Sunday 2 September 2018

One Flew Over the Cuckoo's Nest - କୋଇଲି ବସା ଉପରେ ଖଣ୍ଡି ଉଡା


1975 ମସିହାରେ ରିଲିଜ ହୋଇଥିଲା ଫିଲ୍ମଟି । ଗୋଟେ ଦଶନ୍ଧି ପୂର୍ବରୁ ପ୍ରକାଶିତ Ken Kesey ଙ୍କ ଚର୍ଚ୍ଚିତ ଉପନ୍ୟାସ One Flew Over the Cuckoo's Nest ର ଆଧାରରେ ଏ ଫିଲ୍ମଟି । ଫିଲ୍ମଟିକୁ Top 20 ରେ ରଖିବାର ଅନେକ କାରଣ ଅଛି  । ନିର୍ଦ୍ଦେଶନା ତଥା ଅଭିନେତା, ଅଭିନେତ୍ରୀଙ୍କ ବଳିଷ୍ଠ ଅଭିନୟ ସହ ଏ ଫିଲ୍ମକୁ ରଖିବାର ଆଉ ଏକ ବଡ଼ କାରଣ ହେଉଛି , ଫିଲ୍ମଟି ଦେଉଥିବା ବାର୍ତ୍ତା । 

କାହାଣୀ
ମେଣ୍ଟାଲ ହସ୍ପିଟାଲରେ ଥିବା ରୋଗୀ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ନେଇ କାହାଣୀଟି ମୁଖ୍ୟ ନର୍ସ Ratched ଙ୍କ ତତ୍ତ୍ୱାବଧାନରେ ଶୃଙ୍ଖଳିତ ଭାବରେ ଚାଲିଛି ହସ୍ପିଟାଲଟି ସବୁ କିଛି ରୁଟିନ ଅନୁସାରେ ଟାଇମ ଅନୁସାରେ ଖାଇବା, ଶୋଇବା, ବାହାରେ ଖେଳିବା, group discussion କରିବା, ଟିଭି ଦେଖିବା, ଗୀତ ଶୁଣିବା ଇତ୍ୟାଦି ।ଏହିପରି ଭାବେ ଦୈନିନ୍ଦିନ କାର୍ଯ୍ୟକଳାପ ସ୍ଥିର କରାଯାଇଥାଏ ରୋଗୀ ମାନଙ୍କ ପାଇଁ ରୋଗୀ ମାନେ ବିରୋଧ କଲେ କିମ୍ବା ବିଶୃଙ୍ଖଳିତ ହେଲେ ସେମାନଙ୍କ ପାଇଁ କଡା ହେବାକୁ ପଡିଥାଏ

ହସ୍ପିଟାଲକୁ ଆସିଛି ଜଣେ ନୂଆ ସଦସ୍ୟ,  McMurphy (ମ୍ୟାକ ମର୍ଫି ) ବଳାତ୍କାର ଅଭିଯୋଗରେ ତାକୁ ମାନସିକ ହସ୍ପିଟାଲକୁ ପଠାଯାଇଛି ଲୋକଟି ଟିକେ ଖୁଜୁବୁଜିଆ ଖୋଲା ମିଜାଜର ସେ କଡା, ଶୃଙ୍ଖଳିତ ରୁଟିନ ବ୍ୟବସ୍ଥା ମଧ୍ୟରେ ଅସ୍ବସ୍ତି ବୋଧ କରିଛି ହସ୍ପିଟାଲର ରୁଟିନ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇ ବଦଳାଇବାକୁ ଚେଷ୍ଟା କରିଛି ଗୋଟେ ପ୍ରକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ମୁଖ୍ୟ ନର୍ସ Ratched  McMurphy ଙ୍କ ମଧ୍ୟରେ ଦୁଇ ତିନୋଟି ଘଟଣାରେ McMurphy ବିଦ୍ରୋହ କରି ସିଷ୍ଟମର ନିୟମ ବିରୋଧରେ ଯାଇଛି କେତେବେଳେ ସାମୟିକ ଭାବେ ସଫଳ ହୋଇଛି ଆଉ କେତେବେଳେ ବିଫଳ ହେବାକୁ ବାଧ୍ୟ ହୋଇଛି  

ଟିଭିରେ World cup ଖେଳ ଦେଖିବା ପାଇଁ ଅନ୍ତେବାସୀଙ୍କ ବହୁମତର ଆବଶ୍ୟକତା ଥିଲା ବେଳେ, McMurphy ଆବଶ୍ୟକୀୟ ସଂଖ୍ୟା ନିଜ ସପକ୍ଷରେ ଆଣିପାରିଛି କିନ୍ତୁ ନର୍ସ Ratched  ନିୟମରେ କୌଣସି ପରିବର୍ତ୍ତନ କରିନାହାନ୍ତି ଅନ୍ୟ ଏକ ସମୟରେ ଅନ୍ତେବାସୀଙ୍କୁ ଧରି ହସ୍ପିଟାଲରୁ ଲୁଚି ବାହାରି ପୁରା ଦିନ ନଦୀରେ ଯାଇ ମାଛ ଧରିଛି ହସ୍ପିଟାଲର ନିୟମ ଭାଙ୍ଗି ଥିବାରୁ ଦଣ୍ଡ ସ୍ୱରୂପ କରେଣ୍ଟ ଦିଆଯାଇ ଚିକିତ୍ସା କରାଯାଇଛି ତାକୁ ଅନ୍ତେବାସୀଙ୍କ ପାଇଁ ବାହାରୁ ମଦ, ଝିଅ ଆଣି ରାତିରେ ହସ୍ପିଟାଲରେ ଉତ୍ପାତ କରିଛି

