ଭାରି ଅଣନିଶ୍ୱାସୀ ଲାଗେ । ଏ ପିଢ଼ି ସହ ତାଳ ଦେଇ ବୋଧେ ଚାଲି ହେବନି ଆଉ । ଆମ ଜେଜେ ବାପା ଜେଜେ ମା'ଙ୍କର ପିଢ଼ି ବୋଧେ ଏମିତି ଅଶ୍ଵସ୍ତି ଅନୁଭବ କରୁଥିବେ, ଆମ ବାପା ମା'ଙ୍କର ସମୟରେ । ଆମ ବାପା, ମା'ଙ୍କ ପିଢ଼ି ବୋଧେ ଠିକ ଏମିତି ଅଣନିଶ୍ୱାସୀ ହୋଇଯାଉଥିବେ ଯେତେବେଳେ ଆମ ପିଢ଼ିର କଣ୍ଟ୍ରୋଲ ଆସିଥିବ ଏ ସମାଜରେ । ବଦଳିବାଟା ତ ସଂସାରର ନିୟମ । ହେଲେ ଆମ ପିଢ଼ିର ସମୟ କଣ ଏତେ ଶୀଘ୍ର ସରିଗଲା ! ଆଜିକାଲିର ଦ୍ରୁତଗତିରେ ବଦଳୁଥିବା ସମାଜ ଭିତରେ କିଛି ବି ଅସମ୍ଭବ ହୋଇ ନପାରେ । କିମ୍ବା ଆମେ ସବୁ ଥିଲୁ ପୁରୁଣା ସ୍କୁଲର ଛାତ୍ର । ସେଥିପାଇଁ ବୋଧେ ଆମ ମାନଙ୍କ ପାଇଁ ଏ ପରିବର୍ତ୍ତନଟା ଶୀଘ୍ର ଅନୁଭୂତ ହେଉଛି ।
ଟିଭି କିମ୍ବା ଇଣ୍ଟରନେଟରେ ଆଜିକାଲିର ସିରିଏଲ କି ଫିଲ୍ମ ଦେଖିଲେ, ପାଞ୍ଚ ମିନିଟରୁ ଅଧିକ ସମୟ ଦେଖି ପାରେନି ମୁଁ । ଆପେ ଆପେ ରିମୋଟର ବୋତାମ ଟିପି ହୋଇଯାଏ ନହେଲେ mouseର ପଏଣ୍ଟର ଯାଇ ବଦଳେଇ ଦିଏ କମ୍ପୁଟରର ପରଦାକୁ । ଏ ଚରିତ୍ର ମାନଙ୍କୁ ଦେଖିଲେ ଲାଗେ, କିଏ ସବୁ ଏମାନେ? ଅଚିହ୍ନା ଲୋକମାନଙ୍କର ଭିଡ଼ ମଧ୍ୟକୁ ପଶିଗଲା ଭଳି ଲାଗେ ନିଜକୁ । ଏ ଚରିତ୍ର ମାନଙ୍କର କଥାବାର୍ତ୍ତା ଚାଲିଚଳନ, ସବୁ କିଛି ଅନ୍ୟ କେଉଁ ସମାଜର ଭଳି ଲାଗେ । ଆମ ଆଖପାଖରେ ବୁଲୁଥିବା ଚରିତ୍ର ମିଳନ୍ତନି ସେ ଫିଲ୍ମ କି ସିରିଏଲର କାହାଣୀରେ ।
