Thursday 30 August 2018

Driving Miss Daisy - ଡ୍ରାଇଭିଂ ମିସ୍ ଡେଜି

ଫିଲ୍ମର ନାଁ ଓ କଭର୍ ଫୋଟୋକୁ ଦେଖିଲେ ଯାହା କିଛି ଅନୁମାନ କରିହେଉଛି, ଫିଲ୍ମଟି ବି ଉଣା ଅଧିକେ ସେମିତି ହୋଇଛି  ଜଣେ ବୟସ୍କା ମହିଳା ମିସ୍ ଡେଜି (Daisy) ତାଙ୍କ କାର ଡ୍ରାଇଭର ହୋକ୍ (Hoke) ଙ୍କୁ ନେଇ ଏ ଫିଲ୍ମର କାହାଣୀ ଦେଢ଼ ଘଣ୍ଟାର ଛୋଟ ଫିଲ୍ମଟିଏ କିନ୍ତୁ ବହୁତ ସୁନ୍ଦର


ମିସ୍ ଡେଜି ଜଣେ 72 ବର୍ଷୀୟା ବୟସ୍କା ବିଧବା ମହିଳା ଯଦିଓ ସେ ଧନୀ ତଥାପି ନିଜକୁ ଧନୀ ବୋଲି ଦେଖେଇ ହେବାକୁ ଭଲ ପାଆନ୍ତିନି । ଆଗରୁ ସ୍କୁଲ ଟିଚର୍ ଥିଲେ ଏବେ ରିଟାୟାର୍ଡ଼ ଘରେ ଏକା ରୁହନ୍ତି ରୋଷେଇବାସ ତଥା ଦେଖାଶୁଣା କରିବାକୁ ଘରେ ଜଣେ କୃଷ୍ଣକାୟ ମହିଳା ଅଛନ୍ତି ନାଁ ତାଙ୍କର ଇଡେଲା ମିସ୍ ଡେଜିଙ୍କର 40/42 ବର୍ଷର ପୁଅଟିଏ ବୁଲି (Boolie) ଶିଳ୍ପପତି | କପଡା ମିଲ୍ ର ମାଲିକ । ସେ ବି ସେହି ଏକା ସହରରେ ରୁହନ୍ତି  ଦେଖାଶୁଣା କରିବାକୁ କିମ୍ବା ଦରକାର ପଡିଲେ ମା’ଙ୍କ ପାଖକୁ ପ୍ରାୟ ସମୟରେ ଆସନ୍ତି

ମିସ୍ ଡେଜି ଟିକେ ଚିଡିଚିଡ଼ା ସ୍ୱଭାବର  କାହା ଉପରେ ଡିପେଣ୍ଡ ନ ହୋଇ  ସ୍ୱାଧୀନ ଭାବେ ନିଜ କାମ କରିବାକୁ ପସନ୍ଦ କରନ୍ତି ।
  
ଦିନେ ସକାଳୁ ମାର୍କେଟ ଯିବା ପାଇଁ ନିଜ ନୂଆ କାର ବାହାର କରୁ କରୁ ପଡୋଶୀ ଘର ଗାର୍ଡେନ ଭିତରେ ପଶେଇ ଦେଇଛନ୍ତି । କାର ଟିକେ damage ହୋଇଛି । ଇନ୍ସ୍ୟୁରାନ୍ସ କମ୍ପାନୀ ଡ୍ୟାମେଜ ପାଇଁ କ୍ଷତିପୂରଣ ଦେବାକୁ ମନା କରିଛି । ପୁଅ Boolie ସ୍ଥିର କରିଛନ୍ତି, ମାଆଙ୍କ ପାଇଁ ଜଣେ ଡ୍ରାଇଭର ରଖିବେ । 

