Showing posts with label Odia Poem. Show all posts
Showing posts with label Odia Poem. Show all posts

Sunday, 29 October 2017

ରାପର ଅଜା


ଲେଖିଛି ମୁଁ ଗୋଟେ rap କବିତା
ଦୁଇ ଚାରି ଧାଡି,
ଖାଏ ମୁଁ ଖିଲି ପାନ
ଟାଣେ ନାହିଁ ବିଡି ।
ୟା ୟା..

ସରଗକୁ ନାହିଁ ସିଡି,
ରାହୁଲ ବାବାଙ୍କ ଡଗ୍ ନାଁ ପିଡି,
ଓଡିଆଣୀକୁ ଭଲ ମାନେ
ପିନ୍ଧିଥିଲେ ଶାଢୀ ।
ୟା ୟା..












ବାବା ଫାବା ଭାବିବନି
ରଖିଛି ମୁଁ ଦାଢୀ,
ଅମଳି ନାହିଁ ମୋଅର
ହାଣ୍ଡିଆ କି ତାଡି ।

ଶଗଡ ମାଲିକ ମୁଁ
ଚଢେ ଲୁନା ଗାଡି,
ପଖାଳ ସହ ଖାଏ
ଆଳୁ ପୋଡା ବଢି ।
ୟା ୟା..

ବିଲରେ ଫଳାଏ ନିତି
ପୋଟଳ କାକୁଡି,
ରୂପ ଦେଖି ଚିହ୍ନି ଯାଏ
ଧାନ କି ଅଗାଡି ।

ଗାଁ ପୁଅ ବାପା ଡାକେ
ଡାକେ ନାହିଁ ଡାଡି,
ଅହିଂସା ପୂଜାରୀ ମୁଁ
ଧରେ ବାଙ୍କୁ ବାଡି ।
ୟା ୟା..

ବିପଦେ ଆପଦେ କେହି ଯଦି
ଡାକ ଛାଡେ ରଡି,
ବିଲକାମ ଅଧା ରଖି
ଆସେ ମୁଁ ଦଉଡି ।
ୟା ୟା..