Showing posts with label Tweet. Show all posts
Showing posts with label Tweet. Show all posts

Thursday, 8 March 2018

ଗୀତି କବିତା - ଫେବୃଆରି

ତୁ ରୁଷିଥିବୁ           ମୁଁ ରୁଷିଥିବି
       ଉଦାସିଆ ଥିବ ଗଗନ,
ତାରା ରୁଷିଥିବ      ଜହ୍ନ ବସିଥିବ
       ମନ ମାରିଥିବ ପବନ ।

 (ହୋଇ) ଅବୁଝା ଖିଆଲେ ମଗନ,
ତୁ ହସିଦେବୁ               ମୁଁ ହସିଦେବି
      ରାଗରୁଷା ହେବ ଉଭାନ ।।














ଗରିବ ପ୍ରେମିକ ଦେଇ ପାରିବିନି
କାଡବରି ତୋତେ କିଣି,
ଆଣିଛି ଟିକିଏ ଚିନି,
ପାଟି ମିଠା କରି କହିଦେ ଆଜି,
ତୁ ହବୁ କି ଲୋ ମୋ ଭାଲେଣ୍ଟାଇନି !!















ପ୍ରୋପୋଜକୁ ମୋର       କରି ତୁ ନାକଚ
    ଗଲୁ ଆଉ କାହା ସଙ୍ଗେ ଚାଲି,
ଭାଲେଣ୍ଟାଇନିରେ         ଦେଖା ହେବ ଆଜି
    ବୋଲୋ ଜୟ ବଜରଙ୍ଗ ବାଲି ।












ତୋର ଏ ଲାଜୁଆ ଆଖି,
ଭୁଲିବି ମୁଁ ଏ କେମିତି ।
ତୋର ଏ କାଉଁରୀ ହସ,
ଦିଏ ଚନ୍ଦନ ପରଶ ।

ପ୍ରେମେ ମୁଁ ଆଜି ବିଭୋର
ଆଣିଛୁ ତୁ ସ୍ୱପ୍ନ ସମ୍ଭାର ।
ଦୁନିଆ ଲାଗେ ସୁନ୍ଦର
ତୁ ଥିଲେ ପାଶେ ମୋହର ।

ଏ କେଉଁ ଭାବନା ଡୋରି
ମୋତେ ସେ ଯାଏ ରେ ଘେରି ।
ଏ କେଉଁ ମହୁଲି ନିଶା,
ନିଜଠୁ ଯାଏ ମୁଁ ହାରି ।












କୋଟି କୋଟି ଟଙ୍କା       ମୁଣିରେ ଧରି
      ଧନୀ, ଯାଆନ୍ତି ବିମାନେ ଉଡି,
ଟଙ୍କା ହଜାରକୁ             ନଶୁଝି ପାରି,
      ଚାଷୀ, ବେକରେ ଦିଏ ଦଉଡି ।
            ଧନ୍ୟ ଏ ଦେଶ,
ବ୍ୟବସ୍ଥା ଆଗରେ           ଆଇନ କାନୁନ
       ଚାହିଁ ରହିଛନ୍ତି ହୋଇ ବିବଶ ।।














ମନ୍ଦ ମନ୍ଦ        ଗନ୍ଧ ତାର
     ମତୁଆଲା ଛୁଆଁ,
ଛନ୍ଦ ମୟ      ହସ ତଳେ
    ଭୁଲେ ମୁଁ ଦୁନିଆ ।














ଅଲିଭ ରିଡଲେ      କଇଁଛ ସେ ନୁହେଁ
       ସେ ଆମ କନ୍ୟା ସନ୍ତାନ,
ଗର୍ଭବତୀ ଥାଇ       ବାପଘର ଆସେ
    ତାକୁ କରନି ରେ ହୀନିମାନ ।
     'ଓଲି' ଆମ ସଭିଙ୍କର ପ୍ରାଣ,
ଭଲରେ ଭଲରେ     ଫେରିଗଲେ ଏଠୁ
     ବିଶ୍ଵେ ରହିବ ଆମ ସମ୍ମାନ ।।