Wednesday 3 January 2018

ନଚିକେତା (The Revenant)


୧୮୨୩ ସାଲର କଥା ଇଏ ଆମେରିକାର କୋଉ ଗୋଟେ ଜନଶୂନ୍ୟ ଜଙ୍ଗଲିଆ ତୁନ୍ଦ୍ରା ଅଞ୍ଚଳ ଇଂରେଜ ଦଳେ (ପ୍ରାୟ ୩୦/୪୦ ଜଣ ହେବେ ବୋଧେ) ଏଇଠି ଜଙ୍ଗଲ ଭିତରେ ପଶୁ ଶିକାର କରିବାକୁ ବାହାରିଥାନ୍ତି ବନ୍ୟଜନ୍ତୁ ଶିକାର କରି ତାଙ୍କ ଚମଡାକୁ ଏକାଠି କରି ବୋହି ନିଅନ୍ତି ଏମାନେ ଦୂରରେ ଥିବା ନିଜ କ୍ୟାମ୍ପକୁ ପଶୁ ଶିକାର କରି ସେମାନଙ୍କ ଚମଡାକୁ ନେଇ ବ୍ୟବସାୟ କରିବା ହେଲା ଏମାନଙ୍କର କାମ ଏହି ଦଳର ମୁଖିଆ ହେଉଛି ଆମ ଫିଲ୍ମର ହିରୋ ଲିଓ ଲିଓ ବିଷୟରେ ଟିକେ କହିଦିଏ ଏଠି ପୁରା ନାଁ ଲିଅନାଡ଼ ଡିକାପ୍ରିୟ ଟାଇଟନିକ ଜାହାଜ ଫିଲ୍ମରେ ଯିଏ ଥିଲା ହିରୋ   ଫିଲ୍ମରେ ତା ନାଁ ହୋଇଛି ଗ୍ଲାସ (Glass)   ହେଲେ ଅଜା ତାକୁ ପିଳାବେକୁ ଲିଓ ବୋଲି ଡାକେ ତେଣୁ ପୁରା ରିଭ୍ୟୁ ଗପରେ ଏଠି ତା ନାଁ କୁହାଯିବ ଲିଓ ଲିଓର ଗୋଟେ କିଶୋର ବୟସର ପୁଅ ବି ଥାଏ ଦଳରେ। ତାର ନାଁ ହକ୍ (Hawk)



ସକାଳ ସମୟ  ଜଙ୍ଗଲ ଭିତରେ ରୋଷେଇ ଫୋଷେଇ ଚାଲିଛି ଚମଡା କିଛି କିଛି ଏକାଠି କରି ପ୍ୟାକେଟ ବନ୍ଧା ସରିଛି ସମସ୍ତେ ଖୁସିଗପରେ ବ୍ୟସ୍ତ ହଠାତ ଭୁଷଭାସ ଶର ସବୁ କୁଆଡୁ ମାଡି ଆସିଲା ସାଏଁ କିନା ଆସି ଗଳିଗଲା କାହା ପେଟରେ କାହା ବେକରେ ଏମାନେ ବନ୍ଧୁକ ସଜାଡୁ ସଜାଡୁ ସିଆଡ଼ୁ ମାଡି ଆସିଲେ ମେଞ୍ଚାଏ ଆଦିବାସୀ ଅରିକିରା ବାହିନୀ ହେଲା ଘମାଘୋଟ ଲଢେଇ ଶର ବନାମ ଗୁଳି ଟଳି ପଡୁଥାନ୍ତୁ ଏପଟରୁ କିଛି ସେପଟରୁ କିଛି ଶବ୍ଦ ଶୁଣି କିଛି ଦୂରରେ ଜଙ୍ଗଲ ଭିତରେ ଶିକାର କରୁଥିବା ବାପ ପୁଅ ଲିଓ ହକ ଧାଇଁ ଆସିଲେ ଟେଣ୍ଟ ପାଖକୁ ଲଢ଼ୁଥିବା ନିଜ ଦଳକୁ ବାଟ କଢେଇ ପାଖରେ ଥିବା ନଦୀ ଆଡକୁ ନେଇ ଆସିଲେ ସେଠାରେ ଥିବା ଡଙ୍ଗାରେ ବସି ପଳାୟନ କଲେ ସେ ଜାଗାରୁ ପ୍ରାଣ ବଞ୍ଚାଇ କଷ୍ଟେମଷ୍ଟେ ଡଙ୍ଗା ଚଢ଼ୁ ଚଢ଼ୁ ବି ଦୁଇ ତିନିଟା ଟଳି ପଡିଲେ ତୀର ମାଡ଼ ଖାଇ ଡଙ୍ଗା ଚାଲିଲା ହେଲେ ପଛରେ ଛାଡିଦେଇ ଆସିଲେ ଅନେକ ମୃତ ସାଥି ପରିଶ୍ରମ କରି ଏକାଠି କରିଥିବା ଚମଡା ପ୍ୟାକେଟ ସବୁ ବଡ଼ ଗୋଟେ ଲସ୍ ଖାଇଲେ ଦଳଟି । 
 
