Tuesday 25 September 2018

ଫିଲ୍ମ ରିଭ୍ୟୁ - Some like it Hot



1959 ରେ ରିଲିଜ ହୋଇଥିଲା ଫିଲ୍ମଟି ଫିଲ୍ମଟି ବି ଆମ ପୂର୍ବ ଫିଲ୍ମ ଗୁଡିକ ଭଳି କଳାଧଳା (b&w) ଫିଲ୍ମ ଫିଲ୍ମଟି ତଥାପି ଭଲ ଲାଗିବ କାରଣ ଇଏ ଏକ କମେଡି ଫିଲ୍ମ ଫିଲ୍ମରେ ଅଛନ୍ତି ସେତେବେଳର ଚର୍ଚ୍ଚିତ ଅଭିନେତ୍ରୀ Marilyn Monroe. 


କାହାଣୀ  :
କାହାଣୀ ଆରମ୍ଭ ହୁଏ ଗୋଡ଼ାଗୋଡ଼ି ସିନ୍ ରୁ ଏକ ଶବ ବୁହା ଗାଡିକୁ ପୁଲିସ ଗାଡି ଅଚାନକ ଫଲୋ କରେ ପୁଲିସ ଫଲୋ କରୁଥିବାର ଦେଖି ଶବ ବୁହା କଫିନ ଗାଡିଟି ସ୍ପିଡ଼ ବଢାଏ ପୁଲିସ ଗାଡି ବି ଦ୍ରୁତ କରେ ନିଜ ସ୍ପିଡ଼ ଆଗେ ଆଗେ କଫିନ୍ ଗାଡି, ପଛେ ପଛେ ପୁଲିସ ଗାଡି ଏପଟରୁ ଗୁଳି ଛୁଟେ ସେପଟରୁ ବି ଗୁଳିମାଡ଼ ଆରମ୍ଭ ହୋଇଯାଏ  

ଗୋଡ଼ାଗୋଡ଼ି ହୋଇ, ଗୁଳିମାଡ଼ ଖାଇ କଫିନ୍ ବାଲା ଗାଡିଟି ଫାଇନାଲି ନିଜ ପାର୍କିଂ ଏରିଆରେ ପହଞ୍ଚିଯାଏ ଯଦିଓ ଗୁଳି କିଛି ବାଜି କଫିନରୁ ତରଳ ପଦାର୍ଥ ବୋହି ଚାଲିଥାଏ ଗାଡିରୁ ଓହ୍ଲାଇ କଫିନ୍ ବାକ୍ସ ଖୋଲିଲା ପରେ ଜଣାପଡେ ଯେ କିଛି ବୋତଲ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି  

କଫିନ୍ ବାକ୍ସରେ ଥିଲା ଗଦାଏ ମଦ ବୋତଲ
 
ହେଉଛିମଦ ବ୍ୟାନ” ର ସମୟ ନିତିଶ କୁମାର ବିହାରରେ ମଦ ବ୍ୟାନ୍ କଲା ପରି ସହରରେ ଲାଗିଥାଏ ମଦ ଉପରେ ରୋକ ବ୍ୟାନ୍ ର ସଦୁପଯୋଗ କରୁଥାନ୍ତି ସହରର ବଡ଼ ବଡ଼ ଡ଼ନ୍ ସେମାନଙ୍କ ଗ୍ୟାଙ୍ଗ୍ । 

ଫିଲ୍ମ ଆରମ୍ଭରେ ଦୌଡୁଥିବା ଏ କଫିନ ଗାଡିରେ ଶବ ଜାଗାରେ ଆସୁଥିଲା ଚୋରା ମଦ ଯାଇଥାନ୍ତା ଶୋକସଭା ଗୃହକୁ ହେଲେ ମଝିରେ ଖବର ପହଞ୍ଚିଗଲା ପୁଲିସ କାନରେ.. ଖବରି "ଦାନ୍ତଖୁଣ୍ଟା" ଚାର୍ଲି ଦ୍ୱାରା ଯେଉଁଥିପାଇଁ ଚାଲିଥିଲା ଏ ଗୋଡ଼ାଗୋଡ଼ି ଓ ଗୁଳିଫୁଟା  

