Saturday 25 August 2018

To Kill a Mockingbird - ଫିଲ୍ମ ରିଭିୟୁ

ପୁଣିଥରେ ଆଉ ଗୋଟେ କଳାଧଳା ଫିଲ୍ମ To Kill a Mockingbird. 1962 ମସିହାରେ ରିଲିଜ ହୋଇଥିଲା ଫିଲ୍ମଟି Harper Lee ଙ୍କ ଲୋକପ୍ରିୟ ଉପନ୍ୟାସ To Kill a Mockingbird କାହାଣୀକୁ ନେଇ ନିର୍ମିତ ଫିଲ୍ମଟି 1960 ରେ ପ୍ରକାଶିତ ହୋଇଥିଲା ବହି ଏହାର ଦୁଇ ବର୍ଷ ପରେ ବାହାରିଥିଲା ଫିଲ୍ମ ଫିଲ୍ମଟି ଆଶାନୁରୂପ ଭାବେ ବହୁତ ଲୋକପ୍ରିୟ ହେବା ସହ କ୍ରିଟିକଙ୍କ ଦ୍ୱାରା ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲା ଏ ଫିଲ୍ମକୁ ମୁଁ Top 20 ଲିଷ୍ଟରେ ରଖିବାର ଅନେକ କାରଣ ଅଛି କାହାଣୀ, ଅଭିନୟ, ନିର୍ଦ୍ଦେଶନା.. ସବୁ କିଛି ଉଚ୍ଚକୋଟିର, ଫିଲ୍ମଟିରେ । 


ପୁରା କାହାଣୀ ଗୋଟେ ପରିବାର ଉପରେ କେନ୍ଦ୍ରୀଭୂତ, ଯେଉଁଠି ରୁହନ୍ତି ଆଇନଜିବୀ ଆଟିକସ୍ ଫିଞ୍ଚ୍ (ଭୂମିକାରେ Gregory Peck) ତାଙ୍କ ଛଅ ବର୍ଷର ଝିଅ ସ୍କାଉଟ ଆଠ ବର୍ଷର ପୁଅ ଜେମ୍ ଝିଅ ଦୁଇ ବର୍ଷର ହୋଇଥିବା ବେଳେ ପତ୍ନୀଙ୍କର ବିୟୋଗ ଘଟିଛି ଆଟିକସ୍ ଏକ ଛୋଟ ଟାଉନରେ ରହନ୍ତି କାହାଣୀଟି 1930 ମସିହାର ପୃଷ୍ଠଭୂମିରେ ନିର୍ମିତ, ଯେତେବେଳେ ସମାଜରେ ବର୍ଣ୍ଣଭେଦ ଏକ ମୁଖ୍ୟ ସମସ୍ୟା ଥିଲା । 
 