ଶେଷରେ ତାକୁ କରେଣ୍ଟ ଦିଆଯାଇ ଅକାଲୁଆ କରାଯାଇଛି ସବୁ ଉତ୍ପାତ ଛାଡି ଯାଇଛି ପ୍ରତିଦିନ କରେଣ୍ଟ ଖାଇ ଦରମଲା ହୋଇ ପଡ଼ିରହିଛି ହେଲେ ଏଇ ସ୍ୱଳ୍ପ ସମୟର ବିପ୍ଳବ ମଧ୍ୟରେ ସେ ଅନ୍ୟ ଏକ ରୋଗୀକୁ ଅନୁପ୍ରାଣିତ କରିପାରିଛି ମୁକ, ବଧିର ହୋଇ ପଡି ରହିଥିବା ସେ ରୋଗୀଟି ଲଢେଇ କରିବାର ଆତ୍ମବିଶ୍ଵାସ ଫେରିପାଇଛି ଏବଂ ଶେଷରେ ହସ୍ପିଟାଲର ଝରକା ଭାଙ୍ଗି ସେଠାରୁ ଖସି ଯିବାରେ ସଫଳ ହୋଇଛି  

ବାର୍ତ୍ତା
ଫିଲ୍ମଟି କ୍ରିଟିକ ମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି ଏହାର କାରଣ ହେଲା, ଫିଲ୍ମ ଭିତରେ ଥିବା ବାର୍ତ୍ତା ଫିଲ୍ମଟି ଯଦିଓ ଏକ ମେଣ୍ଟାଲ ହସ୍ପିଟାଲ ଏହା ଭିତରର authority ରୋଗୀ ମାନଙ୍କ ମଧ୍ୟରେ ଚାଲିଥିବା ଦ୍ୱନ୍ଦ୍ୱକୁ ଦେଖାଇଛି, ହେଲେ ଏହାର ଆଉ ଏକ ବୃହତ ବାର୍ତ୍ତା ରହିଛି ହସ୍ପିଟାଲକୁ ଏଠି ଯେକୌଣସି ଏକ System ବା Institution ଭାବେ ଦେଖାଯାଇପାରିବ ଏମାନେ ସଦସ୍ୟ ମାନଙ୍କ ପାଇଁ ନୀତିନିୟମ ତିଆରି କରିଛନ୍ତି ସଦସ୍ୟ ମାନଙ୍କୁ ନିଜ ତିଆରି  ନୀତିନିୟମ ମାନିବାକୁ ବାଧ୍ୟ କରୁଛନ୍ତି ଯେକୌଣସି ବ୍ୟକ୍ତି ଯଦି ସିଷ୍ଟମ ପାଇଁ ଚ୍ୟାଲେଞ୍ଜ ହେଉଛି, ତାକୁ ଦଳି ଦିଆଯାଉଛି ସିଷ୍ଟମ ବିରୋଧରେ ଯିବା ଅସମ୍ଭବ ତଥାପି କିଛି ଲୋକ ନିଜ ସ୍ୱାଭିମାନ, ସ୍ୱାଧୀନତାକୁ ଜାହିର କରିବାକୁ ଚେଷ୍ଟା କରୁଛନ୍ତି ନିଜେ ସଫଳ ହୁଅନ୍ତୁ କି ନାହିଁ କିନ୍ତୁ ଅଗ୍ନି ସ୍ଫୁଲିଙ୍ଗ ଟିଏ ତିଆରି କରିଦେଇ ଯାଉଛନ୍ତି ଅନ୍ୟମାନଙ୍କ ପାଇଁ ଯାହା ପରବର୍ତ୍ତୀ ସମୟରେ ଆଲୋକ ଶିଖାଟିଏ ହେଉଛି ଅନ୍ୟ କାହା ପାଇଁ  

ଫିଲ୍ମର ନାମକରଣ: 
ଫିଲ୍ମର ଶୀର୍ଷକଟି ଗୋଟେ ପିଲାଙ୍କ କବିତାରୁ ନିଆଯାଇଛି କିଛି ଚଢେଇଙ୍କ ଉପରେ କବିତାଟି ଲେଖାଯାଇଛି ।

One flew east, One flew west, 
One flew over cuckoo's nest.

କୋଇଲି ବସା ଏଠି ହେଉଛି ସେ ମେଣ୍ଟାଲ ହସ୍ପିଟାଲ । ବୃହତ ଭାବେ ଦେଖିଲେ ଯେକୌଣସି System ବା Institution ବିରୋଧରେ ଯିବା ଏକ ପ୍ରକାରର ପାଗଳାମି । ଶେଷକୁ କଣ ହେବ ଜାଣି ସୁଦ୍ଧା, କିଛି ଲୋକ ଏ ପାଗଳାମି କରନ୍ତି । ନିଜେ ସଫଳ ହୁଅନ୍ତୁ କି ବିଫଳ, ଅନ୍ୟମାନଙ୍କ ପାଇଁ ଦିଗଦର୍ଶକ ହୁଅନ୍ତି ।

No comments:

Post a Comment