Thursday 1 November 2018

A Separation - ଏକ ବିଚ୍ଛେଦ (ଫିଲ୍ମ ରିଭ୍ୟୁ)


ଇରାନ ଦେଶର ଦିନକୁଦିନ ବିଗିଡି ଯାଉଥିବା ଅବସ୍ଥା ମଧ୍ୟରେ ଏକ ମଧ୍ୟବୟସ୍କ ଦମ୍ପତ୍ତି ବିବାହ ବିଚ୍ଛେଦ ପାଇଁ କୋର୍ଟରେ ଆବେଦନ କରିଛନ୍ତି । ଏହାକୁ ନେଇ A Separation ର କାହାଣୀ ଆରମ୍ଭ ହୋଇଛି  


ସ୍ୱାମୀ ସ୍ତ୍ରୀ ଦୁହେଁ ମଧ୍ୟବିତ୍ତ ପରିବାରର ସ୍ୱାମୀଙ୍କ ନାଁ ନାଦେର (Nader) ସ୍ତ୍ରୀ ସିମିନ (Simin) ଦୁହେଁ କର୍ମଜୀବି ଉଚ୍ଚଶିକ୍ଷିତ ଦୁହିଁଙ୍କର ଏଗାର ବର୍ଷର ଝିଅଟିଏ, Termeh । 
 
ଇରାନର ସାମ୍ପ୍ରତିକ ଅବସ୍ଥା ଦେଖି ସିମିନ ଦେଶ ଛାଡି ନିଜ ପରିବାର ସହ ଅନ୍ୟ ଦେଶରେ ଯାଇ ରହିବାକୁ ଚାହୁଁଛନ୍ତି ଘରେ ଆଲଜମେର (Alzheimer's disease) ରୋଗରେ ପୀଡିତ ନାଦେରଙ୍କ ବୃଦ୍ଧ ବାପା ଦୈନନ୍ଦିନ କାମ ନିଜେ କରିବାକୁ ଅକ୍ଷମ ରୋଗରେ ପଡି ସ୍ମରଣ ଶକ୍ତି ହରେଇ ସାରିଛନ୍ତି ବାପାଙ୍କୁ ଏପରି ଅବସ୍ଥାରେ ଛାଡି ବାହାର ଦେଶରେ ଯାଇ ରହିବାକୁ ନାଦେର ଅମଙ୍ଗ    

ସିମିନ ଡିଭୋର୍ସ ପାଇଁ ଫାମିଲି କୋର୍ଟରେ ଆବେଦନ କରିଛନ୍ତି । ନାଦେର କିନ୍ତୁ ଡିଭୋର୍ସ ଦେବାକୁ ଚାହୁଁନାହାନ୍ତି ଝିଅ ବାପାକୁ ଛାଡିବାକୁ ନାରାଜ ଏମିତି ପରିସ୍ଥିତିରେ କୋର୍ଟ ସିମିନଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଦେଇଛି ।
ସିମିନ ରାଗରେ ନିଜ ବାପଘରକୁ ଚାଲି ଯାଇଛନ୍ତି ବୃଦ୍ଧ ଅସୁସ୍ଥ ବାପାଙ୍କ ଦେଖାରଖା ପାଇଁ ଏବେ ଜଣେ ଲୋକ ଦରକାର ଜଣେ ଚାକରାଣୀ ଘରକାମ ତଥା ବୃଦ୍ଧଙ୍କ ଦେଖାରଖା ପାଇଁ ରାଜି ହୋଇଛି । 
 
ଆଗକୁ ପରିସ୍ଥିତି ଯେକୌଣସି ମଧ୍ୟବିତ୍ତ ପରିବାରର କାହାଣୀ ପରି ବଢିଛି ମଧ୍ୟବିତ୍ତ ପରିବାରରେ ଗୋଟେ କଥା ଦେଖିବାକୁ ମିଳେ ଲୋକଙ୍କର ଆର୍ଥିକ ଅବସ୍ଥା ଯେମିତି ବି ଥାଉ, ସେମାନଙ୍କ ମୋରାଲ ଦିଗଟି ସାଧାରଣତଃ ବହୁତ ଉଚ୍ଚ ଥାଏ ବୋଧେ ଏଇଟା ସବୁ ଦେଶ ପାଇଁ ସମାନ କାହାଣୀ କିଛି ନାଟକୀୟ ମୋଡ଼ ନେଇଛି ହେଲେ ଏସବୁ ଭିତରେ ବାପା-ଝିଅ, ସ୍ୱାମୀ-ସ୍ତ୍ରୀ, ସମ୍ପର୍କ ଗୁଡିକ ଅତି ସୁନ୍ଦର ଭାବରେ ଦେଖାଯାଇଛି । 

ଫିଲ୍ମଟିର ନିର୍ଦ୍ଦେଶନା ଦିଗଟି ଏତେ ଉଚ୍ଚକୋଟିର ହୋଇଛି ଯେ, ଦର୍ଶକ ଫିଲ୍ମର ସବୁ ଚରିତ୍ର ମାନଙ୍କ ସହ ପୁରା ବାନ୍ଧି ହୋଇଯିବ ଫିଲ୍ମ ସରିଲା ବେଳକୁ ଦର୍ଶକ ନିଜେ କେତେବେଳେ ସେ କାହାଣୀର ଅଂଶ ହୋଇଯାଇଥିବ, ନିଜେ ଜାଣିପାରି ନଥିବ ବୋଧେ ସେଥିପାଇଁ ଶେଷ ଦୃଶ୍ୟରେ କୋର୍ଟ ଆଗରେ ଝିଅ ବାପା ପାଖରେ ରହିବ କି ମା ପାଖରେ ରହିବ, ଜଣାଇବା ପାଇଁ ଅନ୍ତିମ ନିଷ୍ପତ୍ତିକୁ ଦର୍ଶକ ଉପରେ ଛାଡି ଦେଇଛନ୍ତି ନିର୍ଦ୍ଦେଶକ ଚରିତ୍ର ଗୁଡାକ ଦର୍ଶକକୁ କେତେ ମାତ୍ରାରେ ନିଜ ସପକ୍ଷରେ ଟାଣି ପାରିଛି, ତାହାକୁ ନେଇ ବୋଧହୁଏ ଦର୍ଶକ ନିଜ ଅନ୍ତିମ ନିଷ୍ପତ୍ତି ନିଜେ ନେବ

No comments:

Post a Comment