ନିଜ ନିଶ୍ଵାସ ନିଜକୁ ଶୁଭୁଥିବ
ଭାରି ଭାରି,
କଲିଜା ଥରେଇ ଦେଉଥିବ
ଭୟାନକ ଅନ୍ଧାର,
ଜନ ଗହଳି ଭିତରେ
ଏ ମନଟି ଥିବ
ଏକୁଟିଆ
ଭୀତତ୍ରସ୍ତ ।
ନିଜ ଉପରୁ ତୁଟୁଥିବା ଭରସା
ଭିତରେ,
ହାତ ଉଠି ଯାଉଥିବ ଶୁନ୍ୟକୁ
ମହାଶୂନ୍ୟକୁ,
ଟିକେ ଆଶ୍ୱାସନାର ଆଶାରେ
ଜଳୁଥିବ ଦୀପଟି
ଦୁକୁଦୁକୁ ହୋଇ ।
ଦିଶେନି ସେତେବେଳେ
କିଏ ରାମ
ଆଉ କିଏ ରହିମ,
କିଏ ମୋ ଠାକୁର
କିଏ ସେ ଅଜାତିଆ ଟାର ।
କୁଟାଖିଅ ପରି
ଅନନ୍ତ ସମୁଦ୍ରରେ
ଭାସୁଥିବ ନିରୀହ ହୃଦୟ,
ଆଖି ଉଠେଇ ଚାହିଁଲେ
ଯିଏ ଦିଶିବ
ସେଇ ମୋ ଭଗବାନ,
ସେଇ ମୋ ଈଶ୍ଵର,
ସେଇ ମକ୍କା ମଦିନା
ସେଇ ଗୁରୁଦ୍ୱାର..
No comments:
Post a Comment