ସେ ଯାହା ହେଉ ଡଙ୍ଗା ଚାଲିଲା ଜଙ୍ଗଲିଆ ନଈରେ କିଛି ବାଟ ଗଲା ପରେ ନଦୀ ରାସ୍ତା ବିପଦ ସଂକୁଳ ଜାଣି ଡଙ୍ଗା ଛାଡି ପୁଣି ସ୍ଥଳଭାଗକୁ ଉଠିଲେ ଏମାନେ ଜଙ୍ଗଲ ଭିତରେ ମାଡି ଚାଲିଲେ ଆଗକୁ ଆଗକୁ । 
 
ଜଙ୍ଗଲ ଭିତରେ ଟିକେ ରହଣି କରିବାର ସମୟ ଲିଓ ଜଙ୍ଗଲ ଭିତରକୁ ପଶିଯାଇଛି ଲମ୍ବା ନଳୀ ବାଲା ବନ୍ଧୁକଟିଏ ଧରି ଖସଖାସ ଶବ୍ଦ ଶୁଣି ଟିକେ ସତର୍କ ହୋଇ ଉଠିଛି ସେ ହେଲେ ଦେଖିଲା ବେଳକୁ କଳା ଭାଲୁଛୁଆ ଦୁଇଟା ଟିକେ ରିଲାକ୍ସ ହେବ କଣ ପଛଆଡୁ ଶୁଭିଲା ଶବ୍ଦ ବୁଲି ଚାହିଁଲା ବେଳକୁ ବିରାଟକାୟ ମୋଟୁ ମାଈ ଭାଲୁଟିଏ ବଣୁଆ ଭାଲୁ ନିଜ ଛୁଆ ପାଖରେ ଅନ୍ୟ କାହାକୁ ଦେଖିଲେ ଉତକ୍ଷିପ୍ତ ହୋଇଯାଏ ଲିଓ ବନ୍ଧୁକ ଦେଖେଇ ତାକୁ ଘଉଡାଇବା ପାଇଁ ଚେଷ୍ଟା କରିବାକୁ ଉଦ୍ୟତ ହେଲାରୁ ସାଏଁ କିନା ମାଡି ଆସିଲା ମା' ଭାଲୁଟି ଗୋଟାଏ ଶକ୍ତ ଭୁଷା ପକେଇଲା   ଲିଓ ପୁରା ଚିତପଟାଙ୍ଗ ବନ୍ଧୁକ ଛିଟିକି ଯାଇ ପଡିଲା ଦି ହାତ ଦୂରରେ ଲିଓ ଉପରକୁ କୁଦି ଆସି ଦୁମଦାମ ଛେଚି ପକେଇଲା ଭାଲୁ ଘୁସୁରି ମୁସୁରି କଷ୍ଟେମଷ୍ଟେ ନିଜ ବନ୍ଧୁକକୁ ହାତେଇ ନେଇ ଗୁଳି ଫୁଟେଇ ଦେଲା ଲିଓ ହେଲେ ପ୍ରାଣବାୟୁ ଉଡିବା ପୂର୍ବରୁ ରାମ୍ପୁଡ଼ି ବିଦାରି ଲିଓକୁ ପୁରା କୁଚେଇ ଦେଇ ଯାଇଥିଲା ମାଈଭାଲୁଟି ଲିଓର ସହକର୍ମୀମାନେ ଖୋଜି ଖୋଜି ଆସି ଉଦ୍ଧାର କଲେ ତାକୁ ଦରମରା ଲିଓକୁ ଷ୍ଟ୍ରେଚରରେ ବାନ୍ଧି ନେଇ ଚାଲିଲେ ସାଙ୍ଗରେ । 
 




