Monday 10 September 2018

Casablanca - କାସାବ୍ଳାଙ୍କା


କଣ ଏ Casablanca?
Casablanca ଆଫ୍ରିକା ମହାଦେଶରେ ଅବସ୍ଥିତ ମରକୋ ଦେଶର ଏକ ବନ୍ଦର ଭିତ୍ତିକ ସହର 1941 ମସିହାରେ (ଦ୍ଵିତୀୟ ବିଶ୍ଵଯୁଦ୍ଧର ପ୍ରାକ-ସମୟ) ଏହା ଫ୍ରାନ୍ସର ଅଧୀନରେ ଥିଲା ସହରଟି ଆଫ୍ରିକାରେ ଥିଲେ ମଧ୍ୟ ବେଶ ଗୁରୁତ୍ୱ ବହନ କରିଥିଲା ସେତେବେଳେ ତାର କାରଣ ହେଲା, ୟୁରୋପ ବାସୀଙ୍କ ପାଇଁ ସହର ଥିଲା ମୁକ୍ତିର ଦ୍ୱାର ବିଶ୍ୱଯୁଦ୍ଧର କଳା ବାଦଲ ସେତେବେଳେ ୟୁରୋପକୁ ଘେରି ସାରିଥିଲା ଅନେକ ଲୋକ ଯୁଦ୍ଧ ପରିବେଶରୁ ବାହାରି ଆମେରିକାକୁ ଚାଲି ଯିବାକୁ ବସିଥିଲେ, ଶାନ୍ତିପୂର୍ଣ୍ଣ ଜୀବନ ବିତାଇବାକୁ ଆମେରିକା ଯିବା ପାଇଁ ହେଲେ Casablanca ରୁ ଜଳପଥ କିମ୍ବା ବିମାନପଥ ଥିଲା ସବୁଠାରୁ ସୁବିଧା ମାଧ୍ୟମ ତେବେ ଦେଶ ଛାଡି ଯିବା ପାଇଁ ଆବଶ୍ୟକୀୟ ଭିସା କାଗଜପତ୍ର ଯୋଗାଡ଼ କରିବା ଥିଲା ମୁଖ୍ୟ ପ୍ରତିବନ୍ଧକ ଚୋର, ଖଣ୍ଟ, ଟାଉଟରିଆଙ୍କ ଆଡ୍ଡାସ୍ଥଳୀ ହୋଇ ସାରିଥିଲା Casablanca. ଯୋଗାଡ଼ିଆ ବା Middleman ମାନଙ୍କୁ ଧରିବାକୁ ପଡୁଥିଲା ଭିସା କାଗଜପତ୍ର ପାଇଁ । ମୋଟାମୋଟି ଉପରେ କହିବାକୁ ଗଲେ, ଏତେ ସହଜ ନଥିଲା ଏସବୁ ଯୋଗାଡ଼ କରିବା । 

ସେ ଯାହାହେଉ ଏ ଫିଲ୍ମଟି କିନ୍ତୁ ଏକ ଲଭ ଷ୍ଟୋରି । ଯେହେତୁ କାହାଣୀର ପୃଷ୍ଠଭୂମି ଏଇ ସହରରେ, ତେଣୁ ଫିଲ୍ମର ନାଁ ସହର ନାଁ କୁ ନେଇ ହୋଇଛି - Casablanca. 

କାହାଣୀ:
Casablanca ସହରରେ ଅବସ୍ଥିତ ଏକ ନାଁ କରା ପ୍ରତିଷ୍ଠିତ cafe ହେଉଛି "Rick's cafe". ସତସଙ୍ଗ ପାଇଁ Casablanca ସହରର ଲୋକମାନେ ଏଇ ଜାଗାଟିକୁ ବେଶୀ ପସନ୍ଦ କରନ୍ତି ଫିଲ୍ମର ହିରୋ Rick ଏଇ Cafe ମାଲିକ ରିକ୍ ଧନୀ, ଦେଖିବାକୁ ସୁନ୍ଦର, କିନ୍ତୁ ଅବିବାହିତ ପ୍ରେମରେ ଧୋକା ଖାଇ ଆଉ ବିବାହ  କରିନାହାନ୍ତି ବୋଲି ତାଙ୍କ ପରିଚିତ ଲୋକେ କୁହନ୍ତି ସହର ଭିତରେ ସମସ୍ତଙ୍କ ପସନ୍ଦଯୋଗ୍ୟ ସ୍ଥାନ ଏଇ କାଫେ । ପିଆ ପିଇ, ଜୁଆ ଖେଳ ଓ ତା ସହ Sam ଙ୍କ ପିଆନୋ ସଙ୍ଗୀତ.. ଏଠିକାର ମୁଖ୍ୟ ଆକର୍ଷଣ । 
 
