Tuesday 30 October 2018

ଫିଲ୍ମ ରିଭ୍ୟୁ - ସାଇକେଲ ଚୋର (Ladri di Biciclette)

1948 ମସିହାର ରିଲିଜ ହୋଇଥିବା ଇଟାଲିଆନ ଫିଲ୍ମ ଇଏ । 


ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଇଟାଲିର ଅବସ୍ଥା କିଛି ଭଲ ନାହିଁ ସାଧାରଣ ଲୋକଙ୍କର ବେକାରୀ ସମସ୍ୟା ସାଙ୍ଗକୁ ଆର୍ଥିକ ଅନାଟନ ଚାକିରୀ ଖୋଜୁଥିବା ଅନେକ ଲୋକଙ୍କ ମଧ୍ୟରେ ଜଣେ ହେଲେ, ଫିଲ୍ମର ମୁଖ୍ୟ ଚରିତ୍ର- ଆଣ୍ଟନିଓ ତାଙ୍କୁ ଗୋଟେ କାମ ମିଳିଛି ସହର ଭିତରେ ବିଭିନ୍ନ ଜାଗାରେ ବୁଲି ସିନେମା ପୋଷ୍ଟର ଲଗେଇବା କାମ ହେଲେ ଚାକିରୀଟି ପାଇବାକୁ ହେଲେ ପାଖରେ ସାଇକେଲଟିଏ ଥିବା ଜରୁରୀ ଆଣ୍ଟନିଓ ଚାକିରୀଟି ହାତଛଡା କରିବା ପାଇଁ ମିଛ କହି ଦେଇଛି, ତା ପାଖରେ ସାଇକେଲ ଅଛି ବୋଲି  

ଘରେ ନିଜ ସ୍ତ୍ରୀକୁ ଦୁଃଖ କାହାଣୀ କହିଛି ସ୍ତ୍ରୀ ମାରିଆ ନିଜ ଘରେ ଥିବା ବେଡ଼ସିଟ ସବୁକୁ ଏକାଠି କରି ସଫା କରିଛି ସେସବୁକୁ ବିକି ସେମାନେ ସେଇ ଟଙ୍କାରେ ସାଇକେଲଟିଏ କିଣିଛନ୍ତି ଆଣ୍ଟନିଓର ଏବେ ଖୁସି କହିଲେ ନସରେ ସକାଳୁ ରେଡି ହୋଇ ସାଇକେଲ ଧରି ବାହାରି ଯାଇଛି ନିଜ କାମକୁ  

ସିଡ଼ି ଉପରେ ଚଢି କାନ୍ଥରେ ସିନେମା ପୋଷ୍ଟର ଲଗାଉଥିଲା ବେଳେ ଚୋରଟିଏ ଆସି ଆଣ୍ଟନିଓର ସାଇକେଲ ଧରି ସେ ଜାଗାରୁ ଧାଇଁଛି ଆଣ୍ଟନିଓ ଚୋର ଚୋର କହି ବହେ ବାଟ ଗୋଡ଼େଇଛି ହେଲେ ଚୋର ରକେଟ ବେଗରେ ସାଇକେଲ ଚଲେଇ ସେ ଜାଗାରୁ ଉଭାନ ହୋଇଯାଇଛି  

ଆଣ୍ଟନିଓ ଥାନାକୁ ଯାଇ ଫେରାଦ ହୋଇଛି ଥାନାବାବୁ ଚିରାଚରିତ ଭାବରେ କହିଛନ୍ତି, ଯଦି ସାଇକେଲ ମିଳିଲା ତାହେଲେ ତମକୁ ଫେରେଇ ଦିଆଯିବ ବ୍ୟସ୍ତ ହେବାର କିଛି ନାହିଁ ଚାରିଆଡେ ଆଖି ପକାଉ ଥାଅ କୋଉଠି ନଜରରେ ପଡିଲେ ଥାନାରେ ଆସି ଜଣାଅ  

ମନ ଦୁଃଖରେ ଘରକୁ ଫେରିଛି ଆଣ୍ଟନିଓ ତା ପରଦିନ ସକାଳୁ ଉଠି ନିଜ ସାତ/ଆଠ ବର୍ଷର ପୁଅ ବ୍ରୁନୋ (Bruno)କୁ ସାଙ୍ଗରେ ଧରି ସାଇକେଲ ଖୋଜିବାକୁ ବାହାରି ଯାଇଛି ଅନେକ ଜାଗା ଖୋଜିଲା ପରେ ବି ସାଇକେଲ ମିଳିନି ଫିଲ୍ମଟିର ଏଇ ଅଂଶରେ ଅନେକ ଏମିତି ଦୃଶ୍ୟ ଅଛି ଯାହା ଦର୍ଶକକୁ ଭାବପ୍ରବଣ କରିଦେବ ସେ ଯାହାହେଉ ଶେଷରେ ଅନେକ ଖୋଜିଲା ପରେ ଗୋଟେ ଜାଗାରେ ସାଇକେଲ ଚୋରକୁ ପାଇଛି ହେଲେ ସେ ଲୋକଟି ଗାଲେଇଛି ପୁଲିସକୁ ଯାଇ ଡାକିଛି ଆଣ୍ଟନିଓ ଚୋରର ଘର ଖୋଜାଖୋଜି କରି କିଛି ମିଳିନି ସାଇକେଲ ନାହିଁ, ସାକ୍ଷୀ ବି କେହି ନାହାଁନ୍ତି ପୁଲିସ କିଛି କରିପାରିବନି ବୋଲି କହିଛି  



