Showing posts with label Children. Show all posts
Showing posts with label Children. Show all posts

Monday, 30 October 2017

ଅଜାଙ୍କ ବସ୍ ଯାତ୍ରା



ଗାଁ ଛକ ମୁଣ୍ଡେ   ଠିଆ ହୋଇଥିଲେ
    ଯିବା ପାଇଁ ଅଜା କଟକ,  
ଦେଖିଦେଲେ ଦୂରୁ  ବଅସ ଆସୁଛି
   କହିଲେ, ବାବୁରେ ଅଟକ ।

ଉଣ୍ଡିକରି ଅଜା     ପଚାରନ୍ତି ବାବୁ
   ଅଛି କିରେ ସିଟ ଖାଲି,  
ଏତେ ଦୂର ବାଟ  ଠିଆ ହୋଇକରି
   ଯାଇ ପାରିବିନି ଚାଲି ।

ହେଲପର ଟୋକା   ଓହଳିକି ଅଧା
   କହେ ଅଛି ସିଟ ପ୍ରଚୁର,  
ଭିତରକୁ ଜଲଦି    ପଶି ଆସ ଅଜା
  ବେଳ ହୋଇଲାଣି ଉଛୁର ।

ଭିତରକୁ ଆସି   ଭିଡେ ହୋଇ ଠେସି 
   ଅଜା ରାଗି ହେଲେ ଗରଗର,  
ଆଗରୁ କହିଛି    ଯାଇ ପାରିବିନି
   ଗାଡି ରଖ ଆରେ ଡ୍ରାଇଭର 

କଣ୍ଡକ୍ଟର ଯାଇ     ବୁଝାଇଲା କହି
   ରୁହ ଅଜା ଟିକେ ଥୟ ଧର, 
ସିଟ ଅଛି ଖାଲି   ପଛ ଆଡେ ଦେଖ
  ମିଛୁଟାରେ ହୁଅ ଗର ଗର ।

ଭିତରକୁ ପଶି   ଦେଖିଲେ ଅଜା
  ଖାଲି ଅଛି ପଛ ସିଟ ପୁରା,  
ଝରକା ପାଖକୁ  ବସିଗଲେ ଯାଇ
 ମୁଣ୍ଡ ତାଙ୍କ ଟିକେ ଥଣ୍ଡା ହେଲା ।

ଦେଖୁଦେଖୁ ସବୁ   ସିଇଟି ପୁରିଲା 
  ବଅସ ଚାଲିଲା ଘୁଉଁ ଘୁଉଁ,    
ଝରକା ସେପଟୁ   ହାଉଆ ବହିଲା
  ଧୀରେ ଧୀରେ ବଢି ସୁଉ ସୁଉ ।

ଆଖିପତା ଟିକେ  ମାଡି ଆସୁଥିଲା
 କିଏ ଗୋଟେ ଆସି ପିଟି ହେଲା,  
ପାଖ ଯାତିରିଟି  ଢ଼ୋଳେଇ ଢ଼ୋଳେଇ
   ମୁଣ୍ଡଟାକୁ ଆଣି କୁଟି ଦେଲା ।

ଆସ୍ତେ କରି ତାକୁ   ହଲେଇ କହିଲେ
   ଭଲ କରି ଟିକେ ବସ ଭଲା, 
ମୁଣ୍ଡ ପିଟି ପିଟି   ଅଖଞ୍ଜ କରି କହ  
   ନିଅ କେଉଁ ଜନମର ବଦଲା ।

ପଖାଳ ଗଣ୍ଡିଏ   ଚଢେଇ ଦେଇଛି
   ମୁଣ୍ଡ ସ୍ୱତଃସ୍ପୃତ ଯାଏ ହଲି, 
ଏପଟକୁ ତମେ  ଚାଲିଆସ ଅଜା
  ସେପଟକୁ ମୁହିଁ ଯାଏ ଚାଲି

ଝରକାକୁ ଛାଡି   ଯିବିନିରେ ଭାଇ
  ଥଣ୍ଡା ହାଉଆକୁ ତ୍ୟାଗ କରି, 
ନ ଢ଼ୋଳେଇ ତମେ  ଆରାମେ ଶୁଅ ହେ
  ମୋ’ରି କାନ୍ଧରେ ମଥା ଡେରି । 

ସାଥି ପାସେଞ୍ଜର  ଶୋଇଗଲା ନିଦେ
   ଅଜାଙ୍କ କାନ୍ଧରେ ମୁଣ୍ଡ ଡେରି, 
କିଛି କ୍ଷଣ ମଧ୍ୟେ   ଅଜା ଶୋଇଗଲେ
   ଗହଳ ନିଦରେ ଥିରି ଥିରି

ଚାଉଁ କିନା ଅଜା   ଦେହକୁ ଲାଗିଲା
   ଥଣ୍ଡା ଥଣ୍ଡା କିଛି କୁଲ କୁଲ, 
ଆଖି ମଳି ଉଠି    ଅଜା ଦେଖୁଛନ୍ତି
  ଲୋକ ଗଡାଇଛି ବହେ ଲାଳ

ପାଟିରୁ ତାହାର   ଗରଳ ବୋହିକି
    ଅଜା ସାର୍ଟ ଅଧା ଭିଜେଇଛି, 
ଗୋଲାକାର ଏକ  ଚିହ୍ନ କରି ସେଠି
    ମାନଚିତ୍ର ଗୋଟେ ଆଙ୍କି ଅଛି

ରାଗେ ପାଚି ଅଜା   ଓଝାଳିଲେ ତାର
    ସପ୍ତ ପୁରୁଷକୁ ବସି ସେଠି, 
ଆଖି ମଳି ମଳି    ସବୁ ବୁଝିଗଲା
    ଲୋକଟି ଗଭୀର ନିଦୁ ଉଠି

କହିଲା ଅଜା ହେ   ଅଜାଣତେ ନିଦେ
    ପାଟିରୁ ବୋହିଲା ବୋଝେ ଲାଳ, 
ଜୀବନରେ କେବେ   ଯାତ୍ରା ନକରିବି
       ଆଉ କେବେ ଖାଇ ପଖାଳ

କାନ ମୋଡ଼ିକରି   ଖାଉଛି ଚାପୁଡ଼ା
  ଦୋଷ ମୋର ତମେ କ୍ଷମା କର, 
ଲାଳ ତକ ସବୁ   ପୋଛି ମୁଁ ଦେଉଛି 
    ବାହାର କରି ମୋ ରୁମାଲ ।