Showing posts with label Blue whale. Show all posts
Showing posts with label Blue whale. Show all posts

Wednesday, 13 September 2017

ବୁଲୁ ହୁଏଲ ଗେମ ଆଉ ଖେଳିବି ନାହିଁରେ

("ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ" ସ୍ୱରରେ)

ତିମି ଗୋଡ଼େଇଲା ମୋତେ ଲୋ
ତିମି ଗୋଡ଼େଇଲା ମୋତେ,
ଗାର କାଟିଦେଲି ହାତେ ଲୋ
ଗାର କାଟିଦେଲି ହାତେ ।

ଖେଳ ନୁହେଁ ଇଏ ମରଣ ଯନ୍ତା, ଗେଲରୁ ବାହାରେ ତେଲ
ଭେଳା ବୁଡ଼ିଲାଣି ମୋର ରେ ଭାଇ
ଭେଳା ବୁଡ଼ିଲାଣି ମୋର ।
କେମିତି ବାହାରି,
କେମିତି ବାହାରି ଆସିଯିବି ଯଦି
ହେବି ଜୁହାରେ
**କଣ କରିବ**
ବୁଲୁ ହୁଏଲ ଗେମ ଆଉ ଖେଳିବି ନାହିଁରେ  (4)

କୁଆଡୁ ଗୋଟିଏ ଲିଇଙ୍କି ପାଇ ମନ ହୁକୁ ହୁକୁ ହେଲା,
ଦୁଆର କବାଟ ବଅନ୍ଦ କରିକି ଚାଲିଲା ମୋହର ପାଲା  (2)
ପାଗଳ ଧନ୍ଦାରେ ପଶିକି ମୁଣ୍ଡ ହୁଏ ଏବେ ଝାଇଁ ଝାଇଁ,
ଟାସ୍କ ସାରିକି ଅପଲୋଡ଼ କରି କାନ୍ଦେ ଲୁଚି କଇଁ କଇଁ ।
ଇଣ୍ଟର ନେଟେ
ଇଣ୍ଟର ନେଟେ ନିଶାଟା ଆଜି
ଘର ଭାଙ୍ଗେରେ,
**କଣ କରିବ**
ବୁଲୁ ହୁଏଲ ଗେମ ଆଉ ଖେଳିବି ନାହିଁରେ  (4)

ବେଳୁ ସାବଧାନ ହୋଇଯା ସାଙ୍ଗ (ତାକୁ) ଦୂରରୁ ସଲାମ ପକା,
ଖେଳ ନୁହେଁ ସିଏ କଳା ଯାଦୁଟିଏ ଜୀବନକୁ ଦେବ ଧୋକା (2)
ସାଙ୍ଗ ସାଥି କେହି ଖେଳୁଛି ଯଦି ପୁଲିସିକୁ ଯାଇ କହ,
ଉଜୁଡ଼ିବା ଆଗୁ ଜୀବନ ତାର ସଞ୍ଜିବନୀ ତାକୁ ଦିଅ ।
ସମସ୍ତେ ଚାଲ
ସମସ୍ତେ ଚାଲ କହିବା ଆଜି
ହୋଇ ଠିଆରେ
**କଣ କରିବ**
ବୁଲୁ ହୁଏଲ ଗେମ ଆଉ ଖେଳିବା ନାହିଁରେ  (2)
ବୁଲୁ ହୁଏଲ ଗେମ ତୋତେ ବାଏ ବାଏରେ (2)

 **********************
PS: କବିତାଟି ବିପଦଜନକ Blue Whale Game ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଲେଖା ଯାଇଛି ।
 **********************

ଏଥର ଶୁଣନ୍ତୁ ଗୀତଟି:
Singer (Lipsy):
https://www.smule.com/recording/various-artists-botala-bhangibi-with-female-vocal-odia/1273055293_1626704950

Singer (Ashish):
https://www.smule.com/recording/various-artists-botala-bhangibi-with-female-vocal-odia/1229378441_1614680039