ଲିଓକୁ ଷ୍ଟ୍ରେଚରରେ ଟେକିବା ତା ସହ ବଳକା ଚମଡା ପ୍ୟାକେଟ ବୋହିବା ଏତେ ସହଜ ହେଉ ନଥାଏ ମନରେ ମଧ୍ୟ ଥିଲା ପୁରୁଣା ଭୟ ପିଛା କରି ଆସି ପୁଣି କେତେବେଳେ ଅତର୍କିତ ଆକ୍ରମଣ କରିଦେବେ ଆଦିବାସୀ ଅରିକିରା ବାହିନୀ ତେଣୁ ସ୍ଥିର ହେଲା ଦୁଇଜଣ ପଛରେ ଆସିବେ ଲିଓକୁ ଧରି ବାକି ସବୁ ଶୀଘ୍ର ଶୀଘ୍ର କ୍ୟାମ୍ପକୁ ଫେରିଯିବେ ଲିଓର ପୁଅ ହକ, ଆଉ ଗୋଟେ ଟୋକା ବ୍ରିଜର (Bridger) ଏବଂ ଅଭିଜ୍ଞ ହାର୍ଡ଼ି (Hardy) ରହିଲେ ଲିଓ ପାଖରେ  

ଦରମଲା ଲିଓକୁ କେତେ ଆଉ ବୋହିବେ ! ଢୁକୁଢୁକୁ ହେଉଥାଏ ସେ ହାର୍ଡ଼ି ଏକାଥରେ କାମ ବଢ଼େଇଦେବ ଭାବି ଏକୁଟିଆ ବେଳ ଦେଖି ଲିଓ ବେକକୁ ଚିପି ଧରିଲା ଗଁ ଗଁ ହେଉଥିଲା ବେଳେ ଦେଖି ଦେଲା ଲିଓର ପୁଅ ହକ ହେଲା କଥା କଟାକଟି, ମାଡଗୋଳ ଅଭିଜ୍ଞ ହାର୍ଡ଼ି ଛୁରୀ ଭୁଷି ହକର ପ୍ରାଣବାୟୁ ଉଡେଇଦେଲା ଷ୍ଟ୍ରେଚରରେ ବନ୍ଧା ହୋଇଥିବା ଲିଓ ଗଁ ଗଁ ହୋଇ ନିଜ ପୁଅର ମୃତ୍ୟୁ ଦେଖିବା ଛଡା ଅନ୍ୟ କିଛି ଉପାୟ ନଥିଲା ଭାରି ଦୁଃଖ
 
ଦୁଃଖ ଏଇଠି ସରିନି ବ୍ରିଜର ନଥିଲା ସେଠି ପରେ ଆସିଲା ବେଳକୁ ହାର୍ଡ଼ି ବୁଝେଇଦେଲା ହକ କୁଆଡେ ଲୁଚି ପଳାଇଛି ଲିଓ ଢୁକୁଢୁକୁ ହେଉଛି କେତେବେଳେ ଚାଲିଯିବ ତେଣୁ ତାକୁ ସିଧା ପୋତିଦେଇ ଆମେ କ୍ୟାମ୍ପକୁ ଫେରିଯିବା ଲିଓକୁ ସେଠି ଗାତ ଖୋଳି ଅଧା ପୋତି ସେଠାରୁ ଚାଲିଗଲେ ହାର୍ଡ଼ି ବ୍ରିଜର । 
 
ଏଇଠୁ ଆରମ୍ଭ ହୋଇଛି ସଂଘର୍ଷର କାହାଣୀ ମାଟିର ଗୋଟେ ଆସ୍ତରଣ ତଳେ ପଡିଛି କ୍ଷତାକ୍ତ ଦରମଲା ଲିଓ ମୃତ୍ୟୁକୁ ଅପେକ୍ଷା । 
 
ବରଫପାତ ହେଉଥିବା ତୁନ୍ଦ୍ରା ଅଞ୍ଚଳ ସେଇଟା କେତେବେଳେ ବର୍ଷା କେତେବେଳେ ବରଫପାତ ବଳ ଖଟେଇ ଉଠିଛି ମାଟିରୁ ଲିଓ ଡ଼ିସକଭରି ଚ୍ୟାନେଲର ମଣିଷ ବନାମ ଜଙ୍ଗଲି (Man vs Wild) ପ୍ରୋଗ୍ରାମର ସେ ପାଗଳାଟା ପରି ମାଡି ଚାଲିଛି ଏକୁଟିଆ ନଦୀ କୂଳକୁ ଘୁସୁରି ଘୁସୁରି ଯାଇ ପାଣି ପିଇଲା ବେଳକୁ ପାଣି ବାହାରି ଆସିଛି ବେକ ବାଟେ ଭାଲୁ ଆକ୍ରମଣରେ ବେକରେ ହୋଇ ଯାଇଥିଲା କଣା ବାରୁଦ ନିଆଁ ଲଗେଇ ସେକି ହୋଇଛି ସେ ବେକ କଣାକୁ ରଫୁ ମାରିଛି କମ୍ବଳ ଭଳିଆ ପଶୁ ଛାଲ ଗୋଟେ ଗୁଡେଇ ହୋଇ ଚାଲିଛି ସିଏ ଆଗକୁ କେତେବେଳେ ଚକମକି ପଥର ଘଷି ନିଆଁ ଜାଳିଛି କେତେବେଳେ ଜିଅନ୍ତା ମାଛ ଧରିକି ଖାଇଛି । 
 