କଫିନ ଗାଡି ଉପରେ ଆଟାକ୍ ପରେ ପୁଲିସର ନଜରରେ ଏବେ ଶୋକସଭା ଗୃହ ଅଚାନକ ଆସି ପୁଲିସ ଚଢ଼ାଉ କରିଛି "ରାମନାମ ସତ୍ୟ ହୈ" ନାମକ ଶୋକସଭା ଗୃହ ଉପରେ ବାହାରକୁ ଇଏ ଗୋଟେ ଶୋକସଭା ଗୃହ, ହେଲେ ଭିତରେ ଚାଲିଛି ନାଚ, ଗୀତ ମଦ ପିଆ ମଦ ନାଁ ବି ସେଠି କଫି ଭଳିଆ ସ୍କଚ୍ କଫି, କଳା କୁକୁର କଫି, ବୁଢା ସନ୍ନ୍ୟାସୀ କଫି, ବଣ କୁକୁଡ଼ା କଫି.. "ବଣ କୁକୁଡ଼ା" କଫି ମଗେଇଲେ ଦୁଇଟା କପ୍ ସହ ମଦ ବୋତଲଟିଏ ଆଣି ପହଞ୍ଚାଇଦେବ ପରିବେଷଣ କରୁଥିବା ବ୍ୟକ୍ତିଟି । ମାନିବାକୁ ପଡିବ ଏମାନଙ୍କ ଉର୍ବର ବୁଦ୍ଧିକୁ
 
ଶୋକସଭା ଗୃହ "ରାମନାମ ସତ୍ୟ ହୈ" ରେ ଅଚାନକ ପୁଲିସ ଚଢ଼ାଉ ପରେ bar ମାଲିକ ତଥା ଡନ୍ Spats Colombo ମଥା ଘୁରେଇ ଯାଇଛି ଖୋଜି ଖୋଜି ଧରିଛି ବିଭୀଷଣ "ଦାନ୍ତଖୁଣ୍ଟା" ଚାର୍ଲିକୁ ଦାନ୍ତଖୁଣ୍ଟାର କାମ ବଢ଼େଇଲା ବେଳେ bar ଦୁଇଜଣ ବାଦକ (Saxophone Double Bass ବଜେଇଲା ବାଲା) ଦେଖି ଦେଇଛନ୍ତି Spats ଦୁଇ ଜଣଙ୍କର  ଉପରକୁ ଯିବାପାଇଁ ଟିକଟ କାଟିବା ବ୍ୟବସ୍ଥା କରୁଥିଲା ବେଳେ ପହଂଚି ଯାଇଛି ପୁଲିସ ଦୁଇ ଜଣଙ୍କ ବ୍ୟବସ୍ଥା ଆଉ କେବେ କରିବା କହି Spats ନିଜ ଗ୍ୟାଙ୍ଗ ସହ କରିଛି ସେ ଜାଗାରୁ ପଳାୟନ
 
Saxophone Double Bass ବଜେଇଲା ବାଲା ବାଦକ ଦୁଇ ଜଣ ହେଲେ ଫିଲ୍ମର ହିରୋ Tony Curtis ଓ Jack Lemmon ଗ୍ୟାଙ୍ଗଷ୍ଟାର ମାନଙ୍କ କବଳରୁ ନିଜ ପ୍ରାଣ ବଞ୍ଚେଇବା ପାଇଁ ଦୁହେଁ ପରେ ନାରୀ ବେଶ ଧାରଣ କରିଛନ୍ତି ଓ ଶିକାଗୋ ଅଭିମୁଖେ ବାହାରିଥିବା ଏକ ନାରୀ ସଙ୍ଗୀତଜ୍ଞ ଦଳରେ ମିଶି ଯାଇଛନ୍ତି ଏଇ ସଙ୍ଗୀତଜ୍ଞ ଦଳ ବା ମ୍ୟୁଜିକାଲ୍ ବ୍ୟାଣ୍ଡରେ ଅଛି ଗାୟିକା ସୁଗାର୍ କେନ୍ (ଭୂମିକାରେ Marilyn Monroe) ସମସ୍ତେ ଟ୍ରେନରେ ଯାତ୍ରା କରିଛନ୍ତି ଶିକାଗୋ
 
ଫିଲ୍ମଟି ଏହାପରେ ଅନେକ ରୋଚକ ମୋଡ଼ ଦେଇ ଗତି କରିଛି । 

ଫିଲ୍ମଟି ଯଦିଓ କମେଡି ତେବେ ଅନେକ ଟ୍ଵିଷ୍ଟ ଅଛି ଫିଲ୍ମଟିରେ । ପ୍ରଥମରୁ ଶେଷ ପର୍ଯ୍ୟନ୍ତ screenplay ଓ dialogues ଏମିତି ଭାବରେ ଲେଖା ଯାଇଛି ଯେ ଦର୍ଶକ ଖାଲି ହସି ହସି ଗଡିବ । ଏହା ସହିତ ଅଭିନୟରେ ତିନି ମୁଖ୍ୟ କଳାକାର ଜବରଦସ୍ତ ଅଭିନୟ କରିଛନ୍ତି

No comments:

Post a Comment