ସକାଳୁ ପଦ୍ମପୁର ଗାଁ'ଟା ସାରା ଗୋଟାଏ ଚର୍ଚ୍ଚା । ଗାଧୁଆ ତୁଠରୁ ନେଇ ଝାଡା ପଡିଆ ଯାଏ, ବିଲହୁଡ଼ାରୁ ନେଇ ଦାଣ୍ଡ ପିଣ୍ଢା ଯାଏ, ସବୁଠି କାଲି ରାତିର ଭୂତ ଉପରେ ଆଲୋଚନା, ପର୍ଯ୍ୟାଲୋଚନା । କିଏ କହିଲା ମଶାଣି ପଡ଼ିଆରୁ ଜିଅନ୍ତା ଭୂତଟାଏ ଉଠି ଆସିଛି ତ ଆଉ କିଏ କହିଲା ନା, ସେଇଟା ଇଆଡିକା ଭୂତ ନୁହେଁ, ବାହାର ଜାଗାରୁ ଚାଲି ଆସିଛି ଭୂତଟି । କେତେ ଜଣ ଏ ଭୂତକୁ ଆଗରୁ ଥରେ ସେଇ ଅଧେ ପାଟ ମଝିରେ ସାମନା କରିଥିବାର କଥା ମଧ୍ୟ କହିଲେ ।
ଏଣେ ଧନୁର ଅବସ୍ଥା କଥା କହିଲେ ନସରେ । ରାତିର ଘଟଣା ପରେ ଖୁବ ଭୟ ପାଇଯାଇଥାଏ ସେ । ଘରେ ଏକୁଟିଆ କ୍ଷଣେ ବସିଲେ, ରାତିର ଦୃଶ୍ୟ ଲେଉଟି ଆସୁଥାଏ ତା ଆଖି ସାମ୍ନାକୁ । ତା'କୁ ଲାଗୁଥାଏ ଯେମିତି ଘରର ଆଟୁ ଉପରେ ବସି ଭୂତଟି ତା' ଆଡକୁ ହାତ ଲମ୍ବାଉଛି ତ ଆଉ କେତେବେଳେ ଲାଗୁଥାଏ ଝରକା ସେପଟରୁ ଲମ୍ବାଉଛି ହାତ ତା ଆଡକୁ । ଏଣେ ଗାଁ'ର ମୁରବି ମାନଙ୍କ ଠାରୁ ନେଇ ଛୋଟପିଲା ମାଇପେ ପର୍ଯ୍ୟନ୍ତ ସମସ୍ତେ ଆସି ଟିକେ ଟିକେ ଦେଖି ଯାଉଥାନ୍ତି ଧନୁକୁ । ସର୍କସକୁ ନୂଆ କରି ଆସିଥିବା ଜନ୍ତୁଟିଏ ପରି ଖାଲି ବଲବଲ କରି ଅନାଉଥାଏ ଧନୁ ଆଗନ୍ତୁକ ଲୋକଙ୍କୁ ।
ଖରାବେଳ ସମୟ ।
ଗାଧୋଇ ପଡି ଅଳ୍ପ ମୁଠେ କଣ ଖାଇ ଦେଇ ଦାଣ୍ଡଘର ଖଟ ଉପରେ ଗଡ଼ପଡ଼ ହେଉଥାଏ ଧନୁ । ଫାଳିକିଆ ଦୁଇ କବାଟ ମଧ୍ୟରୁ ଗୋଟେ ଖୋଲା ଓ ଆରଟି ଅଳ୍ପ ଆଉଜା ହୋଇଥାଏ । ଝରକା ସେପଟରୁ ଆସୁଥାଏ ବାରିଆଡେ ଖେଳକୁଦରେ ମାତିଥିବା ପିଲାମାନଙ୍କର କୋଳାହଳ । ପାଖଘର ଢ଼ିଙ୍କିଶାଳରୁ ମଝିରେ ମଝିରେ ଶୁଭୁଥାଏ ଢିଙ୍କି ପାହାରର ଦୁମ ଦୁମ ଶବ୍ଦ । ଚାଳକୁ ଲାଗିଥିବା ପଣସ ଗଛରୁ ଚଢେଇ ମାନଙ୍କ କିଚିରିମିଚିରି ଭିତରେ ଖୁଣ୍ଟରେ ବନ୍ଧା ହୋଇଥିବା ଗାଈ ବାଛୁରୀ ଦୁଇଟି ମଝିରେ ମଝିରେ ଛାଡୁଥାନ୍ତି ହମ୍ବା ରଡି ।
