Sunday 26 August 2018

Psycho - ସାଇକୋ

ଦୁଇ ଦୁଇଟି କଳାଧଳା ଫିଲ୍ମ (12 Angry Men, To kill a Mockingbird) ପରେ ଭାବିଲି ଗୋଟେ ରଙ୍ଗୀନ ଫିଲ୍ମକୁ ସ୍ଥାନ ଦେବା ଏଥର, ଧାରା ବଦଳାଇବା ପାଇଁ । ଆଜିର ଫିଲ୍ମଟି Crime, Suspense ଓ Thriller genre ର । ଦୁଇଟି ଫିଲ୍ମ ମନକୁ ଆସିଲା - The silence of the Lambs ଓ Psycho. ଦୁଇଟା ଯାକ ଫିଲ୍ମ ବହୁତ ଉଚ୍ଚକୋଟୀର । କେହି କାହାଠାରୁ କମ ନୁହଁନ୍ତି । ହେଲେ ଏ ଦୁଇ ଫିଲ୍ମ ଭିତରୁ ଗୋଟାଏ ଫିଲ୍ମ ବାଛିଲା ବେଳେ Psycho ହିଁ ଭାରି ପଡିଲା "ମେଣ୍ଢାଛୁଆର ନୀରବତା" ଉପରେ । ଖାଲି horror କୁ ଯଦି କ୍ରାଇଟେରିଆ ରଖିଥାନ୍ତି, ତେବେ ବୋଧେ ଡାକ୍ତର ହାନିବାଲ (Silence of the lambs) ଚରିତ୍ର ନର୍ମାନ ବେଟ୍ସ (Psycho) ଉପରେ ଭାରି ପଡିଥାନ୍ତା । 

ତେଣୁ ପୁଣିଥରେ ଏକ କଳାଧଳା ଫିଲ୍ମ - Psycho (ସାଇକୋ)

1960 ମସିହାରେ ରିଲିଜ ହୋଇଥିଲା Psycho. ଏଇ genre ର ଫିଲ୍ମ ଗୁଡିକରେ ଖଳନାୟକ ହିଁ ମୁଖ୍ୟ ଚରିତ୍ର ଥାଏ ।  Psychoର ଖଳନାୟକ Norman Bates. ଦେଖିବାକୁ ଗଲେ ଚରିତ୍ରଟି ସେମିତି କିଛି ଭିନ୍ନ ଧରଣର ନୁହେଁ । ଅନେକ ଗୁଡ଼ାଏ ଏଇ ଧରଣର ଫିଲ୍ମ ତଥା ବହିରେ ଖଳନାୟକକୁ ପ୍ରାୟ ଏହିପରି ଦେଖାଯାଇଥାଏ । 
ମୁଁ ଏଇଠି ଟିକେ ରହିଯାଏ । ଯେକୌଣସି Suspense Thriller ଫିଲ୍ମରେ କାହାଣୀ କି ଚରିତ୍ର ମାନଙ୍କ ବିଷୟରେ କିଛି ବି ଲେଖିବା ଅର୍ଥ, suspense ଉପରୁ ପରଦା ଉଠେଇବା । ଚରିତ୍ର ମାନଙ୍କ ବିଷୟରେ କିମ୍ବା କାହାଣୀ ଉପରେ ଏଇଠି ବ୍ରେକ ଦେଲି । 
ଫିଲ୍ମଟିକୁ Top 20 ରେ ରଖିବାର ଅନେକ କାରଣ ରହିଛି । ତେବେ ସବୁଠୁ ବଡ଼ କାରଣ ମୋତେ ଯାହା ଲାଗିଲା ତାହା ହେଲା, କୌଣସି crime ଦୃଶ୍ୟକୁ ଏଠି ଆଜିକାଲିର ସ୍ପେସିଆଲ ଇଫେକ୍ଟସ ଦିଆଗଲା ଭଳି ତିଆରି କରାଯାଇନାହିଁ । Gory କିମ୍ବା disturbing scene ବି ସେମିତି କିଛି ନାହିଁ ପରଦା ଉପରେ । ତେବେ ଦର୍ଶକ ଯାହା ବି ଦେଖିବ, ସେସବୁ ରୂପେଲି ପରଦାରେ ନୁହେଁ ବରଂ ନିଜ କଳ୍ପନାରେ । କଳାଧଳା ଫିଲ୍ମରେ ଏମିତିରେ ଅନେକ ଲିମିଟେସନ ଥାଏ । ରକ୍ତର ରଙ୍ଗ ବି କଳା ଏଠି । ବିନା ରଙ୍ଗରେ ଭୟ ସୃଷ୍ଟିକାରୀ ଦୃଶ୍ୟ କରିବା ଗୋଟେ ରକମ ଅସମ୍ଭବ । ତଥାପି ସେସବୁକୁ ପଛରେ ପକାଇ ଫିଲ୍ମଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସସପେନ୍ସକୁ ଧରି ରଖିଛି । 
ସେତେବେଳେ ଫିଲ୍ମଟିରେ ଅଶ୍ଳୀଳତା ବା ନଗ୍ନତାକୁ ନେଇ ଚର୍ଚ୍ଚା ହୋଇଥିଲା । ହେଲେ ଦେଖିବାକୁ ଗଲେ ସେମିତି କିଛି ଦୃଶ୍ୟ କ୍ୟାମେରା ତୋଳିନି । ଯାହାବି ଦର୍ଶକ ଦେଖିବ ସେସବୁ ନିଜ କଳ୍ପନା ଚକ୍ଷୁରେ । ଗୋଟେ ଦୃଶ୍ୟ ଯାହା ଏ ଫିଲ୍ମକୁ ଏପିକ ସ୍ତରକୁ ନେଇଛି, ତାହା ହେଉଛି ବହୁଚର୍ଚ୍ଚିତ Shower Scene । ନିର୍ଦ୍ଦେଶନା କାହାକୁ କୁହାଯାଏ, ଏ ଦୃଶ୍ୟ ହେଉଛି ତାହାର ଜ୍ୱଳନ୍ତ ଉଦାହରଣ । ଏଇଠି ଟିକେ ଟୋପି ଖୋଲିଦେବା ଫିଲ୍ମର ନିର୍ଦ୍ଦେଶକ Alfred Hitchcock ଙ୍କ ପାଇଁ । କେହି ଜଣେ ଲେଖିଥିଲେ, Psycho ଫିଲ୍ମ ଦ୍ୱାରା Hitchcock ଏ crime, suspense ଧାରାର ଫିଲ୍ମକୁ ଏକ ସମ୍ମାନସ୍ପଦ ସ୍ଥାନରେ ଆଣି ପହଞ୍ଚାଇଥିଲେ । ଆଗରୁ ଏ ଟାଇପର ଫିଲ୍ମକୁ B grade ଫିଲ୍ମ ଭାବେ ଧରା ଯାଉଥିଲା । 
ଆଗରୁ ଲେଖିଛି, ଯଦିଓ ଫିଲ୍ମଟି କ୍ରାଇମ ସସପେନ୍ସ ଉପରେ ହେଲେ ସେମିତି disturbing scene କିଛି ବି ନାହିଁ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉତ୍କଣ୍ଠା ଲାଗି ରହିବ ଫିଲ୍ମଟି ଦେଖିବା ସମୟରେ । ଗୋଟେ କ୍ରାଇମ ନଭେଲ ପଢିଲା ଭଳି ଦର୍ଶକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏ ଫିଲ୍ମର ମଜା ନେଇପାରିବ । 

No comments:

Post a Comment