Tuesday 28 August 2018

Taxi Driver - ଟ୍ୟାକ୍ସି ଡ୍ରାଇଭର

ରାତ୍ରିର ରଙ୍ଗୀନ ସହର ସାକ୍ସୋଫୋନର ସ୍ୱର ରାସ୍ତାରେ ଚାଲିଛି ଟାକ୍ସି..



Taxi Driver ଫିଲ୍ମ ଦେଖିବା ପୂର୍ବରୁ ଭାବୁଥିଲି Transporter ଫିଲ୍ମ ଭଳି କିଛି ଗୋଟେ ଧୁମଧଡକ ବାଲା ଫିଲ୍ମଟିଏ ହୋଇଥିବ ବୋଧେ ହେଲେ ଅନେଇ ଅନେଇ ପୁରା ଫିଲ୍ମ ସରିଗଲା 26 ବର୍ଷର ଟୋକାଟିଏ ଭିଏତନାମ ଯୁଦ୍ଧରେ ଭାଗ ନେଇ ସାରି ଅବସର ନେଇଛି । ନିଜ ଏକୁଟିଆ ପଣ ନିଦ୍ରାହୀନତାକୁ କାଟିବା ପାଇଁ ଟ୍ୟାକ୍ସି ଚଲାଇବାକୁ ବେଉସା ରୂପେ ଧରିଛି ନିଝୁମ ରାତିରେ ରାସ୍ତାକଡ଼ ଦୋକାନ ବଜାରର ଝିଲିମିଲି ଆଲୁଅ ଭିତରେ ଚାଲିଛି ତା ଟ୍ୟାକ୍ସି ନିଜର ନୀତିଦିନର କାର୍ଯ୍ୟକୁ ରୁମକୁ ଆସି ଡାଏରୀରେ ଲେଖୁଛି ସେମିତି କିଛି ଲକ୍ଷ୍ୟ ନାହିଁ, ସାଥି ପରିଚିତ ବି ନାହାଁନ୍ତି ଗାଡି ଚଲାଅ, ସମୟ କାଟ ତଥାପି ଯଦି ସମୟ କଟୁନି, ତାହେଲେ ସିନେମା ନହେଲେ ଟିଭି ଦେଖ
ମଝିରେ ଗୋଟେ ଝିଅକୁ ଦେଖି ତା ପ୍ରତି ଆକର୍ଷଣ ବଢିଛି ଯୁବକଟିର କଥାବାର୍ତ୍ତା ଆରମ୍ଭ କରିଛି ଚା ପିଆ, ଜଳଖିଆ ଖିଆ, ଫିଲ୍ମ ଦେଖା ପରେ ସେ ସମ୍ପର୍କ ବେଶୀ ବାଟ ଆଉ ଯାଇନି ସ୍ୱଳ୍ପ ସମୟର ସମ୍ପର୍କ ମଧ୍ୟରେ ଝିଅଟି ଠାରୁ ଅନୁପ୍ରାଣିତ ହୋଇ ରାଷ୍ଟ୍ରପତି ପଦ ପାଇଁ ଲଢ଼ୁଥିବା ପ୍ରାର୍ଥୀଙ୍କ ସମ୍ପର୍କରେ ଆଗ୍ରହ ଦେଖାଇଛି ପ୍ରାର୍ଥୀଙ୍କ ଭାଷଣ ଶୁଣିଛି, ପ୍ରଚାର ସଭାରେ ଯାଇ ବସିଛି ସେ କାମ ବି କିଛି ଆଗକୁ ବଢିନି  
ରାତ୍ରିର ସହରରେ ଅସାମାଜିକ ଲୋକଙ୍କ ବେଶୀ ଚଳାଚଳ ଟ୍ୟାକ୍ସି ଡ୍ରାଇଭର ଭେଟିଛି ଗୋଟେ 12 ବର୍ଷୀୟ ଝିଅକୁ ଯାହାକୁ ଜବରଦସ୍ତି ଆଣି ବେଶ୍ୟାବୃତ୍ତିରେ ଲଗାଯାଉଛି ନିଜ ଆଡୁ ଝିଅଟିକୁ ରକ୍ଷା କରିବାକୁ ଆଗ୍ରହ ଦେଖାଇଛି ସେ ବନ୍ଧୁକ କିଣିକି ଆଣିଛି, ରୀତିମତ ବ୍ୟାୟାମ କରିଛି, ନେତାଙ୍କ ପ୍ରାଇଭେଟ ସିକ୍ୟୁରିଟି ମାନଙ୍କୁ ଯାଇ ନିକଟରୁ ଭେଟିଛି ଶେଷରେ ଆରମ୍ଭ କରିଛି ଉଦ୍ଧାର ଅଭିଯାନ ଦଲାଲ ମାନଙ୍କୁ ଗୁଳି କରିଛି, ନିଜେ ବି ଗୁଳି ଖାଇଛି କୋମାରେ ପଡିଛି କିଛି ଦିନ ପରେ ସୁସ୍ଥ ହୋଇ ଫେରିଛି ଝିଅଟିର ବାପା ଚିଠି ଲେଖି ଧନ୍ୟବାଦ ଜଣାଇଛି ତାକୁ ତା ଯୋଗୁ ଝିଅ ନୂଆ ଜୀବନ ପାଇଲା ସେମାନେ ନିଜ ଝିଅକୁ ଫେରି ପାଇଲେ ଆଞ୍ଚଳିକ ଖବରକାଗଜ ମଧ୍ୟ ଟ୍ୟାକ୍ସି ଡ୍ରାଇଭରକୁ ପ୍ରଶଂସା କରି ଖବର ଛାପିଛନ୍ତି ତାପରେ.. 
ତା ପରେ ପୁଣି ରାତ୍ରୀର ସହର, ଝିଲିମିଲି ଆଲୋକ, ସାକ୍ସଫୋନର ସ୍ୱର, ହଳଦିଆ ଟ୍ୟାକ୍ସି ଚାଲିଛି.. 
ଦେଖିବାକୁ ଗଲେ ଫିଲ୍ମଟିରେ ସେମିତି କିଛି ନାହିଁ ସାଧାସିଧା କାହାଣୀ ନା ସସପେନ୍ସ ନା ରୋମାନ୍ସ ଲକ୍ଷ୍ୟହୀନ ଯୁବକଟିଏର ଗାଡି ଚଲା Robert De Niro ଟ୍ୟାକ୍ସି ଚାଳକ ଭୂମିକାରେ । 
ଫିଲ୍ମକୁ ସାହିତ୍ୟିକଙ୍କ ଭଳି ବ୍ୟାଖ୍ୟା କଲେ ଅନେକ କଥା ବାହାରିବ ହେଲେ ସେସବୁ ଦର୍ଶକ ନିଜେ କରନ୍ତୁ ମୋତେ ମୋଟାମୋଟି ଯାହା ଭଲ ଲାଗିଲା, ତାହା ହେଉଛି ଗାଡି ଚଲା କୌଣସି ଏକ ଡ୍ରିମ ସିକ୍ୟୁଏନ୍ସ ଠାରୁ କମ ନୁହେଁ ଯେମିତି ଟାଇଟାନିକ ଫିଲ୍ମରେ ସେ ବଡ଼ ବୋଇତଟି ଚାଲିଥିଲା ବିଶାଳ ଜଳରାଶିରେ..

No comments:

Post a Comment