(ଏକ)
ଗାଆଁ ଶୋଇଯାଏ ଗହନ ନିଦରେ
ଜହ୍ନ ଉଠେ ଚୁପି ଚୁପି,
ଗୋହିରି ସେପଟୁ ଶିରି ଶିରି ବାଆ
(ସତେ)
ମୋହନ ସାଥିରେ ଗୋପୀ ।
ସବୁ ସ୍ବପ୍ନ ପ୍ରାୟ ଏଠି,
ଝିଲିମିଲି ହୋଇ ସହର ଚମକେ
ରାତି ଲାଗେ ରୂପ କୋଠି..
ରାତି ଲାଗେ ରୂପ କୋଠି ।
(ଦୁଇ)
ରଙ୍ଗ ବେରଙ୍ଗର ସ୍ୱପ୍ନକୁ ସାଉଣ୍ଟି
ବେଲୁନ ଭିତରେ ଫୁଙ୍କେ,
ଯନ୍ତ୍ର ମାନବଙ୍କ ଗହଳି ଭିତରେ
ନିରୁତା ଆନନ୍ଦ ବିକେ ।
(ତିନି)
ବିତିଯାଏ ଦିନ,
ଭରିଯାଏ ଚିହ୍ନ,
କାଲି ଘେରିଥିଲା ନିଦାଘ ଦାରୁଣ,
ଆଜି ହସେ ସେଠି ସବୁଜ ଫଗୁଣ ।
(ଚାରି)
ଦହକୁଛୁ ତୁ ଜଳନ୍ତା ନିଆଁ ରେ,
ଦହକୁଛି ମୁଁ ଅଦେଖା ଛୁଆଁ ରେ,
ଜଳିଯାଉ ତୁହି ତା ଦେହ ତାତି ରେ,
ନିତି ଜଳେ ମୁହିଁ କାହାର ସ୍ମୃତି ରେ ।
(ପାଞ୍ଚ)
ତୁ ଥା ମୁଁ ଯାଉଛି ରୁଷି..
(ଛଅ)
ଶୀତର କାଲୁଆ ସ୍ପର୍ଶ
ଚାରିଆଡେ ଗୁମସୁମ
ଉଦାସିଆ ଚିହ୍ନ ,
ପକ୍ଷୀଙ୍କ କାକଳି
ବଣୁଆ ଫୁଲର ଗନ୍ଧ
ଆନମନା
କ୍ଲାନ୍ତ ଅପରାହ୍ନ ।
(ସାତ)
।। ଆଶାର ଆକାଶ ।।
ଚାହିଁ ରହିଛି ମୁଁ,
ତୋ ଫେରିବା ବାଟକୁ
ଆଶାର ଚାଦର ବୁଣି,
ବହଳିଆ ସ୍ୱପ୍ନ ତୋର,
ଲୁହ ମୋ ମାମୁଲି
ତାକୁ ନ ପାରଇ କିଣି,
ତାକୁ ନ ପାରଇ କିଣି..
(ଆଠ)
ଲମ୍ବା ଏଇ ପଥ ସାଥୀ
ବାଟ ଅଜଣା,
କେବେ ମୁହଁ ଫୁଲାଫୁଲି
କେବେ ଆପଣା..

ଗାଆଁ ଶୋଇଯାଏ ଗହନ ନିଦରେ
ଜହ୍ନ ଉଠେ ଚୁପି ଚୁପି,
ଗୋହିରି ସେପଟୁ ଶିରି ଶିରି ବାଆ
(ସତେ)
ମୋହନ ସାଥିରେ ଗୋପୀ ।
ସବୁ ସ୍ବପ୍ନ ପ୍ରାୟ ଏଠି,
ଝିଲିମିଲି ହୋଇ ସହର ଚମକେ
ରାତି ଲାଗେ ରୂପ କୋଠି..
ରାତି ଲାଗେ ରୂପ କୋଠି ।
(ଦୁଇ)
ରଙ୍ଗ ବେରଙ୍ଗର ସ୍ୱପ୍ନକୁ ସାଉଣ୍ଟି
ବେଲୁନ ଭିତରେ ଫୁଙ୍କେ,
ଯନ୍ତ୍ର ମାନବଙ୍କ ଗହଳି ଭିତରେ
ନିରୁତା ଆନନ୍ଦ ବିକେ ।
(ତିନି)
ବିତିଯାଏ ଦିନ,
ଭରିଯାଏ ଚିହ୍ନ,
କାଲି ଘେରିଥିଲା ନିଦାଘ ଦାରୁଣ,
ଆଜି ହସେ ସେଠି ସବୁଜ ଫଗୁଣ ।
(ଚାରି)
ଦହକୁଛୁ ତୁ ଜଳନ୍ତା ନିଆଁ ରେ,
ଦହକୁଛି ମୁଁ ଅଦେଖା ଛୁଆଁ ରେ,
ଜଳିଯାଉ ତୁହି ତା ଦେହ ତାତି ରେ,
ନିତି ଜଳେ ମୁହିଁ କାହାର ସ୍ମୃତି ରେ ।
(ପାଞ୍ଚ)
ତୁ ଥା ମୁଁ ଯାଉଛି ରୁଷି..
(ଛଅ)
ଶୀତର କାଲୁଆ ସ୍ପର୍ଶ
ଚାରିଆଡେ ଗୁମସୁମ
ଉଦାସିଆ ଚିହ୍ନ ,
ପକ୍ଷୀଙ୍କ କାକଳି
ବଣୁଆ ଫୁଲର ଗନ୍ଧ
ଆନମନା
କ୍ଲାନ୍ତ ଅପରାହ୍ନ ।
(ସାତ)
।। ଆଶାର ଆକାଶ ।।
ଚାହିଁ ରହିଛି ମୁଁ,
ତୋ ଫେରିବା ବାଟକୁ
ଆଶାର ଚାଦର ବୁଣି,
ବହଳିଆ ସ୍ୱପ୍ନ ତୋର,
ଲୁହ ମୋ ମାମୁଲି
ତାକୁ ନ ପାରଇ କିଣି,
ତାକୁ ନ ପାରଇ କିଣି..
(ଆଠ)
ଲମ୍ବା ଏଇ ପଥ ସାଥୀ
ବାଟ ଅଜଣା,
କେବେ ମୁହଁ ଫୁଲାଫୁଲି
କେବେ ଆପଣା..








