ଗାଁ ଛକ ମୁଣ୍ଡେ ଠିଆ
ହୋଇଥିଲେ
ଯିବା ପାଇଁ ଅଜା କଟକ,
ଦେଖିଦେଲେ ଦୂରୁ ବଅସ
ଆସୁଛି
କହିଲେ, ବାବୁରେ ଅଟକ
।
ଉଣ୍ଡିକରି ଅଜା ପଚାରନ୍ତି
ବାବୁ
ଅଛି କିରେ ସିଟ ଖାଲି,
ଏତେ ଦୂର ବାଟ ଠିଆ
ହୋଇକରି
ଯାଇ ପାରିବିନି ଚାଲି
।
ହେଲପର ଟୋକା ଓହଳିକି
ଅଧା
କହେ ଅଛି ସିଟ ପ୍ରଚୁର,
ଭିତରକୁ ଜଲଦି ପଶି
ଆସ ଅଜା
ବେଳ ହୋଇଲାଣି ଉଛୁର
।
ଭିତରକୁ ଆସି ଭିଡେ
ହୋଇ ଠେସି
ଅଜା ରାଗି ହେଲେ ଗରଗର,
ଆଗରୁ କହିଛି ଯାଇ ପାରିବିନି
ଗାଡି ରଖ ଆରେ ଡ୍ରାଇଭର ।
କଣ୍ଡକ୍ଟର ଯାଇ ବୁଝାଇଲା
କହି
ରୁହ ଅଜା ଟିକେ ଥୟ
ଧର,
ସିଟ ଅଛି ଖାଲି ପଛ
ଆଡେ ଦେଖ
ମିଛୁଟାରେ ହୁଅ ଗର
ଗର ।
ଭିତରକୁ ପଶି ଦେଖିଲେ
ଅଜା
ଖାଲି ଅଛି ପଛ ସିଟ
ପୁରା,
ଝରକା ପାଖକୁ ବସିଗଲେ
ଯାଇ
ମୁଣ୍ଡ ତାଙ୍କ ଟିକେ
ଥଣ୍ଡା ହେଲା ।
ଦେଖୁଦେଖୁ ସବୁ ସିଇଟି ପୁରିଲା
ବଅସ ଚାଲିଲା ଘୁଉଁ
ଘୁଉଁ,
ଝରକା ସେପଟୁ ହାଉଆ
ବହିଲା
ଧୀରେ ଧୀରେ ବଢି ସୁଉ
ସୁଉ ।
ଆଖିପତା ଟିକେ ମାଡି
ଆସୁଥିଲା
କିଏ ଗୋଟେ ଆସି ପିଟି ହେଲା,
ପାଖ ଯାତିରିଟି ଢ଼ୋଳେଇ
ଢ଼ୋଳେଇ
ମୁଣ୍ଡଟାକୁ ଆଣି କୁଟି
ଦେଲା ।
ଆସ୍ତେ କରି ତାକୁ ହଲେଇ
କହିଲେ
ଭଲ କରି ଟିକେ ବସ ଭଲା,
ମୁଣ୍ଡ ପିଟି ପିଟି
ଅଖଞ୍ଜ କରି କହ
ନିଅ କେଉଁ ଜନମର ବଦଲା
।
ପଖାଳ ଗଣ୍ଡିଏ ଚଢେଇ
ଦେଇଛି
ମୁଣ୍ଡ ସ୍ୱତଃସ୍ପୃତ
ଯାଏ ହଲି,
ଏପଟକୁ ତମେ ଚାଲିଆସ
ଅଜା
ସେପଟକୁ ମୁହିଁ ଯାଏ
ଚାଲି ।
ଝରକାକୁ ଛାଡି ଯିବିନିରେ
ଭାଇ
ଥଣ୍ଡା ହାଉଆକୁ ତ୍ୟାଗ
କରି,
ନ ଢ଼ୋଳେଇ ତମେ ଆରାମେ
ଶୁଅ ହେ
ମୋ’ରି କାନ୍ଧରେ ମଥା
ଡେରି ।
ସାଥି ପାସେଞ୍ଜର ଶୋଇଗଲା
ନିଦେ
ଅଜାଙ୍କ କାନ୍ଧରେ ମୁଣ୍ଡ
ଡେରି,
କିଛି କ୍ଷଣ ମଧ୍ୟେ
ଅଜା ଶୋଇଗଲେ
ଗହଳ ନିଦରେ ଥିରି ଥିରି
।
ଚାଉଁ କିନା ଅଜା ଦେହକୁ
ଲାଗିଲା
ଥଣ୍ଡା ଥଣ୍ଡା କିଛି
କୁଲ କୁଲ,
ଆଖି ମଳି ଉଠି ଅଜା
ଦେଖୁଛନ୍ତି
ଲୋକ ଗଡାଇଛି ବହେ ଲାଳ
।
ପାଟିରୁ ତାହାର ଗରଳ
ବୋହିକି
ଅଜା ସାର୍ଟ ଅଧା ଭିଜେଇଛି,
ଗୋଲାକାର ଏକ ଚିହ୍ନ
କରି ସେଠି
ମାନଚିତ୍ର ଗୋଟେ ଆଙ୍କି ଅଛି ।
ରାଗେ ପାଚି ଅଜା ଓଝାଳିଲେ
ତାର
ସପ୍ତ ପୁରୁଷକୁ ବସି ସେଠି,
ଆଖି ମଳି ମଳି ସବୁ
ବୁଝିଗଲା
ଲୋକଟି ଗଭୀର ନିଦୁ ଉଠି ।
କହିଲା ଅଜା ହେ ଅଜାଣତେ
ନିଦେ
ପାଟିରୁ ବୋହିଲା ବୋଝେ ଲାଳ,
ଜୀବନରେ କେବେ ଯାତ୍ରା
ନକରିବି
ଆଉ କେବେ ଖାଇ ପଖାଳ ।
କାନ ମୋଡ଼ିକରି ଖାଉଛି
ଚାପୁଡ଼ା
ଦୋଷ ମୋର ତମେ କ୍ଷମା କର,
ଲାଳ ତକ ସବୁ ପୋଛି
ମୁଁ ଦେଉଛି