ଆଖି ପତା ଟିକେ ଲାଗି ଆସିଛି ଧନୁର । ଏଇ ସମୟରେ କେଁ..ଏଁ..ଏଁ ଶବ୍ଦ କରି ଖୋଲିଗଲା ଅଧା ଆଉଜା ହୋଇଥିବା ଫାଳିକିଆ କବାଟଟି । ଭିତରକୁ ପଶି ଆସିଲେ ବାଇଧର ବଡ଼ବାପା । ଧନୁ ତକିଆଟା ଟିକେ ଟାଣି ଆଣି ଖଟ ବାଡ଼କୁ ଅଧା ଆଉଜି ଉଠି ବସିଲା । ଗାଁ ହିସାବରେ ବାଇଧର ଧନୁର ବଡ଼ବାପା ହେବେ । ଗାଁରେ ସମ୍ପର୍କ ଗୁଡାକ ଏମିତି । ବାଇଧର ସ୍କୁଲରେ ଶିକ୍ଷକତା କରନ୍ତି । ଗାଁରେ ତାଙ୍କର ଭାରି ଖାତିରି । ନ୍ୟାୟ ନିଶାପରେ ସମସ୍ତେ ମାନନ୍ତି ତାଙ୍କୁ ।
"ସକାଳୁ ଶୁଣିଲି ତୋ କଥା । ଶନିବାରିଆ ସ୍କୁଲଟା ଥିଲା । ଆଉ ଆସିପାରିଲି ନାହିଁ । ସ୍କୁଲ ସାରି ଏଇନା ସିଧା ଆସୁଛି । "
ପାଖ କାଠ ଚେୟାର ଉପରେ ପଡିଥିବା ଲୁଗାଟା ଉଠେଇ ଦେଇ ବାଇଧର ବଡ଼ବାପାଙ୍କୁ ବସିବା ପାଇଁ କହିଲା ଧନୁ । ଚେୟାରକୁ ଟିକେ ଖଟ ଆଡକୁ ଟାଣିଦେଇ ବସିପଡି ପଚାରିଲେ ବାଇଧର,
"ରାତି ଅଧଟାରେ ଏମିତି ଏକୁଟିଆଟା କାହିଁକି ଆସୁଥିଲୁ? ଆଚ୍ଛା, କଣ ହେଲା କାଲି ମୋତେ ଟିକେ ଖୋଲିକି କହିଲୁ?"
ମୂଳରୁ ଶେଷ ଯାଏ ଯାହା ସବୁ ଘଟିଥିଲା ଗୋଟି ଗୋଟି କରି କହିଗଲା ଧନୁ । ଗମ୍ଭୀର ହୋଇ ଶୁଣୁଥାନ୍ତି ବାଇଧର ବଡ଼ବାପା । ମଥାର ଭୃକୁଟିକୁ ଟେକି ଆଶ୍ଚର୍ଯ୍ୟ ହୋଇ କହିଲେ, "ବଡ଼ ଆଚମ୍ବିତ କଥା ।"
ଚେୟାର ଉପରୁ ଉଠି ଖଟ ପାଖକୁ ଲାଗିଆସି ପିନ୍ଧିଥିବା ଧଳା କୁର୍ତ୍ତାର ଡାହାଣ ହାତକୁ କାନ୍ଧ ପର୍ଯ୍ୟନ୍ତ ଟାଣିଦେଇ ଧନୁ ଆଡକୁ ଦେଖେଇ ପଚାରିଲେ ବାଇଧର, "ଦେଖିଲୁ ଦେଖିଲୁ ଧନୁ, ଏଇମିତି ଦିଶୁ ନଥିଲା ତ ସେ ହାତଟି?"
ଆଖି ଗୁଡାକ ବଡ଼ ବଡ଼ ହୋଇଗଲା ଧନୁର ।
ବୋ..ଉ..ଲୋ...
