରମର Gru ସେମାନଙ୍କୁ ନିଜ ପୋଷ୍ୟ କନ୍ୟା କରି ଅନାଥ ଆଶ୍ରମରୁ ନିଜ ଘରକୁ ନେଇ ଆସିଲା ଏପଟେ ବନ୍ଧୁ ଡାକ୍ତର ନେଫାରିଓ ସହାୟତାରେ ତିଆରି କଲା ବିସ୍କୁଟ ରୋବଟ ରୋବଟ ଯାହା ଦେଖିବାକୁ ବିସ୍କୁଟ ଭଳି ହୋଇଥିବେ ଠିକ ଯେମିତି ରାଜନୈତିକ ଦଳମାନେ ନିଜ କାମ ପାଇଁ ତିଆରି କରନ୍ତି ଟ୍ୱିଟରରେ ବଟ ମଣିଷ

କୁନି ଝିଅ ତିନୋଟିଙ୍କ ବିସ୍କୁଟ ପ୍ୟାକେଟରେ ବଟ ବିସ୍କୁଟ କିଛି ରଖି ଭିକ୍ଟର ଘରେ ପହଞ୍ଚାଇ ଦିଆଗଲା ବଟ ବିସ୍କୁଟ ଭିକ୍ଟରର ସିକ୍ୟୁରିଟି କଳ ଅକାମି କରିଦେଲେ ଭିତର ଆଡୁ Gru ନିଜର କିଛି ମିନିୟନସଙ୍କୁ ଧରି ଭିକ୍ଟର ଘରୁ ଫାଇନାଲି ସଙ୍କୁଚିତ ଯନ୍ତ୍ରଟି ଆଣିବାକୁ ସକ୍ଷମ ହେଲା

ହେଲେ Gru କଣ ଚୋରି କରିବାକୁ ସକ୍ଷମ ହେଲା ଜହ୍ନକୁ ! ଭିକ୍ଟର କଣ ହାତରେ ହାତ ଧରି ବସି ରହିଲା? କାମ ସରିଗଲା ପରେ Gru କଣ ପୁଣି ଛାଡିଦେଲା ଅନାଥ ଆଶ୍ରମରୁ ଆଣିଥିବା ତିନି କୁନି ଝିଅଙ୍କୁ

ସବୁ କିଛି ଜାଣିବା ପାଇଁ ନିଜେ ଦେଖନ୍ତୁ Despicable Me ପ୍ରଥମ ଭାଗକୁ ସପରିବାର ସହ

1 comment:

  1. Poker Chips | The Future of Playing Baccarat
    In this article, we'll highlight 바카라 사이트 some of the most popular poker chips at kadangpintar the casino. หาเงินออนไลน์ These are all popular machines that players can try for at home.

    ReplyDelete