ଥରେ ଟ୍ୱିଟର Timeline ରେ scroll କରୁ କରୁ ପାଇଲି କ୍ଷୁଦ୍ର ଗପଟିଏ । ପଢୁ ପଢୁ ଛାତିଟା ଭାରି ଭାରି ହୋଇଗଲା । 50/60 ଧାଡ଼ିର ଗପ ଭିତରେ ଥିବା ଚରିତ୍ର ସବୁଙ୍କୁ ଚିହ୍ନିଲା ଚିହ୍ନିଲା ପରି ଲାଗିଲା । ସବୁ ଯେମିତି ଏଇଠି କୋଉଠି ଆମ ଆଖପାଖରେ ବୁଲୁଥିଲେ । କେହିଜଣେ ସାଉଁଟି ଆଣି ଗପଟିଏ ଲେଖି ଦେଇଥିଲା ।
ଜାଣିନି ଏ ଲେଖିକାଙ୍କୁ ମୁଁ କେବେ ଟ୍ୱିଟରରେ ଫଲୋ କରିଥିଲି ଏବଂ କେବେ ସେ ମୋତେ ଫଲୋ-ବ୍ୟାକ କରିଥିଲେ । ଗପଟି ପୁରା ଆନ୍ଦୋଳିତ କରି ରଖି ଦେଇଥିଲା ମନକୁ । ମୋ ପ୍ରତିକ୍ରିୟା ବି ଠିକ୍ ଏମିତି କିଛି ଥିଲା ନୂଆ ଲେଖିକାଙ୍କ ପ୍ରତି ଟ୍ୱିଟରରେ । ତାପରେ ଆସିଲା ଏମିତି ଅନେକ ଗପ, ଅନେକ ଚରିତ୍ର ଓ ଅନେକ ଭାବାବେଗ । ନାଲି ଚୁଡା, କ୍ଷୀରି, ଉର୍ମିଳା.. ଏମିତି କେତେ ରୂପରେ ।
ମୁଁ ଅନେକ ସମୟରେ ଭାବେ, କାହିଁକି ଆମ ଫିଲ୍ମ/ସିରିଏଲ ଆମଠାରୁ ଏମିତି ଆଲିଏନ ହୋଇ ଯାଇଛନ୍ତି ! କାହିଁକି ପରଦା ଉପରେ ଆସୁଥିବା ଦୃଶ୍ୟ ଗୁଡିକ ଫିକାଫିକା କୃତ୍ରିମ ଲାଗନ୍ତି !! ପ୍ଲାଷ୍ଟିକ ଭଳି ଚକଚକ ହେଲେ ନିର୍ଜୀବ । ଏମାନେ ଛୁଇଁ ପାରନ୍ତିନି ମନର ସେ ନିବୃତ କୋଠରୀକୁ । କାହାଣୀ ସବୁ ଚହଲେଇ ପାରନ୍ତିନି ଛାତି ଭିତରେ ବରଫ ପାଲଟି ଯାଇଥିବା କ୍ଷତକୁ । ହେଲେ ଏ ଲେଖିକାଙ୍କର କିଛି ଧାଡ଼ିର କାହାଣୀ କେମିତି ବିଦାରି ଦେଉଛି ସେ କ୍ଷତକୁ ! ଆଖି କୋଣରୁ ଅଜାଣତରେ କେତେବେଳେ ଲୁହ ତ କେତେବେଳେ ଓଠରୁ ହସଟିଏ.. କେମିତି ଝରି ଆସୁଛି ଗପ ପଢିଲା ଭିତରେ ! କାହାଣୀର ଚରିତ୍ର ଗୁଡିକ କେମିତି ଜାଗା ମାଡି ବସି ପଡୁଛନ୍ତି ଜବରଦସ୍ତି ହୃଦୟରେ!!