ବଡ଼ ପାଟିରେ ଚିତ୍କାର କରି ଗଛ କାଟିଲା ପରି ଭୁସକରି ଖଟ ଉପରେ ଗଡି ପଡିଲା ସେ ।
ଦଉଡ଼ା ଦଉଡ଼ି ହୋଇ ସମସ୍ତେ ଆସି ରୁଣ୍ଡ ହୋଇ ପଡିଲେ । ପାଣି ଛାଟି ଫୁଙ୍କା ଫୁଙ୍କି କରି ସାଷ୍ଟାମ କଲେ ଧନୁକୁ । ଅସ୍ପଷ୍ଟ ଭାଷାରେ ସବୁକଥା ବର୍ଣ୍ଣନା କଲା ଧନୁ । କିଏ କହିଲା ଗୁଣିଆ ଡାକି ତାକୁ ଟିକେ ଝଡ଼େଇ ଦିଅ । ଆଉ କିଏ କହିଲା, ଖରାପ ଦଶା ପଡିଛି । ହନୁମାନ ସାଧକଙ୍କ ପାଖକୁ ନେଇ ଜାତକଟା ଟିକେ ଦେଖେଇ ଆଣ । ଆଉ କିଏ କହିଲା, ତାକୁ ଜମା ଏକୁଟିଆ ରହିବାକୁ ଦିଅନା । ସବୁବେଳେ କେହି ନା କେହି ତା ପାଖରେ ରୁହ ।
ସନ୍ଧ୍ୟା ବେଳକୁ ପାଖ ଗାଁରୁ ଗୁଣିଆ ଆସି ଝାଡ଼ି ଦେଇଗଲା ଧନୁକୁ । ହାତରେ ଡେଉଁରିଆ ଗୋଟେ ମନ୍ତରାଇ ନାଲି ସୂତାରେ ବାନ୍ଧି ଦେଲା ।
ହେଲେ ବିଶେଷ ପରିବର୍ତ୍ତନ କିଛି ହେଲାନି ଧନୁର । ସବୁବେଳେ ଡ଼ରିଲା ଡ଼ରିଲା ପରି ରହିଲା ସିଏ । ଖାଇବା ପିଇବାରେ ଜମା ଆଗ୍ରହ ଦେଖେଇଲା ନାହିଁ । କାହା ସହ ମିଳାମିଶା ନକରି ସବୁବେଳେ ଚୁପଚାପ ହୋଇ ରହିଲା । ଦିନକୁ ଦିନ ଦୁର୍ବଳ ଦେଖାଗଲା ଧନୁ ।
ଗାଁ'ର ମୁରବି ଲୋକ ପରାମର୍ଶ ଦେଲେ ଧନୁକୁ ଥରେ ନେଇ ଡାକ୍ତରଙ୍କୁ ଦେଖେଇ ଆଣିବା ପାଇଁ । ଯାହାକୁ ଆମେ ଭୁତ ପ୍ରେତ ବୋଲି ଭାବୁଛୁ ଆଜିକାଲି ବିଜ୍ଞାନ ଯୁଗରେ ଡାକ୍ତରମାନେ ତାକୁ ମାନସିକ ରୋଗ ବୋଲି କହୁଛନ୍ତି । ଭଲ ହେବ ଡାକ୍ତରଙ୍କ ପାଖରେ ଟିକେ ଦେଖେଇ ଆଣିବାଟା ।
ଡାକ୍ତରଖାନାର କୋଠରୀ ।
ଉଚ୍ଚା ଉଚ୍ଚା ମଥାନ ଛୁଆଁ ଧଳା ଚୁନ ବୋଳା ଛାତ । ବିରାଟ ବିରାଟ ଡେଣା ବାଲା ପଙ୍ଖାଟିଏ ବୁଲୁଥାଏ ଛାତରେ, ବାଦୁଡ଼ି ଭଳି ତଳକୁ ଓହଳି । ଲୁହା ଖଟିଆ ଉପରେ ବିଛଣା । ତା ଉପରେ ଶୋଇଥାଏ ଧନୁ ।
ଡାକ୍ତର ବାବୁ ଆସି ପରୀକ୍ଷା ରିପୋର୍ଟ ଉପରେ ଆଖି ବୁଲେଇ ନେଲେ । ତାପରେ କାନରେ ଷ୍ଟେଥୋସ୍କୋପ ଲଗେଇ ଧନୁର ଛାତି ଉପରେ ଗୋଲ ମୁଣ୍ଡଟା ଦାବି ଦେଇ ଜୋର ଜୋରରେ ନିଶ୍ଵାସ ପ୍ରଶ୍ଵାସ ନେବାକୁ କହିଲେ । କାଗଜରେ କିଛି ମେଡ଼ିସିନ ଲେଖି ପାଖରେ ଛିଡା ହୋଇଥିବା ଧନୁର ବାପାଙ୍କ ହାତକୁ ବଢ଼େଇ ଦେଇ କହିଲେ, "ବ୍ୟସ୍ତ ହେବାର କିଛି ନାହିଁ । ସବୁ କିଛି ନର୍ମାଲ ଅଛି । ମେଡ଼ିସିନ ଲେଖି ଦେଇଛି । ଏ କାଗଜଟା ନେଇ ମେଡ଼ିସିନ ଦୋକାନରୁ ଯାଇ ମେଡ଼ିସିନ ନେଇଆସ । ବଡ଼ ଡାକ୍ତର ବାବୁ ଆସି ଥରେ ଦେଖିଲା ପରେ ଆଜି ତମେମାନେ ଘରକୁ ଚାଲିଯିବ ।"
ଡାକ୍ତର ବାବୁ ପ୍ରେସ୍କ୍ରିପସନଟା ଧରେଇ ଦେଇ ପାଖ କୋଠରୀକୁ ଚାଲିଗଲେ ରୋଗୀ ଦେଖିବା ପାଇଁ । କାଗଜଟା ଧରି ଔଷଧ ଆଣିବା ପାଇଁ ପଛେ ପଛେ ଚାଲିଲେ ଧନୁର ବାପା । କାଲି ଅପେକ୍ଷା ଆଜି ଟିକେ ସୁସ୍ଥ ଦେଖା ଯାଉଥାଏ ଧନୁ ।
ଏହି ସମୟରେ ରୁମ ଭିତରକୁ ପଶି ଆସିଲେ ବଡ଼ ଡାକ୍ତର ବାବୁ । ଧଳା ସାର୍ଟ ଉପରେ ପିନ୍ଧିଥାନ୍ତି ଧଳା ରଙ୍ଗର କୋର୍ଟଟିଏ । ଥନ୍ତଲ ପେଟକୁ ଲାଗି ଓହଳି ଥାଏ ଷ୍ଟେଥୋସ୍କୋପ । ଧୋବଲା କେଶ ତଳକୁ କାନ ଉପରେ ଲଗେଇଥାନ୍ତି ମୋଟା କଳା ଫ୍ରେମ ବାଲା ଚଷମା । ବେଡ୍ ପାଖକୁ ଆସି ଧନୁର ବାଁ ହାତକୁ ଅଳ୍ପ ଉପରକୁ ଟେକି ନାଡି ପରୀକ୍ଷା କରୁ କରୁ କହିଲେ ବଡ଼ ଡାକ୍ତର ବାବୁ,
"ଲାଗୁଛି ବହୁତ ଡରି ଯାଇଥିଲ ତମେ ସେଦିନ ରାତିରେ । ହେଲେ ଏବେ ବ୍ୟସ୍ତ ହେବାର ଆଉ କିଛି ନାହିଁ । "
ଟିକେ ସ୍ମିତ ହସି ପଚାରିଲେ, "ଆଚ୍ଛା ତମେ ସେଦିନ ରାତିରେ ପ୍ରକୃତରେ କଣ ଦେଖିଲ?"
ଧନୁ କହିଲା ସେଦିନର କଥା । କେମିତି ଅନ୍ଧାର ରାତିରେ ରିକ୍ସାବାଲାଟି ତାକୁ ଦେଖେଇଥିଲା ହାତ । ଡାକ୍ତର ବାବୁ ସବୁ ଶୁଣି ସାରି ଦୀର୍ଘ ନିଶ୍ଵାସଟିଏ ଛାଡିଲେ । ଧଳା କୋର୍ଟ ତଳୁ ନିଜ ଡାହାଣ ହାତଟି ଧନୁ ଆଡକୁ ବଢ଼େଇ କହିଲେ,
"ଦେଖିଲ, ଠିକ୍ ଏମିତି ଥିଲା କି ସେ ହାତଟି?"
କିଛି ସମୟ ପରେ ନର୍ସ ଜଣେ କୋଠରୀ ଭିତରକୁ ଆସି ଚିତ୍କାର କରି ଉଠିଲେ । ତାଙ୍କ ଚିତ୍କାର ଶୁଣି ଡାକ୍ତର ଓ ଅନ୍ୟ କର୍ମଚାରୀ କିଛି ଦଉଡ଼ି ଆସିଲେ ।
ବେଡ୍ ଉପରେ କାଠ ପରି ପଡିଥାଏ ଧନୁ । ହାତ ଦୁଇଟି ଅଧା ଟେକା ହୋଇ ଉପରକୁ ରହିଥାଏ । ଢିମା ଢିମା ଆଖି ଦୁଇଟି ଚାହିଁ ରହିଥାଏ ଛାତକୁ । ଉପରେ ବୁଲୁଥାଏ ଚଉଡା ଡେଣା ବାଲା ମାଟିଆ ଫ୍ୟାନଟି । ହେଲେ ଧନୁ ଆଖିର ପଲକ ଆଉ ବନ୍ଦ ହେଉ ନଥାଏ ଜମା ।

ଅଜା, ମୁଁ ବୁଝିପାରିଲିନି, ୟେ ଧନୁର ହେଇଥିଲା କ'ଣ?
ReplyDeleteସେ ସମସ୍ତଙ୍କ ହାତକୁ ଦେଖି ଡରୁଥିଲା କାହିଁକି?
ଲାଗୁଛି, ମୁଁ ବି ଆଉ କେବେ ସଞ୍ଜ ହେଲେ ବାହାରକୁ ଯିବିନି ।
କଥାଟା ପୁରା କିଲିଅର କର, ନ ହେଲେ ମୋତେ ବି ଡର ଲାଗିଲାଣି ।
ଏସବୁ ଗପରେ suspense କିଛି ରଖି ସାରିବାକୁ ହୁଏ, ଯେମିତି ପଢ଼ୁଥିବା ଲୋକ ନିଜ ଅନୁସାରେ conclusion ରେ ପହଞ୍ଚିବ |
Deleteତେବେ ଟିକେ ତରତରରେ ଲେଖାଟା ସାରିଦେଲି ନହେଲେ ଆଉ ଟିକେ ଭଲ ଭାବରେ ସାରି ହୋଇ ପାରିଥାନ୍ତା
ଅଜା ଟିକେ ହଲିଉଡ଼ ଭଳି ଶେଷ କରିଛନ୍ତି କାହାଣୀ, ସେଇଠି ଭୁତ ମରେନି। ବଲିଉଡ଼ ରେ ଭୁତ ହନୁମାନ ଚାଳିଶା , କୋଉ ପ୍ରଫେସର, ପ୍ରେମିକ ପ୍ରେମିକା ଙ୍କ ଦ୍ଵାରା ଆୟତ୍ତ ହେଇଯାଏ।
ReplyDeleteଭୂତ ଗପରେ ଭୂତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖେଳ କରିବା କଥା ନା | ଭୂତକୁ ମାରି ଦେଇଥିଲେ ମଜା ଆସି ନଥାନ୍ତା.. ହେ ହେ
Deleteଭଲ ଗପ, ଅଶୀ ଦଶକରେ , ଏହି ହାତଵାଲା ଗପ ବହୁତ ଚାଲୁ ଥିଲା । ଆଉ ଆପଣ ମଧ୍ୟ ଜଣେ good story teller.
ReplyDeleteThanks :)
Deleteହଁ, ମୁଁ ବି ଏ ଗପଟି କାହାଠାରୁ ଶୁଣିଥିଲି | ଏଠି ଖାଲି ବର୍ଣନା ଶୈଳୀ ମୋର ନିଜର
ଅଜା ତୃତୀୟ ଭାଗଟି କୁ ଆପଣ ଲେଖିବେ କି? 🙏❤🙏
ReplyDeleteଗପ ଟି କୁ ପଢିବା ପାଇଁ ବହୁତ ଇଚ୍ଛା |
ଏଇ ଗପ ର ପାର୍ଟ କୁ ମୁଁ ବହୁତ website ରେ ଖୋଜିଲି ହେଲେ ପାଉନି ଦୟାକରି 🙏ସାହାଯ୍ୟ କରନ୍ତୁ |