Tuesday 19 September 2017

ବନ୍ଦ



ବନ୍ଦ, ହରତାଳ,
ଜଣେଇ ଦିଏ ଆମକୁ ଆମ ଔକାତ
ସହର ତୋର ନୁହେଁ
ରାସ୍ତାଘାଟ, ସ୍ୱାଧୀନତା
କିଛି ବି ତୋର ନୁହେଁ

ମୁଷ୍ଟିମେୟ ଅସାମାଜିକ ଲୋକ
ହାଇଜାକ କରନ୍ତି ମୋ ସହରକୁ
ନାଚନ୍ତି ନଗ୍ନ ନାଚ,
ଛିଗୁଲାନ୍ତି ଆମ ଅସ୍ତିତ୍ୱକୁ 

କବାଟ କଣରେ ତୋତେ
ବସିବାକୁ ହେବ,
କୋଢିଆଟେ ପରି
ଡାକ ଦେଇଛନ୍ତି ଆମ ନେତା
ପଦ୍ମ, ଶଙ୍ଖ, ହାତ ମଧ୍ୟରେ
ଆଜି ବଳ କଷାକଷି,
ବଳି ପଡ଼ିବୁ ତୁ

ତୋ ସ୍ୱାଧୀନତାକୁ,
ତୋ ଅଧିକାରକୁ,
ଶୁଣିବାକୁ ଏଠି କେହି ନଥିବେ

ସନ୍ଧ୍ୟାରେ ଶୁଭିବ ହାସ୍ୟରୋଳ
ଟିଭି ପରଦାରୁ, 
ତାଚ୍ଛଲ୍ୟ କରୁଥିବେ କିଛି
ଛକ କଡ଼ରୁ,  
ବନ୍ଦ ସଫଳ ହୋଇଛି,
ବନ୍ଦ ସଫଳ ହୋଇଛି..

*******************
ତିନି ପ୍ରମୁଖ ରାଜନୈତିକ ଦଳର ବିଭିନ୍ନ ସମୟରେ ବନ୍ଦ ର ଦୃଶ୍ୟ 
ସ୍ଥାନ : ଭୁବନେଶ୍ୱର
ଫୋଟୋ : ଗୁଗୁଲ ଇମେଜ ସର୍ଚ୍ଚ  

**********************






No comments:

Post a Comment