ଗଳ୍ପ କିମ୍ବା କାହାଣୀ ଲେଖିବା ସମସ୍ତଙ୍କର ଆୟତ୍ତରେ ନଥାଏ । ଏ ହେଉଛି ଏକ ସୃଜନଶୀଳତା । ବୋଧେ ଆଜିର ଲୋକଙ୍କ ପ୍ରଫେସନ ଏପଟ ସେପଟ ହୋଇଯାଇଛି । ଫିଲ୍ମ ସିରିଏଲ ପାଇଁ ଲେଖୁଥିବା କାହାଣୀକାର ବୋଧେ ଭୁଲରେ ପଶି ଆସିଛନ୍ତି ଏହା ଭିତରକୁ । ଏବଂ ପ୍ରକୃତ ଲେଖକ ଅନ୍ୟ କୋଉ ପ୍ରଫେସନ ଭିତରେ ପଶି କାହାଣୀ ଲେଖିବା ଦିଗଟିକୁ ହଜେଇ ଦେଉଛି । ଯାହାର ଦୁଃଖଦ ପରିଣତି ଭୋଗୁଛି ଆମ ସମାଜ ।
ସେ ଯାହାହେଉ, ସୁଲଗ୍ନାଙ୍କର ଗପବହିଟି ଆଣିଛି ଗୋଟେ ଆଶାର କିରଣ । ମୁଁ ଥରେ କଥା ଛଳରେ ଲେଖିଥିଲି ତାଙ୍କୁ, ସବୁ ଗପକୁ ମିଶେଇ ଗୋଟେ ଗଳ୍ପ ସଂକଳନ ପ୍ରକାଶ କରିବାକୁ । ଯେତେବେଳେ ଗପବହିଟି ଆସିଲା, ପଢି ଜାଣିଲି ମୋ ପରି ଅନେକ ଲୋକଙ୍କର ସେଇ ଏକା ଅନୁରୋଧ ଥିଲା । ମନକୁ ଖୁସି ଲାଗିଲା ଯାହାହେଉ ପିଢ଼ି ବଦଳିଛି ହେଲେ ବଦଳିନି ମଣିଷର ଭାବାବେଗ । କାଠ ଚୁଲି ବଦଳି ଇଣ୍ଡକ୍ସନ ଚୁଲା ଆସିପାରେ, ଶିଳ ବଦଳି ଗ୍ରାଇଣ୍ଡର କିମ୍ବା ଚିଠି ବଦଳି WhatsApp ଆସିପାରେ, ହେଲେ ମାନବିକ ଭାବାବେଗ କେବେବି ବଦଳି ପାରେନା । ସେଥିପାଇଁ ତ ଷାଠିଏ ଦଶକର ଫିଲ୍ମ, ଅଷ୍ଟାଦଶ ଶତାବ୍ଦୀର କ୍ଲାସିକ ଉପନ୍ୟାସ ଆଜିବି ଏକବିଂଶ ଶତାବ୍ଦୀର ମଣିଷକୁ ଭାବବିହ୍ୱଳିତ କରି ପକାଏ ।
ପିଜା, ବର୍ଗର ଯୁଗରେ ବି ନାଲିଚୁଡ଼ାର ଆଦର ରହିଛି ଓ ଆଗକୁ ରହିବ ।
PS: ସୁଲଗ୍ନାଙ୍କର ବହିଟିର ରିଭ୍ୟୁ ଲେଖିବାକୁ କଲମ ବାହାର କରିଥିଲି, ହେଲେ ଲେଖୁ ଲେଖୁ କଲମଟି ମାଡ଼ିଗଲା ଅନ୍ୟ ଆଡକୁ ।

ଅଜା ଆପଣ କଲମ ବାହାର କରିଥିଲେ ନା କି-ବୋର୍ଡ?
