Showing posts with label ବନ୍ଦ. Show all posts
Showing posts with label ବନ୍ଦ. Show all posts

Tuesday, 19 September 2017

ବନ୍ଦ



ବନ୍ଦ, ହରତାଳ,
ଜଣେଇ ଦିଏ ଆମକୁ ଆମ ଔକାତ ।
ଏ ସହର ତୋର ନୁହେଁ
ଏ ରାସ୍ତାଘାଟ, ଏ ସ୍ୱାଧୀନତା
କିଛି ବି ତୋର ନୁହେଁ ।

ମୁଷ୍ଟିମେୟ ଅସାମାଜିକ ଲୋକ
ହାଇଜାକ କରନ୍ତି ମୋ ସହରକୁ ।
ନାଚନ୍ତି ନଗ୍ନ ନାଚ,
ଛିଗୁଲାନ୍ତି ଆମ ଅସ୍ତିତ୍ୱକୁ  ।

କବାଟ କଣରେ ତୋତେ
ବସିବାକୁ ହେବ,
କୋଢିଆଟେ ପରି ।
ଡାକ ଦେଇଛନ୍ତି ଆମ ନେତା ।
ପଦ୍ମ, ଶଙ୍ଖ, ହାତ ମଧ୍ୟରେ
ଆଜି ବଳ କଷାକଷି,
ବଳି ପଡ଼ିବୁ ତୁ ।

ତୋ ସ୍ୱାଧୀନତାକୁ,
ତୋ ଅଧିକାରକୁ,
ଶୁଣିବାକୁ ଏଠି କେହି ନଥିବେ ।

ସନ୍ଧ୍ୟାରେ ଶୁଭିବ ହାସ୍ୟରୋଳ
ଟିଭି ପରଦାରୁ, 
ତାଚ୍ଛଲ୍ୟ କରୁଥିବେ କିଛି
ଛକ କଡ଼ରୁ,  
ବନ୍ଦ ସଫଳ ହୋଇଛି,
ବନ୍ଦ ସଫଳ ହୋଇଛି.. ।

*******************
ତିନି ପ୍ରମୁଖ ରାଜନୈତିକ ଦଳର ବିଭିନ୍ନ ସମୟରେ ବନ୍ଦ ର ଦୃଶ୍ୟ 
ସ୍ଥାନ : ଭୁବନେଶ୍ୱର
ଫୋଟୋ : ଗୁଗୁଲ ଇମେଜ ସର୍ଚ୍ଚ  

**********************