ମିସ୍ ଡେଜି କିନ୍ତୁ ଡ୍ରାଇଭର ରଖିବାକୁ ଇଛୁକ ନୁହଁନ୍ତି । ପୁଅ ବାଧ୍ୟକରି ଜଣେ କାର ଡ୍ରାଇଭରଙ୍କୁ ନିଯୁକ୍ତ କରିଛନ୍ତି । ଡ୍ରାଇଭରଙ୍କ ନାଁ ହୋକ୍ । ଭୂମିକାରେ Morgan Freeman। ହୋକ୍ ମିଷ୍ଟଭାଷୀ ତଥା ପଜିଟିଭ ସ୍ୱଭାବର ପ୍ରଥମେ ହୋକଙ୍କୁ ନାପସନ୍ଦ କରୁଥିବା ଡ୍ରାଇଭର ଭାବେ ରଖିବାକୁ ଅନିଛୁକ ଥିବା ମିସ୍ ଡେଜି ଧୀରେ ଧୀରେ ପରିବର୍ତ୍ତିତ ହୋଇଛନ୍ତି । ଶେଷରେ Hoke ଙ୍କୁ ନିଜ ସାଙ୍ଗ ଭାବରେ ଦେଖିଛନ୍ତି । 

ସାଧାସିଧା କାହାଣୀଟିଏ ମୁଖ୍ୟତଃ ମିସ୍ ଡେଜି ଓ ହୋକ୍ ଙ୍କ ଉପରେ କେନ୍ଦ୍ରୀଭୂତ । ବର୍ଣ୍ଣବୈଷମ୍ୟ, ଧନୀ ଗରିବ ଆଦି ସାମାଜିକ ତାରତମ୍ୟ ମଧ୍ୟରେ ବି ଦୁଇ ଅଲଗା ମଣିଷଙ୍କ ଭିତରେ ଥିବା ଭାବାତ୍ମକ ସମ୍ପର୍କକୁ ଫିଲ୍ମରେ ଅତି ସୁନ୍ଦର ଭାବେ ଦର୍ଶାଯାଇଛି । ହୋକ୍ ଙ୍କ smooth driving ପରି ଫିଲ୍ମ ବି ଗଡି ଚାଲିଛି ବିନା ଧକଡ଼ ଚକଡ଼ରେ । ଅଭିନୟରେ ଦୁଇ ବରିଷ୍ଠ ଅଭିନେତା । Morgan Freeman ଙ୍କ ବାବଦରେ କିଛି କହିବା ଦରକାର ନାହିଁ ସମ୍ମାନସ୍ପଦ କଳାକାର ଜଣେ ଚକିତ କରିଛନ୍ତି କିନ୍ତୁ ମିସ୍ ଡେଜି ଭୂମିକାରେ ଅଭିନୟ କରିଥିବା 81 ବର୍ଷୀୟ ମହିଳା Jessica Tandy. ଫିଲ୍ମ ପାଇଁ ସେ 1990 ରେ Best Actress ଓସ୍କାର ଆୱାର୍ଡ ପାଇଥିଲେ Best Actress ପୁରସ୍କାର ପାଇବାରେ ସେ ହେଉଛନ୍ତି ଇତିହାସରେ ସବୁଠାରୁ ବୟସ୍କା ମହିଳା । 

ଏ ଦୁଇ ଚରିତ୍ରଙ୍କ ଅଭିନୟରେ ଫିଲ୍ମଟି feel good ର ଅନୁଭୂତି ଦେଇ ଆଗେଇ ଚାଲିଛି । ଶେଷ ଦୃଶ୍ୟଟି ଅତି ଚମତ୍କାର ହୋଇଛି । ଫିଲ୍ମ ସରିଲା ବେଳକୁ ଦର୍ଶକ ମିଳନ ବିଚ୍ଛେଦର ଗୋଟେ ଫେଣ୍ଟାଫେଣ୍ଟି ଅନୁଭୂତି ନେଇ ଫେରିବ ।
***

2 comments:

  1. ଭାବିନଥିଲି ଏଇ ସିନେମା ଟା ବି ଦେବେ... ବହୁତ ଖୁସି ଲଗିଲା ଯେହେତୁ ଏଇଟା ବି ମୋର ଗୋଟେ ପ୍ରିୟ ସିନେମା

    ReplyDelete
    Replies
    1. ଧନ୍ୟବାଦ । ମୋତେ ବହୁତ ଭଲ ଲାଗିଥିଲା ଫିଲ୍ମଟି । ଅନ୍ୟମାନଙ୍କୁ କେମିତି ଲାଗିଥିବ ବୋଲି ସନ୍ଦେହରେ ଥିଲି । ଆପଣଙ୍କ କମେଣ୍ଟ୍ ଦେଖି ଖୁସି ଲାଗିଲା ।

      Delete