ବାଟରେ ପୁଣି ଆକ୍ରମଣ କରିଛନ୍ତି ଦଳେ ଲୋକ ଲିଓ କିନ୍ତୁ ସେମାନଙ୍କ ଘୋଡା ଚୋରେଇ ନେଇ ଛୁଟିଛି ପଛରେ ଗୋଡ଼େଇଛନ୍ତି ଧନୁତୀର ସହ ସେ ଦଳର ଲୋକେ ସାଇଁ ସାଇଁ ତୀର ଆସିଛି ପଛ ଆଡୁ ଧାଉଁ ଧାଉଁ ଆଗରେ ପଡିଛି ଗୋଟେ ବିରାଟ ଖାଇ ଘୋଡା ଉପରୁ ଡେଇଁ ଗୋଟେ ଗହଳିଆ ପାଇନ ଗଛ ଭିତରକୁ ଲମ୍ଫ ପ୍ରଦାନ କରିଛି ଲିଓ (*ପାଇନ ଗଛ ବୋଇଲେ ଆମ ଆଡିକା ଓଲଟ ଦେବଦାରୁ ଭଳି ଗଛଟିଏ ) ଘୋଡା ବିଚରା ତଳେ ପଡି ମରିଯାଇଛି ଆକ୍ରମଣକାରୀ ଲେଉଟି ଯାଇଛନ୍ତି ଆଉ ପିଛା ନକରି । 
 
ପରେ ଗଛରୁ ଓହ୍ଲେଇଛି ତଳକୁ ଲିଓ ରାତିରେ ଭୀଷଣ ବରଫପାତ ହେବାର ସମ୍ଭାବନା ଟାଇଟନିକ ଫିଲ୍ମରେ ଶେଷ ଦୃଶ୍ୟରେ (ଜାହାଜ ବୁଡ଼ିଲା ବେଳର) କରିଥିବା ଭୁଲକୁ ଆଉ ଦୋହରାଇ ନାହିଁ ଏଠି ଲିଓ ବରଫପାତ ହେବା ପୂର୍ବରୁ ମୃତ ଘୋଡାର ପେଟ ଚିରି, ତା ଅନ୍ତବୁଜୁଳାକୁ କାଟି ବାହାର କରି, ନିଜେ ପଶିଯାଇଛି ଘୋଡାର ପେଟ ଭିତରେ ରାତି ସାରା ବରଫପାତ ହୋଇଛି ସକାଳକୁ ଯାଇ ଛାଡ଼ିଛି ସୁରୁଜ ମୁହଁ କାଢିଛି ଓଶାଷ ହୋଇଛି ଲିଓ ପୁଣି ସେ ବାହାରି ପଡିଛି ତା ଗନ୍ତବ୍ୟସ୍ଥଳ ଆଡେ






ଶେଷରେ ଲିଓ ପହଞ୍ଚିଛି ତା କ୍ୟାମ୍ପରେ   ହାର୍ଡ଼ିକୁ ଖୋଜି ଖୋଜି ତା କାମ ବଢେଇଛି   କାହାଣୀ ସରିଛି । 
 
୨୦୧୬ ମସିହାରେ ଓସ୍କାର ପୁରସ୍କାର ମେଞ୍ଚେ ଗୋଟେଇଛି ଫିଲ୍ମଟି ହେଲେ ଫିଲ୍ମଟି ଟିକେ ଅଲଗା ପ୍ରକାରର ସବୁ ବର୍ଗର ଲୋକଙ୍କୁ ଭଲ ଲାଗି ନପାରେ । 
 


2 comments:

  1. "ଡ଼ିସକଭରି ଚ୍ୟାନେଲର ମଣିଷ ବନାମ ଜଙ୍ଗଲି (Man vs Wild) ପ୍ରୋଗ୍ରାମର ସେ ପାଗଳାଟା ପରି ମାଡି ଚାଲିଛି ଏକୁଟିଆ."

    "ଭାଲୁ ଆକ୍ରମଣରେ ବେକରେ ହୋଇ ଯାଇଥିଲା କଣା । ବାରୁଦ ନିଆଁ ଲଗେଇ ସେକି ହୋଇଛି ଓ ସେ ବେକ କଣାକୁ ରଫୁ ମାରିଛି ।"
    Superb �� ��

    ReplyDelete