ନିରାଶ ହୋଇ ବାପ ପୁଅ ଦୁହେଁ ଫେରିଲା ବେଳେ ଆଣ୍ଟନିଓ ଗୋଟେ ଘର ଆଗରେ ସାଇକେଲଟିଏ ଥିବାର ଦେଖିଛି ଆଖପାଖରେ କେହି ନାହାଁନ୍ତି ପୁଅକୁ ପଇସା କିଛି ଦେଇ ଘରକୁ ବସ୍ ଧରି ଚାଲିଯିବାକୁ କହି ଆଣ୍ଟନିଓ ସେ ଜାଗାରୁ ସାଇକେଲ ଧରି ଧାଇଁଛି ସାଇକେଲ ଯୋଉ ଲୋକର, ସିଏ ଚୋର ଚୋର କହି ଗୋଡ଼େଇଛି ଆଣ୍ଟନିଓକୁ ଲୋକେ ଧରି ଦେଇଛନ୍ତି ଦମେ କୁଟିଛନ୍ତି ଏଇ ସମୟରେ ଆଣ୍ଟନିଓର ପୁଅ ଆସିକି ବାପାକୁ ଛାଡି ଦେବାକୁ କାନ୍ଦି କାନ୍ଦି କହିଛି ବାପ ପୁଅଙ୍କ ଅବସ୍ଥା ଦେଖି ସାଇକେଲ ବାଲାଟି ମନରେ ଦୟା ଆସିଛି   ଆଣ୍ଟନିଓକୁ ପୁଲିସରେ ଦେଇ ଛାଡି ଦେବାକୁ ଲୋକମାନଙ୍କୁ କହିଛି  

ବାପ ପୁଅ ଚୁପଚାପ ଘରକୁ ଫେରୁଛନ୍ତି ନିଜ ପୁଅ ଆଗରେ ସାଇକେଲ ଚୋରି କରି ଧରାପଡି ଆଣ୍ଟନିଓ ଏକଦମ ଭାଙ୍ଗି ପଡିଛି ଭୋ ଭୋ କରି କାନ୍ଦି ଉଠିଛି

ଇଟାଲି ଭାଷାରେ Ladri di Biciclette ଅର୍ଥ – “ସାଇକେଲ ଚୋରମାନେ ସାଇକେଲ ଚୋରକୁ ଖୋଜୁ ଖୋଜୁ ଶେଷକୁ ନିଜେ ସାଇକେଲ ଚୋର ହୋଇଯାଇଛି କାହାଣୀର ମୁଖ୍ୟ ଚରିତ୍ରଟି ଏହାର ଇଂରାଜୀ ନାଁ କୁ ନେଇ ଟିକେ ଗୋଳମାଳିଆ ପରିସ୍ଥିତି ହୋଇଥିଲା ସେତେବେଳେ ଆମେରିକାରେ ଫିଲ୍ମଟି The Bicycle Thief ଭାବରେ ରିଲିଜ ହୋଇଥିଲା ବେଳେ ଇଂଲଣ୍ଡରେ ଏହା Bicycle Thieves ନାଁ ରେ ରିଲିଜ ହୋଇଥିଲା  

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଫିଲ୍ମଟିରେ ଅଭିନୟ କରିଥିବା ଅଭିନେତା ମାନେ କେହି ବି ପ୍ରଫେସନାଲ ଅଭିନେତା ନଥିଲେ ହେଲେ କାହାଣୀ ନିର୍ଦ୍ଦେଶନା ବହୁତ ଉଚ୍ଚକୋଟୀର ଫିଲ୍ମଟିରେ  

ଫିଲ୍ମଟିରେ ସେତେବେଳର ରୋମ ସହରକୁ ଦେଖିଲେ କୋଲକାତା ସହର ମନେ ପଡ଼ିଯାଏ ପୁରୁଣା ସହର ଟ୍ରାମ କିଛି ବି ଚାଲୁଛି ସହର ମଝିରେ ସବୁଆଡେ ଆର୍ଥିକ ଅନାଟନର ଦୃଶ୍ୟ  

ବିଶ୍ୱର ସର୍ବଶ୍ରେଷ୍ଠ ଫିଲ୍ମ ତାଲିକା ମଧ୍ୟରେ ଫିଲ୍ମଟିକୁ ସ୍ଥାନ ଦିଆଯାଏ