Wednesday 25 July 2018

ରସଗୋଲା

ଯିଏ ଖାଇଲା..  ସିଏ କହିଲା,
ଓଡ଼ିଶା ମିଠା.. ମନ ମୋହିଲା,
ରସଗୋଲା.. ସେ ଆମ ରସଗୋଲା ।

ହସ ଖୁସି ବାହାଘର.. ପୁନେଇଁ ପର୍ବ, 
ସବୁଥିରେ ଖୋଜା ହୁଏ.. ତାକୁ ହିଁ ଆଗ । 
ସାଙ୍ଗ ସାଥି ଭାଇ ବନ୍ଧୁ.. ପାଖ ପଡୋଶୀ, 
ଖୁସି ଖବରେ ଲୋଡ଼ନ୍ତି.. ତାକୁ ହିଁ ବେଶୀ ।

ଆସରରେ ସିଏ ଥିଲେ.. ସବୁ ଜମିଲା,
ରସଗୋଲା.. ସେ ଆମ ରସଗୋଲା ।।

ବରଷକେ ଆସେ ଥରେ.. ରଥ ଯାତରା, 
ଭକତଙ୍କୁ ପାଶେ ପାଇ ଜଗା.. ସବୁ ଭୁଲିଲା ।
ମା ସାଆନ୍ତାଣୀ ରୋଷେ.. କବାଟ ଦେଇ, 
ଫେରିବାର ବାଟ ଆଉ.. ଛାଡିଲେ ନାହିଁ ।

ମାନ ଭଙ୍ଗ ହେଲା ଜଣେ.. କିମିଆ କଲା, 
ରସଗୋଲା.. ସେ ଆମ ରସଗୋଲା ।।

No comments:

Post a Comment