ଏହି କାଫେକୁ ଦିନେ ସନ୍ଧ୍ୟାରେ ଆସିଛନ୍ତି ଚେକ୍ ଦେଶର ଜଣେ ପଳାତକ ଯୁବନେତା ଭିକ୍ଟର ଲାଜଲୋ ତାଙ୍କ ସୁନ୍ଦରିଆ ପତ୍ନୀ ଇଲସା ଭିସା କାଗଜପତ୍ର କରେଇ ଏଠୁ ଆମେରିକା ଯିବା ପାଇଁ ପ୍ଲାନ ହେଲେ କାଗଜପତ୍ର ପାଇଁ ଆଗରୁ ଠିକ କରାଯାଇଥିବା ଯୋଗାଡ଼ିଆ ଲୋକଟି ପୁଲିସ ହାତରେ ଧରା ପଡିଯାଇଛି ଏବେ ପତି ପତ୍ନୀ ଅସହାୟ Casablanca ଛାଡି ଆମେରିକା ଯିବା ପାଇଁ ଏକମାତ୍ର ଭରସା Rick’s Café. କାରଣ ଏଇଠି ଭିସା କାଗଜ ପାଇଁ ଯୋଗାଡ଼ିଆ ମାନଙ୍କର ଭିତିରିଆ ଆଡ୍ଡା ଜମେ । ଏଣେ ପୁଲିସର ନଜରରେ ଦୁଇ ପତି, ପତ୍ନୀ ପତି ଜଣେ ପଳାତକ ନେତା ଦୁଇ ଜଣଙ୍କୁ ଆମେରିକା ଯିବାକୁ ଦେବା ପାଇଁ ପୁଲିସକୁ ଉପରୁ ଭିତିରିଆ ଅର୍ଡର ଆସିଥାଏ । 

ଇଲସା କାଫେ ଭିତରକୁ ପଶୁ ପଶୁ ପିଆନୋ ବାଦକ Sam ଙ୍କୁ ଚିହ୍ନି ପାରିଛନ୍ତି ସାମ୍ କିନ୍ତୁ ଇଲସାଙ୍କୁ ଚିହ୍ନିକି ବି ଜାଣିବାର ଅଭିନୟ କରୁଥାନ୍ତି । 
 
ଏକୁଟିଆ ଦେଖି ଇଲସା Sam କୁ ପାଖକୁ ଡାକି ରିକ୍ ଏବେ କେଉଁଠି ବୋଲି ପଚାରିଲେ ହଡ଼ବଡେଇ ଗଲେ ସାମ୍ । ସାମ୍ ରିକଙ୍କ କାଫେରେ ପିଆନୋ ବଜେଇଲେ ବି ଦୁହିଁଙ୍କ ମଧ୍ୟରେ ବହୁ ଦିନରୁ ଚିହ୍ନା ପରିଚୟ । ସେ ରିକଙ୍କର ଶୁଭାକାଂକ୍ଷୀ । 
“ମିସ୍, ଆପଣ ଏଠୁ ଚାଲି ଯାଆନ୍ତୁ “ 
ଇଲସା ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ଜାଣିବାକୁ ପାଇଲେ, ରିକ ଏ କାଫେଟିର ମାଲିକ ଅଳ୍ପ ବାର୍ତ୍ତାଳାପ ପରେ ସାମଙ୍କୁ ସେ ଅତୀତ ଦିନର ପୁରୁଣା ଗୀତଟି ଗାଇବାକୁ ଅନୁରୋଧ କଲେ ଇଲସା  
“ମୁଁ ଭୁଲି ଯାଇଛି” କହି ସାମ ସେସବୁକୁ ଟାଳି ଦେବାକୁ ବସିଥିଲେ 
“ମୁଁ ଗୁଣୁଗୁଣେଇ ଦେଉଛି, ସାମ୍ ଶେଷ ଥର ପାଇଁ ଗାଇ ଦିଅ ଏମିତିରେ ଆମେ କାଲି ଭିତରେ ସହର ଛାଡି ଚାଲି ଯାଉଛୁ ।“
ସାମ୍ ରାଜି ହୋଇଛନ୍ତି ଓ ଗାଇଛନ୍ତି.. As Time Goes By. 

“And when two lovers woo,
They still say "I love you",
On that you can rely,
No matter what the future brings,
As time goes by.”

