Showing posts with label The best years of our lives. Show all posts
Showing posts with label The best years of our lives. Show all posts

Wednesday, 24 October 2018

The Best Years of our Lives - ଫିଲ୍ମ ରିଭ୍ୟୁ


ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ନିଜ ନିଜ ଘରକୁ ଫେରୁଥିବା ବେଳେ ବିମାନ ବନ୍ଦରରେ ଭେଟ ହୁଅନ୍ତି ଏକା ସହରରେ ରହୁଥିବା ତିନି ଜଣ ମିଲିଟାରୀ ଲୋକ, Fred Derry, Homer Parrish, ଓ Al Stephenson । ଏ ତିନି ଜଣଙ୍କ ମଧ୍ୟରୁ Homer ସବୁଠାରୁ ସାନ । Navy ରେ ଯୋଗ ଦେଇଥିଲା ସିଏ । ଯୁଦ୍ଧ ବେଳେ ବୋମା ବିସ୍ଫୋରଣରେ ନିଜ ଦୁଇ ହାତ ହରେଇଛି । ଏବେ mechanical hook ବାଲା ଦୁଇଟି prosthetic ହାତ ଲଗାଇଛି । Fred ବିବାହିତ । ଯୁଦ୍ଧ ବେଳେ ଏୟାରଫୋର୍ସରେ ଯୋଗ ଦେଇଥିଲା । ବିମାନରେ ଯାଇ ବୋମା ପକେଇବା ଥିଲା ତାର କାମ । ଆଉ Al ଯୋଗ ଦେଇଥିଲେ ସ୍ଥଳବାହିନୀରେ । ଏ ତିନି ଜଣଙ୍କ ଠାରୁ ବୟସରେ ବଡ଼ ।  


ଯୁଦ୍ଧ ପରେ ପୁଣି ପୁରୁଣା କର୍ମକ୍ଷେତ୍ରକୁ ଫେରି ସାଧାରଣ ସାମାଜିକ ଜୀବନ କଟେଇବା ଏତେ ସହଜ ହୋଇନି ଏମାନଙ୍କ ପାଇଁ । ଫିଲ୍ମର କାହାଣୀ ଏମାନଙ୍କ ଘରବାହୁଡା ଓ ପରବର୍ତ୍ତୀ ପରିସ୍ଥିତିରେ ସାଧାରଣ ଲୋକଙ୍କ ମଧ୍ୟରେ ନିଜକୁ ଖାପଖୁଆଇବାକୁ ନେଇ ପର୍ଯ୍ୟବେଷିତ । 

ଯଦିଓ ଯୁଦ୍ଧ ଫେରନ୍ତା ସୈନିକ ତିନିଜଣଙ୍କୁ ନେଇ ଫିଲ୍ମର କାହାଣୀ ତେବେ ଏଇଟା ଗୋଟେ war ଫିଲ୍ମ ନୁହେଁ । ଯୁଦ୍ଧ ସମୟର ସେମିତି କିଛି ଦୃଶ୍ୟ ନାହିଁ ଏଠି । ଫିଲ୍ମଟି ମୋଟାମୋଟି ପରିବର୍ତ୍ତିତ ପରିସ୍ଥିତିରେ ନିଜକୁ ସମ୍ଭାଳୁଥିବା ତିନି ଜଣ ଆର୍ମି ଲୋକଙ୍କ ପାରିବାରିକ ଓ ଅନ୍ୟ ସାମାଜିକ ଘଟଣାବଳୀକୁ ନେଇ ତିଆରି ହୋଇଛି । 

Homer ର ସ୍କୁଲ ବେଳର ଗାର୍ଲଫ୍ରେଣ୍ଡ ତା ଆସିବା ବାଟକୁ ଅନେଇ ବସିଛି । ହେଲେ ଦୁଇ ହାତ ହରେଇଥିବା ହୋମର ଆପଣେଇ ନେବା ପାଇଁ ମାନସିକ ସାହସ ଜୁଟେଇ ପାରୁନି । Fred ପୂର୍ବରୁ ଆଇସକ୍ରିମ ପାର୍ଲରରେ କାମ କରୁଥିଲା । ଏବେ ନୂଆ ସପିଙ୍ଗ ମଲ ରେ କାମ କରିବା ତା ପାଇଁ ସହଜ ହେଉନି । ସେଥିରେ ପୁଣି ଚାପ ତା ସୁନ୍ଦରୀ, ଉଚ୍ଚାକାଂକ୍ଷୀ ସ୍ତ୍ରୀ ଠାରୁ । Al ଯଦିଓ ଏ ଦୁଇ ଜଣଙ୍କ ଠାରୁ ଅପେକ୍ଷାକୃତ ଭଲ ସ୍ଥିତିରେ ହେଲେ, ସେ ବି ନିଜ ପୂର୍ବ ବ୍ୟାଙ୍କରେ କାମ କରିବା ଭିତରେ ନିଜକୁ ଅନେକ ଦ୍ଵନ୍ଦ ମଧ୍ୟରେ ପାଉଛି ।

ଫିଲ୍ମଟି 1946 ମସିହାରେ ରିଲିଜ ହୋଇଥିଲା । ଫିଲ୍ମଟି ଭଲ ଲାଗିବାର ଅନେକ କାରଣ ରହିଛି । କାହାଣୀ, ଅଭିନୟ, ନିର୍ଦ୍ଦେଶନା ସବୁ କିଛି ଉଚ୍ଚକୋଟୀର ହୋଇଛି ଫିଲ୍ମଟିରେ ।