Friday 2 February 2018

ଗୀତି କବିତା

     (ଏକ)

ଗାଆଁ ଶୋଇଯାଏ    ଗହନ ନିଦରେ
      ଜହ୍ନ ଉଠେ ଚୁପି ଚୁପି,
ଗୋହିରି ସେପଟୁ    ଶିରି ଶିରି ବାଆ
              (ସତେ)
   ମୋହନ ସାଥିରେ ଗୋପୀ ।

     ସବୁ ସ୍ବପ୍ନ ପ୍ରାୟ ଏଠି,
ଝିଲିମିଲି ହୋଇ    ସହର ଚମକେ
    ରାତି ଲାଗେ ରୂପ କୋଠି..
    ରାତି ଲାଗେ ରୂପ କୋଠି ।
















(ଦୁଇ)

ରଙ୍ଗ ବେରଙ୍ଗର     ସ୍ୱପ୍ନକୁ ସାଉଣ୍ଟି
     ବେଲୁନ ଭିତରେ ଫୁଙ୍କେ,
ଯନ୍ତ୍ର ମାନବଙ୍କ     ଗହଳି ଭିତରେ
     ନିରୁତା ଆନନ୍ଦ ବିକେ ।
















(ତିନି)

               ବିତିଯାଏ ଦିନ,
               ଭରିଯାଏ ଚିହ୍ନ,
କାଲି ଘେରିଥିଲା       ନିଦାଘ ଦାରୁଣ,
ଆଜି ହସେ ସେଠି     ସବୁଜ ଫଗୁଣ ।















 


(ଚାରି)

ଦହକୁଛୁ ତୁ ଜଳନ୍ତା ନିଆଁ ରେ,
           ଦହକୁଛି ମୁଁ ଅଦେଖା ଛୁଆଁ ରେ,
ଜଳିଯାଉ ତୁହି ତା ଦେହ ତାତି ରେ,
           ନିତି ଜଳେ ମୁହିଁ କାହାର ସ୍ମୃତି ରେ ।
















(ପାଞ୍ଚ)

ତୁ ଥା ମୁଁ ଯାଉଛି ରୁଷି..

















(ଛଅ)

ଶୀତର କାଲୁଆ ସ୍ପର୍ଶ
ଚାରିଆଡେ ଗୁମସୁମ
ଉଦାସିଆ ଚିହ୍ନ ,

ପକ୍ଷୀଙ୍କ କାକଳି
ବଣୁଆ ଫୁଲର ଗନ୍ଧ
ଆନମନା
କ୍ଲାନ୍ତ ଅପରାହ୍ନ ।

















(ସାତ)

।। ଆଶାର ଆକାଶ ।।

ଚାହିଁ ରହିଛି ମୁଁ,
  ତୋ ଫେରିବା ବାଟକୁ
       ଆଶାର ଚାଦର ବୁଣି,

ବହଳିଆ ସ୍ୱପ୍ନ ତୋର,
       ଲୁହ ମୋ ମାମୁଲି
         ତାକୁ ନ ପାରଇ କିଣି,  
         ତାକୁ ନ ପାରଇ କିଣି..
















(ଆଠ)

ଲମ୍ବା ଏଇ ପଥ ସାଥୀ
                   ବାଟ ଅଜଣା,
କେବେ ମୁହଁ ଫୁଲାଫୁଲି
                  କେବେ ଆପଣା..












3 comments: