Friday 16 February 2018

ନବପଲ୍ଲବ

ହଜି ଯାଇଥିଲା ଫୁଲରୁ ମହକ,
ଶୁଭୁ ତ ନଥିଲା ପକ୍ଷୀ କଳରବ ।
ନିରୁଦ୍ଧିଷ୍ଟ ଥିଲା ବଂଶୀରୁ ଶବଦ,
କୁଞ୍ଜ ପଡିଥିଲା ହୋଇ ନିରିଜୀବ ।

ବହିଲା ଉଜାଣି ଫେରିଲା ବସନ୍ତ,
ଆସିଛି ମଳୟ ରୋମାଞ୍ଚିତ ଚିତ୍ତ ।
ଫେରିଛି କହ୍ନେଇ ଫେରିଛି ରାଈ,
ଶୁଭେ ବଂଶୀ ସ୍ୱନ ମୂର୍ଛନା ନେଇ ।

ହସୁଛି ଚନ୍ଦ୍ରମା ଫୁଟିଛି କଇଁ
ତଲ୍ଲିନ ସଭିଏଁ ନବ ପରଶ ପାଇ ।
 ଆଜି ପ୍ରକୃତିକୁ ମିଳିଗଲା ତା’ ପ୍ରାଣ ବଲ୍ଲଭ
ଏ ନବ ପଲ୍ଲବ
ରାଗର ଭାବର,
ଆଶାର ଭାଷାର,
ନବପଲ୍ଲବ ।














No comments:

Post a Comment