ସେଇ ସମୟରେ ହଠାତ Rick କାଫେ ଭିତରକୁ ପଶି ଆସିଛନ୍ତି ରିକ୍ ଙ୍କର କ୍ଷତାକ୍ତ ହୃଦୟରେ ଯେମିତି ହାତ ମାରି ଦେଇଛି ସାମ୍, ଗୀତଟି ଗାଇ ରିକ୍ ରାଗ ତମତମ ହୋଇ କହିଲେ,
“ସାମ୍, ତମକୁ ମୁଁ ମନା କରିଥିଲି ନା ? କାଫେରେ ଏ ଗୀତଟି କେବେବି ଗାଇବନି ବୋଲି ?

ସାମ୍ ନୀରବରେ ଇଲସାଙ୍କ ଆଡକୁ ଇସାରା କରି କହିଲେ, “ମାଡାମଙ୍କ ଅନୁରୋଧ ଥିଲା ।“ 
  
ରିକ୍ ଇଲସାକୁ ପୁଣିଥରେ ନିଜ ଜୀବନରେ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ଦଗାଦିଆ ପ୍ରେମିକା ଏତେ ବର୍ଷ ପରେ ଆଜି ପୁଣି ଥରେ ଆଖି ସାମନାରେ । ପ୍ୟାରିସରୁ କାସାବ୍ଳାଙ୍କା


ରିକ୍, ଇଲସାଙ୍କ ଭିତରେ କଣ love-hate ସମ୍ପର୍କ ? କଣ ହୋଇଥିଲା ଦୁହିଁଙ୍କ ମଧ୍ୟରେ ଏହା ପୂର୍ବରୁ? କିଏ କାହାକୁ କଣ ପାଇଁ ଧୋକା ଦେଲା? ରିକ-ଇଲସାଙ୍କ ପ୍ରେମ କାହାଣୀ ଭିତରେ ପୁଣି ଏ ଭିକ୍ଟର ଲାଜଲୋ କେମିତି ପଶି ଆସିଲେ ? ଏବେ କଣ ରିକ୍ ପ୍ରତିଶୋଧ ନେବ ନା ଇଲସା ତା ସ୍ୱାମୀକୁ Casablanca ରୁ ଆମେରିକା ଯିବା ପାଇଁ ସାହାଯ୍ୟ କରିବ ?

ଏମିତି ଅସଂଖ୍ୟ ପ୍ରଶ୍ନ । ହେଲେ ଏଇ ସବୁକୁ ନେଇ ତ ଫିଲ୍ମର ପୁରା କାହାଣୀ ସେସବୁକୁ ଏଠି ଖୋଲିଦେଲେ ଫିଲ୍ମ ଦେଖିଥିବା ଲୋକଙ୍କର ଫିଲ୍ମ ଦେଖିବାର ମଜା ସବୁ କିରିକିରା ହୋଇଯିବ ତେଣୁ ଆଗକୁ ଆଉ ବଢିବାନି । 

ଫିଲ୍ମଟି କଣ ପାଇଁ Top 20 ରେ?
ସୁନ୍ଦର screenplay ଚମତ୍କାର ଅଭିନୟ ରିକ୍ ଇଲସା ଚରିତ୍ର ଦୁହେଁ ଫିଲ୍ମରେ ଜୀବନ ଭରି ଦେଇଛନ୍ତି ତା ସହ ପିଆନୋ ବାଦକ ସାମ୍ । 

ଫିଲ୍ମର ଡାଏଲଗ ସବୁ ଶହେ ବର୍ଷ ପରେ ବି ଆଜିଯାଏ ଚର୍ଚ୍ଚାରେ ବ୍ଲଗ ଶେଷ କରିବା ପୂର୍ବରୁ ସେ ସଂଳାପରୁ ଦୁଇ ତିନୋଟି: 

"Play it once, Sam. For old times' sake."
(ଇଲସା ପୁରୁଣା ଗୀତଟିଏ ସାମ୍ କୁ ଗାଇବା ପାଇଁ ଅନୁରୋଧ କଲାବେଳେ)

"Here's looking at you, kid."
(ରିକ୍ ବିଦାୟ ମୁହୂର୍ତ୍ତରେ ଇଲସାକୁ  )

Nazi Major Strasse: What is your nationality?
Rick: I'm a drunkard               
(କାଫେ ଭିତରେ)

"We'll always have Paris."
(ରିକ୍ ଇଲସାକୁ ଛାଡିଲା ବେଳେ) 

         ***********

No comments:

Post a Comment