ReplyDeleteସେ କଲମ ହେଉ କିମ୍ବା କି-ବୋର୍ଡ଼, ଲେଖଟା ସୁନ୍ଦର ହେଇଛି ।
ରିଭିୟୁଟା ବି ଭଲ ଢଙ୍ଗରେ ଆସିଲା ।
କଲମରେ ଲେଖିଲା ପରେ କି'ବୋର୍ଡରେ ଟାଇପ କରିଥିଲି :)
Deleteହା ହା ।
DeleteSuperb,ବହୁତ ବଢିଆ review।
ReplyDeleteମନକୁ ଛୁଇଁଛି ବୋଲି ରିଭ୍ୟୁ ଲେଖିବାକୁ କଲମ କାଢୁ କାଢୁ ମନକଥା ସବୁ ଝରିଗଲା। ଅଜାଙ୍କ ମନକୁ ଛୁଇଁଛି ଜାଣି ଖୁସି ଲାଗିଲା। ମୋ ମନକୁ ବି ଗପ ଗୁଡ଼ିକ ବେଶ୍ ପାଇଛି।
ReplyDeleteଥାଙ୍କୁ ସନସାଇନ ନାତୁଣୀ :)
Deleteଅଜା ଆପଣଙ୍କ କଥା ଗୁଡିକ ନିରାଟ ସତ ,ଆଉ କିଛି ନୁହଁ ,ବଦଳି ଚାଲିଥିବା ସଂସାରରେ କିଛି ଜିନିଷ କେବେ ବଦଳେନା .... ଲେଖିକାଙ୍କ ଗପ ସମସାମୟିକ ଆଉ ଜୀବନ ସଙ୍ଗେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ,ତେଣୁ ଗପ ଗୁଡା ନିଜର ନିଜର ଲାଗେ। ମୁଁ ଯଦିଓ ଜାଣେନା କେବେ ନାଲିଚୁଡ଼ା ପଢ଼ିବା ସୁଯୋଗ ପାଇବି,କିନ୍ତୁ ଯାହା ମନେ ହଉଚି ଯେବେ ବି ପଢିବି ନୂଆ ଲାଗିବ
ReplyDeleteଠିକ କହିଛନ୍ତି
Deleteଲେଖାଟି ତ ଏକଦମ ସମୟୋପଯୋଗୀ...ଅଜା ଯାହା କାଜିଲେ ତ ଠିକ୍ କଥା... generation gap ତ କେବେଠୁ ଚାଲି ଆସୁଛି ଆଉ ଆମେ ତାକୁ ବିଭିନ୍ନ platform ରେ discussion ବି କରୁଛେ..। ଏହା ଏପରି ଏକ ଅବସ୍ଥା.. ଯାହା ନିଜେ ନ ମଲେ ସ୍ୱର୍ଗ ଦେଖିହୁଏନି ପରି କଥା । ଏହା ସେଥତେବେଳେ ବୁଝିହୁଏ...ଯେତେବେଳେ ନିଜ ର ଆଜ୍ଞାଧୀନ ପିଲା ଟା... ହଠାତ ସଂସାରର ସବୁଠୁ ଅଜଣା ଅଶୁଣା ଆଉ ଦୁର୍ବୋଧ୍ୟ ହୋଇଯାଏ । ଭାବି ହୁଏନି..ଭାବ କି ଆବେଗର କିଛି ମହତ୍ତ୍ୱ ଏଠି ଥାଏ କି ନାହିଁ..।
ReplyDeleteଥାଙ୍କୁ :)
Deleteଅଜା ପିଢି ପଛକେ ବଦଳି ଯିବେ କିନ୍ତୁ ସେ ମନର ଭାବନା ମନ ଭିତରେ କିଛି କିଛି ହେବା କେବେ ବି ବଦଳି ବନି।
ReplyDeleteସତ୍ୟ ବଚନ | ମୋ କଟାକ୍ଷଟା ଆଜିକାଲିର ହନୁକରଣ ବାଲା ଫିଲ୍ମ ଓ ସିରିଏଲ ପ୍ରତି ଥିଲା
Deleteବହୁ ଦିନ ପରେ ଭଲ ସମୀକ୍ଷାଟେ ପଢିବାକୁ ମିଳିଲା । ନୂଆ ପିଢିକୁ ଅଧିକ ଲେଖିବାକୁ ଉତ୍ସାହ ମିଳିବ । ଧନ୍ୟବାଦ ।
ReplyDeleteଆପଣଙ୍କ କମେଣ୍ଟ ଦେଖି ବହୁତ ଖୁସି ଲାଗିଲା । ଧନ୍ୟବାଦ :)
DeleteI loved the review. Today's youth needs a Aja like you.
ReplyDeleteThanks. Glad you liked it.
Deleteଅଜା ROCKS ........
ReplyDelete