ଫିଲ୍ମଟିର ଏମିତି ନାମକରଣ କାହିଁକ?
Mockingbird ଗୋଟେ ଛୋଟ ଗୀତ ଗାଉଥିବା ଚଢେଇ, ଯାହାକୁ ଫିଲ୍ମରେ ସାଙ୍କେତିକ ଭାବେ ବ୍ୟବହାର କରାଯାଇଛି ଚଢେଇକୁ ମାରିବା ପାପ ବୋଲି କୁହାଯାଏ, ଯେହେତୁ ଛୋଟ ଚଢେଇଟି କାହାର କ୍ଷତି କରେନି । ପୁରା କାହାଣୀରେ ଆଟିକସ୍ ଙ୍କ ଦୁଇ ଛୋଟ ପିଲାଙ୍କ କଥାବାର୍ତ୍ତା, ଚପଳାମୀ, innocence ହିଁ ମୁଖ୍ୟ ବିଷୟ ପାଲଟିଛି ଏପଟେ ପିଲାଙ୍କ simple ଦୁନିଆ ସେପଟେ ସମାନ୍ତରାଳ ଭାବେ ବଡ଼ ଲୋକଙ୍କ complex ଦୁନିଆ ଦୁଇ ଦୁନିଆ ମଝିରେ ପିତାର ଭୂମିକା ନେଇ ଅଛନ୍ତି ଆଟିକସ୍ । ଜଣେ ଭଲ ମଣିଷ, ଆଇନଜୀବୀ ଓ ଦୁଇ ବଢୁଥିବା ପିଲାଙ୍କ ବାପା । ଅଭିନେତା Gregory Peck ଆଟିକସ୍ ଭୂମିକାକୁ ଅତି ସୁନ୍ଦର ଭାବେ ପରଦାରେ ଫୁଟେଇଛନ୍ତି । ଶ୍ରେଷ୍ଠ ଅଭିନେତା ଭାବେ ଏକାଡେମୀ ପୁରସ୍କାର ମିଳିଥିଲା Peck ଙ୍କୁ ଏ ଫିଲ୍ମ ପାଇଁ  । Peck ଙ୍କ ସହ ଦୁଇ ଶିଶୁ କଳାକାର ଭାବେ ସ୍କାଉଟ ଓ ଜେମ୍ ଚମତ୍କାର ଅଭିନୟ କରିଛନ୍ତି । ଦୁଇ ଶିଶୁ କଳାକାରଙ୍କ ଏ ଥିଲା ପ୍ରଥମ ଫିଲ୍ମ । ପିଲାଙ୍କ ଚପଳାମୀ ଓ ସରଳତା ହେଉଛି ଏ ଫିଲ୍ମର mockingbird, ଯାହାକୁ ବାହାରର ଜଟିଳ ଦୁନିଆ ମଧ୍ୟରେ ଅକ୍ଷୁର୍ଣ୍ଣ, ଅତୁଟ ରଖିବାକୁ ଚେଷ୍ଟା କରୁଛନ୍ତି ବାପା ଆଟିକସ୍ ।

କାହାଣୀ:
ଜଣେ ନିଗ୍ରୋ ଲୋକ ଶ୍ବେତାଙ୍ଗୀ ମହିଳାଙ୍କୁ ବଳାତ୍କାର କରିବାର ମିଛ ଅଭିଯୋଗରେ ଗିରଫ ହୋଇଛି । କୋର୍ଟ ଫାଇନାଲ ନିଷ୍ପତ୍ତି ନେବାକୁ ମାମଲାଟିକୁ ଜୁରୀ ପାଖକୁ ପଠାଇଛି । କୋର୍ଟରେ ସେ ନିଗ୍ରୋ ବ୍ୟକ୍ତିକୁ ଡିଫେଣ୍ଡ କରିବାର ଦାୟିତ୍ୱ ନେଇଛନ୍ତି ଆଟିକସ୍ । ଏ ସମୟ 1930 ମସିହାର । ସମାଜ ଏଠି ବି prejudice ର ଶିକାର । ଜଣେ ଶ୍ବେତାଙ୍ଗୀ ମହିଳାଙ୍କୁ ବଳାତ୍କାର କରିଥିବା ନିଗ୍ରୋ ଲୋକକୁ ଡିଫେଣ୍ଡ କରିବାର ନିଷ୍ପତ୍ତିକୁ ଅନେକ ସହଜରେ ଗ୍ରହଣ କରିପାରି ନାହାନ୍ତି । ଗୋଟେ ପଟେ ପିଲାଙ୍କ ଦୁନିଆ ଓ ଆର ପଟେ ଏ କୋର୍ଟ କାହାଣୀକୁ ନେଇ ଫିଲ୍ମଟି ଆଗକୁ ବଢୁଛି । 

ଦୁଇ ତିନୋଟି ଦୃଶ୍ୟ ଏତେ ମାର୍ମିକ ହୋଇଛି ଯେ ଦର୍ଶକ ଭାବପ୍ରବଣ ହୋଇଯିବ । ବିଶେଷ କରି କୋର୍ଟ ରୁମରେ ଆଟିକସଙ୍କ ସମ୍ମାନରେ କୃଷ୍ଣକାୟ ବ୍ୟକ୍ତିମାନଙ୍କ ଛିଡା ହେବାର ଦୃଶ୍ୟ । ଆଟିକସ୍ କୋର୍ଟ ରୁମରୁ ବାହାରିଲା ବେଳେ ଜଣେ ବୟସ୍କ ଲୋକ ଆଟିକସଙ୍କ ଝିଅକୁ ଛିଡାହେବା ପାଇଁ ଅନୁରୋଧ କରୁଛି, 
"Miss Jean Louise, Stand up. Your father is passing. "  


No comments:

Post a Comment